Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ
ବିଶେଷ ଖବର

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Memorandum of Understanding signed between the State Government and the M.S. Swaminathan Research Foundation

ଭୁବନେଶ୍ୱର: ରାଜ୍ୟର କୃଷି ବ୍ୟବସ୍ଥାକୁ ଅଧିକ ସ୍ଥାୟୀ ଓ ଜଳବାୟୁ ସହନଶୀଳ କରିବା ସହ ପୁଷ୍ଟି ସୁରକ୍ଷା, ମହିଳା ସଶକ୍ତିକରଣ, ଜୈବବିବିଧତା ସଂରକ୍ଷଣ ଏବଂ ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଲୋକସେବା ଭବନଠାରେ ଓଡ଼ିଶା ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏମଏସଏସଆରଏଫ୍ ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍ ଓ ଅନ୍ୟ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭାଶ୍ରୀ ନନ୍ଦ ଏବଂ ଫାଉଣ୍ଡେସନ୍ ପକ୍ଷରୁ ଡ. ସୌମ୍ୟା ସ୍ୱାମୀନାଥନ୍ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ସହଭାଗିତା ମାଧ୍ୟମରେ କୃଷି, ପୁଷ୍ଟି, ସ୍ୱାସ୍ଥ୍ୟ, ପରିବେଶ ଓ ଜୀବିକା କ୍ଷେତ୍ରରେ ବୈଜ୍ଞାନିକ ଗବେଷଣା, ପାରମ୍ପରିକ ଜ୍ଞାନ ଓ ସରକାରୀ ନୀତିର ସମନ୍ୱୟ କରାଯିବ। ଏମଏସଏସଆରଏଫ୍ ରାଜ୍ୟ ସରକାରଙ୍କ ବୈଷୟିକ ଜ୍ଞାନ ସହଯୋଗୀ ଭାବେ କାର୍ଯ୍ୟ କରି ବିଭିନ୍ନ ବିଭାଗକୁ ନୀତି ପ୍ରଣୟନ, କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି, ଗବେଷଣା, ଦକ୍ଷତା ବିକାଶ, ନବସୃଜନ ଓ କାର୍ଯ୍ୟକ୍ରମର ବିସ୍ତାର କ୍ଷେତ୍ରରେ ବୈଷୟିକ ସହଯୋଗ ଯୋଗାଇଦେବ। ଏହି ସହଯୋଗରେ ଜଳବାୟୁ ସହନଶୀଳ କୃଷି, କୃଷି-ପରିବେଶଭିତ୍ତିକ ଚାଷ ପଦ୍ଧତି, ମିଲେଟ୍ ଓ ଅନ୍ୟାନ୍ୟ ବିକଳ୍ପ ଫସଲର ପ୍ରୋତ୍ସାହନ, ପାରମ୍ପରିକ ବିହନ ଓ କୃଷି ଜୈବବିବିଧତାର ସଂରକ୍ଷଣ ତଥା ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ଏଥିସହ ମହିଳା କୃଷକଙ୍କ ଅଂଶଗ୍ରହଣ, ଆର୍ôଥକ ସଶକ୍ତିକରଣ, ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗକୁ ସୁଦୃଢ଼ କରାଯିବ। “ସୁଭଦ୍ରା ଫାଷ୍ଟ’ ଆଭିମୁଖ୍ୟ ଅନୁଯାୟୀ ମହିଳା ଓ ସାମାଜିକ-ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ପରିବାରଗୁଡ଼ିକୁ ଜୀବିକା ସୁଯୋଗ ସହ ଯୋଡ଼ାଯିବାର ଲକ୍ଷ୍ୟ ରହିଛି। କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ବାୟୋ-ହାପିନେସ୍ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଜୈବବିବିଧତା ପରିଚାଳନା, ପରିବେଶ ଅନୁକୂଳ କୃଷି ଓ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ପ୍ରୋତ୍ସାହନ ଦିଆଯିବ। ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସୁରକ୍ଷା, ସ୍ଥାନୀୟ ଖାଦ୍ୟ ବ୍ୟବସ୍ଥାର ଉନ୍ନତି ଏବଂ ଜୀବିକା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦିଆଯିବ। ଉପକୂଳବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଜୀବିକା ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ “ଫିସର ଫ୍ରେଣ୍ଡ’ ମୋବାଇଲ୍ ଆପ୍ଲିକେସନ୍‌ର ଉନ୍ନତି, ଡିଜିଟାଲ୍ ସେବାର ପ୍ରସାର, ମତ୍ସ୍ୟଜାତ ଦ୍ରବ୍ୟର ସଂରକ୍ଷଣ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ସହ ମହିଳା ମତ୍ସ୍ୟଜୀବୀଙ୍କ ଉଦ୍ୟୋଗ ବିକାଶକୁ ସହାୟତା କରାଯିବ। ଏଥିସହ ଜଳାଶୟ, ଆର୍ଦ୍ରଭୂମି, ହେନ୍ତାଳବନ ଓ ଉପକୂଳବର୍ତ୍ତୀ ପରିବେଶର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ ମିଳିତ ଭାବେ କାର୍ଯ୍ୟ କରାଯିବ ।

ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାନୀୟ ଜୀବିକା ସୃଷ୍ଟି, କୃଷି ଓ ଆନୁଷଙ୍ଗିକ କାର୍ଯ୍ୟର ପ୍ରସାର, ଦକ୍ଷତା ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗକୁ ସୁଦୃଢ଼ କରିବା ଓ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ସ୍ଥାନୀୟ ସ୍ତରରେ ନିଯୁକ୍ତି ଓ ଆୟର ସୁଯୋଗ ବୃଦ୍ଧି ସହ ଦାଦନଜନିତ ଅସୁରକ୍ଷା ହ୍ରାସରେ ସହାୟତା ମିଳିବ। ବୁଝାମଣାପତ୍ରର କାର୍ଯ୍ୟକାରିତା ଓ ଅଗ୍ରଗତିର ସମୀକ୍ଷା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଏଥିରେ ସମ୍ପୃକ୍ତ ବିଭାଗଗୁଡ଼ିକର ସଚିବ ଓ ଏମଏସଏସଆରଏଫ ର ପ୍ରତିନିଧି ସଦସ୍ୟ ରହିବେ। କମିଟି ନିୟମିତ ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ କାର୍ଯ୍ୟକାରିତାର ସମୀକ୍ଷା କରିବ। ଏମଏସଏସଆରଏଫ୍ ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍ କହିଥିଲେ ଯେ, ଏହି ସହଭାଗିତା ଓଡ଼ିଶା ସହ ଫାଉଣ୍ଡେସନ୍‌ର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା ଦିଗରେ ମିଳିତ କାର୍ଯ୍ୟର ସୁଯୋଗ ସୃଷ୍ଟି କରିବ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଏମଏସଏସଆରଏଫ୍ ଭଳି ସୁନାମଧନ୍ୟ ଅନୁଷ୍ଠାନ ସହ ଏହି ବୁଝାମଣାପତ୍ର ସ୍ୱାକ୍ଷର ରାଜ୍ୟ ପାଇଁ ଗୌରବର ବିଷୟ। ଏହା ରାଜ୍ୟରେ ବିଜ୍ଞାନଭିତ୍ତିକ, ସମାବେଶୀ ଓ ସ୍ଥାୟୀ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏମଏସଏସଆରଏଫ୍ ବୈଷୟିକ ଜ୍ଞାନ ସହଯୋଗୀ ଭାବେ କୃଷି, ପୁଷ୍ଟି, ଜୈବବିବିଧତା ସଂରକ୍ଷଣ ଓ ଜୀବିକାର ଉନ୍ନତିରେ ପ୍ରମାଣଭିତ୍ତିକ ପଦକ୍ଷେପ ଗ୍ରହଣରେ ସହଯୋଗ କରିବ। “ସୁଭଦ୍ରା ଫାଷ୍ଟ’ ଆଭିମୁଖ୍ୟରେ ମହିଳାମାନଙ୍କୁ କୃଷି ଓ ଜୀବିକାର ରୂପାନ୍ତରଣର କେନ୍ଦ୍ରରେ ରଖିବା ସହ ଜଳବାୟୁ ସହନଶୀଳତା ଓ ସ୍ଥାୟୀ ଜୀବିକା ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯିବ।

ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ବୁଝାମଣା ସ୍ବାକ୍ଷରିତ ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026
Latest News

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.