Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର
ଆଜିର ଖବର

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯାତ୍ରା ଆରମ୍ଭ ହୋଇଥିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଲା ଅଘଟଣ। ଦୁର୍ଘଟଣାର ଶିକାର ହେଲା ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୪୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏହି ବସ୍‌ଟି ଦୁର୍ଘଟଣାରେ ପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଙ୍ଗିରିପୋଷି ଓ ସାରସକଣା ଅଗ୍ନିଶମ ବାହିନୀର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ତତ୍ପରତା ଦେଖାଇ ବସ୍‌ରେ ଥିବା ୪୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ। ଏନେଇ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବସ୍‌ଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ଦୁର୍ଘଟଣା ସମୟରେ ଏହାର ଗତି କେତେ ଥିଲା ଏବଂ ଅନ୍ୟ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ, ସେନେଇ ବିସ୍ତୃତ ତଥ୍ୟ ମିଳିବା ବାକି ରହିଛି।

#Bangiriposi #Sarasakana busaccident
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026
Latest News

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.