Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦୁଝରରେ ୪୦୦୦ କୋଟିରେ ନିର୍ମାଣ ହେବ ୬୩୦ ଆଦର୍ଶ ବିଦ୍ୟାଳୟ
କେନ୍ଦୁଝରରେ ୪୦୦୦ କୋଟିରେ ନିର୍ମାଣ ହେବ ୬୩୦ ଆଦର୍ଶ ବିଦ୍ୟାଳୟ

କେନ୍ଦୁଝର: ଆଜି କେନ୍ଦୁଝର ମାଟିରୁ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତି ଓ ଭିତ୍ତିଭୂମି କ୍ଷେତ୍ରରେ ଏକ ଐତିହାସିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଯାଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି।

ଏହି ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ ଅଛି। ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏହି ସବୁ ବିଦ୍ୟାଳୟ ନିର୍ମାଣ ହେବ।

ଏଯାଏଁ ୩ଟି ପର୍ଯ୍ୟାୟରେ ମୋଟ ୯୫୨ଟି ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇସାରିଛି। ପ୍ରଥମେ ବାଣପୁରରୁ ୧୧୮ଟି, ଖୋର୍ଦ୍ଧାରୁ ୨୦୪ଟି ଏବଂ ଆଜି ତୃତୀୟ ପର୍ଯ୍ୟାୟରେ ୬୩୦ଟି। ୨୦୨୯ ସୁଦ୍ଧା ୨୨୦୦ ବିଦ୍ୟାଳୟ ସ୍ଥାପିତ ହେବ। ୨୦୨୫-୨୬ ରୁ ୨୦୨୮-୨୯ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ତାଙ୍କର ମାନସ ସନ୍ତାନ। ଏହା କେବଳ ରଙ୍ଗମରା ବିଦ୍ୟାଳୟ ନୁହେଁ। ପ୍ରାୟ ୫ ଏକର ଜମିରେ ବିଶ୍ୱସ୍ତରୀୟ ଢାଞ୍ଚାରେ ନୂଆ ସ୍କୁଲ ନିର୍ମାଣ ହେବ। ପ୍ରତି ସ୍କୁଲ ପାଇଁ ପ୍ରାୟ ୫ ରୁ ୮ କୋଟି ଟଙ୍କା ଖର୍ଚ୍ଚ ହେବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ, କ୍ରୀଡ଼ା ସୁବିଧା ସହ ‘ନିପୁଣ ଓଡ଼ିଶା’ ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ।

ସେ କହିଥିଲେ ଯେ, ପ୍ରାଥମିକ ଶିକ୍ଷା ଯେତିକି ଶକ୍ତ ହେବ, ପିଲାର ଭବିଷ୍ୟତ ସେତିକି ସୁନ୍ଦର ହେବ। ଗତ ଅଢ଼େଇ ବର୍ଷରେ ୨୮,୬୩୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି।

କେନ୍ଦୁଝରକୁ ବିକାଶ ଭେଟି

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋଟ ୧୨୯୨ କୋଟି ଟଙ୍କାର ୩୩୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରୁ ପ୍ରାୟ ୪୧୧ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮୮୦ କୋଟିରୁ ଅଧିକ ମୂଲ୍ୟର ୧୩୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ମୁଖ୍ୟ ପ୍ରକଳ୍ପ ମଧ୍ୟରେ ରହିଛି:

୧୪ କୋଟିରେ ଧରଣୀଧର ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସ ଉଦ୍‌ଘାଟନ

୨୩୭ କୋଟିରେ ୧୫ ମହଲା ଟେକ୍-ବିଜନେସ୍ ପାର୍କର ଶୁଭାରମ୍ଭ, ୫.୫୧ ଏକର ଜମିରେ ନିର୍ମାଣ ହେବ

ଛାତ୍ରଛାତ୍ରୀଙ୍କ ପାଇଁ NCMC ମାଗଣା ବସ୍ କାର୍ଡ ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରର ଯୁବପିଢ଼ିଙ୍କୁ ଆଉ ବାଙ୍ଗାଲୋର କି ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ। ନିଜ ମାଟିରେ ହିଁ ନିଯୁକ୍ତି ଓ ପ୍ରଗତିର ଦ୍ୱାର ଖୋଲିଛି।

ସ୍ୱାସ୍ଥ୍ୟ

ଧରଣୀଧର ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ‘ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର’ ଲୋକାର୍ପିତ ହୋଇଛି। DMF ସହଯୋଗରେ ପ୍ରାୟ ୬ କୋଟିରେ ନିର୍ମିତ ଏହି କେନ୍ଦ୍ରରେ ସବୁ ସେବା ମାଗଣାରେ ମିଳିବ।

ଏହା ସହ ୫୮ କୋଟି ୪୦ ଲକ୍ଷରେ ୭ ମହଲା ଡେଣ୍ଟାଲ କଲେଜ ଏବଂ ୬୩ କୋଟିରେ ୧୦ ମହଲା ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଖୁବ୍ ଶୀଘ୍ର କେନ୍ଦୁଝରରେ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ବ୍ୟତୀତ ୧୦ କୋଟିରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨ କୋଟିରେ ମଡୁଲାର୍ ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୋଲିସ୍ ଆଉଟ୍‌ପୋଷ୍ଟ ଓ ୩୦ ଜଣିଆ ବାରାକ୍ ଲୋକାର୍ପିତ ହୋଇଛି। ଜିଲ୍ଲାକୁ ୨୩ଟି ନୂଆ ଆମ୍ବୁଲାନ୍ସ ଏବଂ କେନ୍ଦୁଝର, ଯୋଡ଼ା ଓ ବଡ଼ବିଲ୍ ପୌରପାଳିକାକୁ ୨୬ଟି ପରିମଳ ଗାଡ଼ି ପ୍ରଦାନ କରାଯାଇଛି।

ଭାବବିହ୍ୱଳ ମୁଖ୍ୟମନ୍ତ୍ରୀ

ସମାବେଶକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, କିନ୍ତୁ କେନ୍ଦୁଝରବାସୀଙ୍କ ପାଇଁ ସେ ସେଇ ପୁରୁଣା ‘ମୋହନ ଭାଇ’। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜନ୍ମମାଟିର ସେବା କରିଚାଲିବେ ବୋଲି ସେ ପ୍ରତିଜ୍ଞା କରିଥିଲେ।

ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଟକ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ମୃତିରଞ୍ଜନ ସାହୁ ଏବଂ ଧାମନଗର ପିଏମ୍‌ଶ୍ରୀ ସହିଦନଗର ହାଇସ୍କୁଲର ଛାତ୍ର ଆଶୁତୋଷ କରଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଡ. ଏନ୍. ତିରୁମାଲା ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ବିଶାଲ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026

କସ୍ତୁରବା ବିଦ୍ୟାଳୟ ଛାତ୍ରୀ ପ୍ରସବ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

November 6, 2026

ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ: ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ

November 6, 2026
Latest News

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026

ଯାତ୍ରୀ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

November 6, 2026

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.