ଭୁବନେଶ୍ୱର: ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ (DoPPW)ର ତତ୍ତ୍ୱାବଧାନରେ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଦୂରସଂଚାର ବିଭାଗର ଓଡ଼ିଶା ଟେଲିକମ୍ ସର୍କଲର କଣ୍ଟ୍ରୋଲର୍ ଅଫ୍ କମ୍ୟୁନିକେସନ୍ ଆକାଉଣ୍ଟସ୍ (CCA) କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାର ଟେଲିକମ୍ ଏବଂ ବିଏସ୍ଏନ୍ଏଲ୍ ପେନ୍ସନ୍ଭୋଗୀଙ୍କ ପାଇଁ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର (DLC) ଅଭିଯାନ ୫.୦ର ପ୍ରାକ୍-ଅଭିଯାନ ପ୍ରସ୍ତୁତି ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଛି।
ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସଞ୍ଚାର ମନ୍ତ୍ରଣାଳୟର ଦୂରସଂଚାର ବିଭାଗ ପକ୍ଷରୁ ଏହି ଅଭିଯାନ ଆୟୋଜନ କରାଯାଇଛି। ଓଡ଼ିଶା ଟେଲିକମ୍ ସର୍କଲର କଣ୍ଟ୍ରୋଲର ଅଫ୍ କମ୍ୟୁନିକେସନ୍ ଆକାଉଣ୍ଟସ୍ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ଟେଲିକମ୍ ଏବଂ ବିଏସ୍ଏନ୍ଏଲ୍ ପେନସନଭୋଗୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। DLC ଦାଖଲ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ, ସରଳ ଓ ସୁଗମ କରିବା ସହ ପ୍ରଯୁକ୍ତିବିଦ୍ୟାର ଉପଯୋଗ ମାଧ୍ୟମରେ ପେନସନଭୋଗୀଙ୍କ ଜୀବନଧାରଣକୁ ସହଜ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
୧. ସଚେତନତା ଶିବିର ଆୟୋଜନ: ପ୍ରସ୍ତୁତି ପର୍ଯ୍ୟାୟର ଅଂଶ ସ୍ୱରୂପ, ପେନସନଭୋଗୀଙ୍କୁ ସୁବିଧା ଯୋଗାଇଦେବା ଏବଂ ଡିଏଲସି ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ଏବଂ ଅକ୍ଟୋବର ୨୦୨୬ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷେତ୍ର ସ୍ତରୀୟ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଆୟୋଜିତ ଶିବିରଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା:
| କ୍ରମିକ ନଂ. | ସ୍ଥାନ | ଭେନ୍ୟୁ / କାର୍ଯ୍ୟାଳୟ | ତାରିଖ |
| ୧. | କଟକ | ଜିଏମ୍ଟିଡି (GMTD), BSNL କାର୍ଯ୍ୟାଳୟ | ୧୮.୦୯.୨୦୨୬ ଏବଂ ୧୬.୧୦.୨୦୨୬ |
| ୨. | ବାଲେଶ୍ୱର | ଜିଏମ୍ଟିଡି (GMTD), BSNL କାର୍ଯ୍ୟାଳୟ | ୨୩.୦୯.୨୦୨୬ |
| ୩. | ରାଉରକେଲା | ଜିଏମ୍ଟିଡି (GMTD), BSNL କାର୍ଯ୍ୟାଳୟ | ୦୫.୧୦.୨୦୨୬ |
| ୪. | ସମ୍ବଲପୁର | ଜୀବନ ପ୍ରମାଣ କେନ୍ଦ୍ର, CCA ଓଡ଼ିଶା କାର୍ଯ୍ୟାଳୟ, ଟେଲିଫୋନ୍ ଭବନ, ଚେରୁଆ ପଡ଼ା | ୦୬–୦୭.୧୦.୨୦୨୬ |
| ୫. | ବ୍ରହ୍ମପୁର | ଜିଏମ୍ଟିଡି (GMTD), BSNL କାର୍ଯ୍ୟାଳୟ | ୧୪.୧୦.୨୦୨୬ |
୨. ଡିଜିଟାଲ୍ ସଚେତନତା ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂ: ଏହି ସଚେତନତା ଅଭିଯାନର ଏକ ମୁଖ୍ୟ ଆକର୍ଷଣ ଥିଲା ବରିଷ୍ଠ ପେନସନଭୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଇଥିବା ପ୍ରାକ୍ଟିକାଲ୍ ଡିଜିଟାଲ୍ ଟ୍ରେନିଂ। ଅଧିକାରୀମାନେ ଜୀବନ ପ୍ରମାଣ ମୋବାଇଲ୍ ଆପ୍ଲିକେସନ୍ରେ ଉପଲବ୍ଧ ଥିବା ‘ଫେସ୍ ଅଥେଣ୍ଟିକେସନ୍’ ସୁବିଧାର ଲାଇଭ୍ ପ୍ରଦର୍ଶନ କରିଥିଲେ, ଯାହାଦ୍ୱାରା ପେନସନଭୋଗୀମାନେ ନିଜ ଘରେ ବସି ନିଜେ ନିଜର ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ବା ଜୀବନ ପ୍ରମାଣପତ୍ର ସୃଷ୍ଟି କରି ଦାଖଲ କରିପାରିବେ। ଅତି ବୃଦ୍ଧ ଏବଂ ଶଯ୍ୟାଶାୟୀ ପେନସନଭୋଗୀଙ୍କ ଘରକୁ ଯାଇ ସେମାନଙ୍କର ଡିଏଲ୍ସି ପ୍ରସ୍ତୁତ କରାଯାଇଥିଲା।
