ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଆଜି କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାକୁ ଜେରା ପାଇଁ ସମନ କରିଛି। ଦିନ ୧୨ଟାରେ ରାଜୌରୀ ଗାର୍ଡେନ୍ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପଚରାଉଚରା ଆରମ୍ଭ ହେବ। ଉଭୟ ନେତା ସକାଳ ପ୍ରାୟ ୧୧:୧୫ ସମୟରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସରକାରୀ ନିର୍ଦ୍ଦେଶ ଅବମାନନା କରିବା, ବିନା ଅନୁମତିରେ ଜନ୍ତର ମନ୍ତରରେ ପ୍ରବେଶ କରିବା ଏବଂ ଅନ୍ୟ କାହାର ସମ୍ପତ୍ତିରେ ଅନୁପ୍ରବେଶ କରିବା ମାମଲାଗୁଡ଼ିକର ତଦନ୍ତ କରୁଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ବିଶ୍ୱାସ କରାଯାଉଛି।


