Categories
ଆଜିର ଖବର ରାଜ୍ୟ ଖବର

BusAccident: ଦିଗପହଣ୍ଡି ବସ ଦୁର୍ଘଟଣାରେ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଘଟଣାସ୍ଥଳ କୁ ତୁରନ୍ତ ଯାଇ ବିପନ୍ନ ଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ଓ ଗଞ୍ଜାମ DPCC ଅଧ୍ୟକ୍ଷ ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଏକ ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସିଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ କୁହୁଡି ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ ଡ୍ରାଇଭର ଏମ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆଜି ଭୋର ୪ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଛକରେ ବସ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସପିଟାଲ ପହଞ୍ଚାଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ଡ୍ରାଇଭର ଏମ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବାସୀ ଯାତ୍ରୀମାନଙ୍କୁ ଅନ୍ୟ ଗାଡିରେ ନିଜ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବସ୍‌ଟିରେ ପ୍ରାୟ ୪୦ ଜଣ ଯାତ୍ରୀ ରହିଥିବାର ସୂଚନା ରହିଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖଭାଗଟି କ୍ଷତିଗ୍ରସ୍ତ ହୋଇଛି।

ଏହି ବସଟି ହାଇଦ୍ରାବାଦରୁ ଖୋର୍ଦ୍ଧା ଆସୁଥିବାବେଳେ ବସ୍‌ରେ ଥିବା ପ୍ରବାସୀମାନେ ନିମାପଡା, ପିପିଲି, ବାଙ୍କୀ ଓ କେନ୍ଦ୍ରାପଡା ଅଞ୍ଚଳ ବୋଲି ଜଣାପଡିଛି । ଗତକାଲି ଭୋରରୁ ଏହି  ବସ୍‌ଟି ହାଇଦ୍ରାବାଦରୁ ଓଡିଶା ଅଭିମୁଖେ ବାହାରିଥିଲା। ଏହି ଘଟଣାକୁ ମିଶାଇ ୪ଟି ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। ସୁରତରୁ ଓଡିଶା ଫେରୁଥିବା ଦୁଇଟି ବସ ପୃଥକ ପୃଥକ ଘଟଣାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଦୁଇଟି ବସ ଦୁର୍ଘଟଣା ହୋଇ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ରାଜ୍ୟ ପରିବହନ ବିଭାଗ ବସ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ତଥାପି ଆଜି ପୁଣି ଏକ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି।  ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ର ଡ୍ରାଇଭର ଅନ୍ୟ ରାଜ୍ୟର ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ନଦୀକୁ ଖସିଲା ବସ୍‌ : 25 ମୃତ

ଜୟପୁର : ରାଜସ୍ଥାନରେ ଏକ ବସ୍‌ ନଦୀକୁ ଖସି ପଡିବାରୁ 25 ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ବୁଧବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ବୁଧବାର ସକାଳ 9ଟା ସମୟରେ କୋଟା-ଦଉସା ରାଜପଥ ନିକଟରେ ଏହି ଘଟଣା ଘଟିଛି । ବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ବସ୍‌ର ଚକା ହୁଗୁଳି ଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । କୋଟାରୁ ସଓ୍ବାଇ ମାଧୋପୁର ଯାଉଥିବା ବସ୍‌ଟି ପାପ୍‌ଡି ବ୍ରିଜ୍‌ ଉପରେ ଭାରସାମ୍ୟ ହରାଇବାରୁ ମେଜ ନଦୀରେ ଖସି ପଡିଥିଲା । ଏହି ଘଟଣାରେ ନାଗପୁର ବିଧାୟକ ହନୁମାନ ବେନିଓ୍ବାଲ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣା ପାଇଁ ଟ୍ବିଟ୍ଟର ଜରିଆରେ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ 13 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ହସ୍ପିଟାଲରେ ଅନ୍ୟମାନଙ୍କର ପ୍ରାଣହାନି ଘଟିଥିଲା ।