୩. ଅନ୍ୟାନ୍ୟ ପେନସନ୍–ସମ୍ବନ୍ଧୀୟ ସେବା: ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ତିଆରି ଏବଂ ଦାଖଲ ସୁବିଧା ସହିତ, ଏହି ଶିବିରଗୁଡ଼ିକରେ ବିଭିନ୍ନ ପେନସନ୍-ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯାଇଥିଲା, ଯେଉଁଥିରେ ସାମିଲ ରହିଛି:
- ପେନସନଭୋଗୀଙ୍କ ଅଭିଯୋଗର ସମାଧାନ।
- ନୋ ୟୋର୍ ପେନସନର୍ (KYP) ବିବରଣୀର ଅପଡେସନ୍।
- ପେନସନର୍ ପରିଚୟ ପତ୍ର ପ୍ରଦାନ।
- ଡିଏଲ୍ସି ଦାଖଲ ପାଇଁ ଡିଜିଟାଲ୍ ସୁବିଧାର ବ୍ୟବହାର ସମ୍ପର୍କରେ ସହାୟତା ଏବଂ ମାର୍ଗଦର୍ଶନ।
୪. ପ୍ରଚାର ଏବଂ ସଚେତନତା ପଦକ୍ଷେପ: ବ୍ୟାପକ ପହଞ୍ଚ ନିଶ୍ଚିତ କରିବା ଏବଂ ସକ୍ରିୟ ଭାଗିଦାରୀକୁ ଉତ୍ସାହିତ କରିବା ପାଇଁ ଶିବିରଗୁଡ଼ିକର ସମୟସୂଚୀ ଖବରକାଗଜ ବିଜ୍ଞାପନ, ପେନସନଭୋଗୀ ସଂଘ, ଟେଲିଫୋନ୍ କଲ୍, ଏସ୍ଏମ୍ଏସ୍, ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବଂ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ବ୍ୟାପକ ଭାବରେ ପ୍ରଚାର କରାଯାଇଥିଲା। ଏହି ସମନ୍ୱିତ ସଚେତନତା ଏବଂ ସଂଗଠିତ ପ୍ରଚେଷ୍ଟା ଫଳରେ ପ୍ରାକ୍-କ୍ୟାମ୍ପେନ୍ ପ୍ରସ୍ତୁତି ପର୍ଯ୍ୟାୟରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ମାଧ୍ୟମରେ ୪୫୦ ରୁ ଅଧିକ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ସଫଳତାର ସହ ଦାଖଲ କରାଯାଇପାରିଛି।
୫. ସ୍ଥାୟୀ ଜୀବନ ପ୍ରମାଣ କେନ୍ଦ୍ର ସୁବିଧା: ସଚେତନତା ଶିବିରରେ ଯୋଗ ଦେଇପାରି ନଥିବା ପେନସନଭୋଗୀଙ୍କ ସୁବିଧା ପାଇଁ, ସିସିଏ ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁରର ଚେରୁଆ ପଡ଼ାସ୍ଥିତ ଟେଲିଫୋନ୍ ଭବନରେ ଏକ ସ୍ଥାୟୀ ଜୀବନ ପ୍ରମାଣ କେନ୍ଦ୍ର ପରିଚାଳିତ ହେଉଛି। ସିସିଏ ଓଡ଼ିଶା କାର୍ଯ୍ୟାଳୟର ଭୁବନେଶ୍ୱରସ୍ଥିତ ଜୀବନ ପ୍ରମାଣ କେନ୍ଦ୍ର ବର୍ଷସାରା ସମସ୍ତ କାର୍ଯ୍ୟଦିବସରେ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସୁବିଧା ଯୋଗାଇଥାଏ।
ରାଷ୍ଟ୍ରବ୍ୟାପୀ ଡିଏଲ୍ସି କ୍ୟାମ୍ପେନ୍ ୫.୦ ର ଏହି ପ୍ରାକ୍-କ୍ୟାମ୍ପେନ୍ ପ୍ରସ୍ତୁତି ପର୍ଯ୍ୟାୟ, ସୁଗମ, ପେନସନଭୋଗୀ-ଅନୁକୂଳ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସେବା ଯୋଗାଇଦେବା ପାଇଁ ସିସିଏ ଓଡ଼ିଶା କାର୍ଯ୍ୟାଳୟର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ପଦକ୍ଷେପ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା, ସୁବିଧା ବୃଦ୍ଧି କରିବା ଏବଂ ଟେଲିକମ୍ ଓ ବିଏସଏନଏଲ ପେନସନଭୋଗୀଙ୍କ ପାଇଁ ଅଧିକ ସହଜ ଜୀବନଧାରଣ ନିଶ୍ଚିତ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରଚେଷ୍ଟାକୁ ଦୃଢ଼ୀଭୂତ କରେ।