Categories
ବିଶେଷ ଖବର

ଗଂଜାମ ବସ ଟ୍ରାଜେଡି: ଏପରି ଦୁର୍ଘଟଣାରୁ ଜୀବନ ବଞ୍ଚିବା ଅସମ୍ଭବ, ହେଲେ ବରକନ୍ୟାଙ୍କ ଭାଗ୍ୟ ବଳରେ ବଞ୍ଚିଗଲା ୩୩ଟି ଜୀବନ

ସଂପଦ ଦଳାଇ

ଗଂଜାମ ବସ ଟ୍ରାଜେଡି କେବଳ ଓଡିଶା କାହିଁକି ସାରା ଭାରତରେ ଏକ ଦୁଃଖଦ ଘଟଣା। ଛୋଟିଆ ଅସାବଧାନତା କାରଣ ଯୋଗୁଁ ଦଶ ଜଣଙ୍କ ଜୀବନ ହାନି ଘଟିଛି। ବର୍ତ୍ତମାନ ଏହି ଖବର ଓଡିଶା ଗଣ ମାଧ୍ୟମରେ ବଡ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସମସ୍ତଙ୍କ ଗୋଟିଏ ନଜର ଦଶ ଜଣଙ୍କର ପ୍ରାଣହାନୀ ଘଟିଗଲା। ନିଶ୍ଚିତ ଭାବେ ଏହାଠାରୁ ବଡ ଦୁଃଖଦ ଘଟଣା କିଛି ହୋଇ ନ ପାରେ। ହେଲେ ଆଉ ଏକ ବଡ କଥା ଗଣମାଧ୍ୟମର ଉହାଡରେ ରହିଯାଉଛି। ତାହା ହେଲା ଦଶ ଜଣ ମୃତ୍ୟୁ ମୁଖରେ ପଡିବା ଯେପରି ଏକ ବଡ ଦୁର୍ଘଟଣା, ସେହିପରି ୩୩ଟି ଜୀବନ ବଞ୍ଚିବା ମଧ୍ୟ ଏକ ବଡ ଘଟଣା ବୋଲି କୁହାଯାଇପାରିବ। କାରଣ ଯଦି ଦୁର୍ଘଟଣାକୁ ତର୍ଜ୍ଜମା କରାଯାଏ, ସେପରି ପରିସ୍ଥିତିରେ ଗୋଟିଏ ବି ଜୀବନ ବଞ୍ଚିବା ଅସମ୍ଭବ। ଯଦି ପୁରା ଘଟଣାକୁ ତର୍ଜ୍ଜମା କରାଯାଏ ତେବେ ଘଟଣାଟି କେତେ ଭୟଙ୍କର ଥିଲା ତାହା ଯେକେହି ଜାଣିବ ଥରି ଉଠିବ।

ଗଂଜାମ ଜିଲ୍ଲାର ଡଙ୍କଲପାଡୁ ଗାଁର ୟୁ ସନ୍ୟାସୀଙ୍କ ପୁଅ ଅଶୋକଙ୍କ ବାହାଘର ସେହି ଗ୍ରାମରୁ ପାଞ୍ଚ କିଲୋଟମିଟର ଦୂରରେ ଥିବା ଚିକରପଡା ଗାଁର ବୁଲୁ ରେଡ୍ଡୀଙ୍କ ଝିଅ ସହିତ ଠିକ ହୋଇଥିଲା। ରବିବାର ଦିନ ଥିଲା ନିର୍ବନ୍ଧ। କନ୍ୟାଘରକୁ ଯିବା ପାଇଁ ବରଘରର ୪୩ ଜଣ ଯାତ୍ରୀଙ୍କୁ ନେଇ ବସଟି ବାହାରି ଥିଲା। ହେଲେ ମେଣ୍ଡରାଜପୁରରେ ତଳକୁ ଓହଳିଥିବା ୧୧ କେଭି ଲାଇନ ତାରରେ ବସର କ୍ୟାରେଜ ହୁକ ଲାଗିଯାଇଥିଲା। ହୁକରେ ତାର ଲାଗିଯିବା ମାନେ ସେହି ତାର ବାହାରିବା କଷ୍ଟକର ହୋଇ ପଡିଥିଲା। ଡ୍ରାଇଭର ବସରେ କରେଣ୍ଟ ଲାଗିଛି ବୋଲି ବଡ ପାଟିରେ କହି ତଳକୁ ଡେଇଁ ପଳାଇ ଯାଇଥିଲା। ଅନ୍ୟମାନେ ମଧ୍ୟ ଜୀବନ ବିକଳରେ ତଳକୁ ଡେଇଁବା ବେଳେ ବିଦ୍ୟୁତ ଆଘାତ ଲାଗି ଛଟପଟ ହୋଇ ମରିଗଲେ।

ବସ ଭିତରେ ନିଜର ସଂପର୍କିୟମାନେ ଏପରି ମୃତ୍ୟୁ ନିଜ ଆଖିରେ ଦେଖିବେ ତାହା କେବେ ବିଶ୍ବାସ କରିପାରି ନ ଥିଲେ। ଏହି ମୃତକଙ୍କ ଭିତରେ ବରର ଦୁଇ ଭଉଣୀ ମଧ୍ୟ ଅଛନ୍ତି। ବସରୁ ବିଦ୍ୟୁତ ସଂଯୋଗ କାଟିବାକୁ ଲାଗିଯାଇଥିଲା ଦୀର୍ଘ ସମୟ। ସେହି ଭିତରେ ପାଞ୍ଚ ଜଣଙ୍କର ଏବଂ ପରବର୍ତ୍ତି ସମୟରେ ପାଞ୍ଚ ଜଣଙ୍କର ଜୀବନ ଚାଲିଗଲା। ତେବେ ଏହି ଭୟଙ୍କର ଘଟଣା ଭିତରେ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଥିଲା ବସ ଭିତରେ ଥିବା ଲୋକଙ୍କର ଜୀବନ ବଞ୍ଚିଯିବା। କାରଣ ବସଟି ସାରା ୧୧ କେଭି ବିଦ୍ୟୁତ ଭିତରେ ଡହଡହ ହେଉଥିବା ବେଳେ ସେଥିରେ ଥିବା ଜୀବନଟିଏ ଜୀବନ ଖୋଜି ବଞ୍ଚିବା ସମ୍ଭବ ହୋଇପାରିଛି। କହିବାକୁ ଗଲେ ସେମାନଙ୍କୁ ଭଗବାନ ହିଁ ବଞ୍ଚାଇ ଦେଲେ। ଏହା କେବଳ ସେମାନଙ୍କର ଭାଗ୍ୟ ଟାଣ ସହ ବରକନ୍ୟା ଯୋଡିଙ୍କ ଭାଗ୍ୟ ଟାଣ ଯୋଗୁଁ ସମ୍ଭବ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସାଧାରଣତଃ ଯେ କୌଣସି ବିବାହ ବେଳେ କିମ୍ବା ବିବାହ ପୂର୍ବରୁ କିଛି ଅଘଟଣ ଘଟିଲେ ତାହା ବରକନ୍ୟାଙ୍କ ଭାଗ୍ୟ ସହିତ ତୂଳନା କରାଯାଇଥାଏ। ଏପରି କି ସବୁ ଦୋଷ କନ୍ୟା ଉପରେ ଲଦି ଦେବା ଆମ ରକ୍ଷଣଶିଳ ସମାଜର ଏକ ବିଲକ୍ଷଣ ରହିଛି। ହେଲେ ଗଂଜାମ ବସ ଟ୍ରାଜେଡି କହୁଛି ବରକନ୍ୟାଙ୍କ ଭାଗ୍ୟ ଟାଣ ଥିବାରୁ ୩୩ ଜଣ ଜୀବନ ବଞ୍ଚିପାରିଛି। କାରଣ ଦୁର୍ଘଟଣାଟି ଯେପରି ଭୟଙ୍କର ଥିଲା ସେଥିରୁ ଜୀବନ ବଞ୍ଚିବା ଏକ ରକମର ମୁସ୍କିଲ ଥିଲା। ହେଲେ ସେପରି ପରିସ୍ଥିତିକୁ ମୁକାବିଲା କରି ୩୩ ଜଣଙ୍କର ଜୀବନ ବଞ୍ଚିବା କିଛି ଛୋଟ କଥା ନୁହେଁ। ଏହି ସଂପୂର୍ଣ୍ଣ ଘଟଣାରେ ଯଦି ମାତ୍ର ଦୁଇ ଜଣଙ୍କୁ ଦୋଷାରୋପ କରାଯିବ ତେବେ ସେ ପ୍ରଥମେ ହେବ ବସ ଡ୍ରାଇଭର ଏବଂ ଦ୍ବିତୀୟରେ ଶକ୍ତି ବିଭାଗ। ଏହି ଦୁଇଙ୍କୁ ଛାଡିଦେଲେ ଏହି ବଡ ଦୁଃଖଦ ଦୁର୍ଘଟଣାରେ ଆଉ କାହାକୁ ଦୋଷାରୋପ କରାଯାଇ ପାରିବ ନାହିଁ।

ଯଦି କେହି ଜ୍ୟୋତିଷ ଶାସ୍ତ୍ରର ବିଶ୍ବାସୀ ଥିବେ ସେମାନେ ନିଶ୍ଚିତ ସ୍ବୀକାର କରିବେ ଯେ, କେବଳ ବରକନ୍ୟା ଯୋଡିର ଭାଗ୍ୟ ଟାଣ ପାଇଁ ଏହି ୩୩ଟି ଜୀବନ ବଞ୍ଚିବାରେ ସକ୍ଷମ ହୋଇପାରିଛି। ଆଉ ଭବିଷ୍ୟତରେ ଏହି ବରକନ୍ୟା ଯୋଡି ଆହୁରି ଅନେକ ଜୀବନର ରକ୍ଷା କବଚ ପାଲଟିବେ ତାହା ନିଃସନ୍ଦେହରେ ସ୍ବୀକାର କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ବସ୍‌ରେ ଲାଗିଲା ନିଆଁ, 40 ଗୁରୁତର

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଛି । ବସ୍‌ରେ 40 ଜଣ ଯାତ୍ରୀ ରହିଥିବାବେଳେ ସମେସ୍ତ ଗୁରୁତର ରହିଛନ୍ତି । ବସ୍‌ ଭିତରେ ଥିବା କିଛି ଯାତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବାର ସୂଚନା ମିଳିଥିଲେ, ଏଥରେ କେହି ମୃତ ହୋଇଥିବାର ଖବର ମିଳିପାରିନାହିଁ । ଗୁରୁତର ଯାତ୍ରୀମାନଙ୍କୁ ମେଡ଼ିକାଲ୍‌ ପଠାଯାଉଛି । ଘଟଣାସ୍ଥଳରେ 5ଟି ଆମ୍ବୁଲାନ୍ସ ପହଞ୍ଚିଥିବାର ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ୍‌ ନିୟୋଜିତ ରହିଛନ୍ତି ।

Categories
ଆଜିର ଖବର

ପାହାଡ ତଳକୁ ଖସିଲା ବସ୍ :18 ମୃତ

କାଠମାଣ୍ଡୁ,28/11 : ନେପାଳର ରାଜଧାନୀ କାଠମାଣ୍ଡୁରେ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18ରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବୁଧବାର ସନ୍ଧ୍ୟାରେ କାଠମାଣ୍ଡୁର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାକରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାର କରାଯାଇଥିବା ସମସ୍ତ ଆହତଙ୍କୁ ବୁଟଓ୍ୱାଲା ହସ୍ପିଟାଲକୁ ପଠାଇ ଦିଆଯାଇଛି ।

Categories
ଆଜିର ଖବର

ଚର୍ଚ୍ଚାରେ କଂଗ୍ରେସର ଅନ୍ତଃକନ୍ଦଳ : ପାଇଲଟଙ୍କୁ ଦାୟୀ କଲେ ଗେହଲଟ୍‌

ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରୁଥିବାବେଳେ  ରାଜସ୍ଥାନ କଂଗ୍ରେସରେ ଏହାକୁ ନେଇ ଅନ୍ତଃକନ୍ଦଳ ଦେଖାଦେଇଛି। ରାଜସ୍ଥାନରେ ବିଧାନସଭା ଆସନରୁ କଂଗ୍ରେସ ବାଜିମାତ୍‌ କରିଥିବାବେଳେ ଲୋକସଭା ଆସନରେ ଗୋଟିଏ ବି ଆସନ ହାତେଇ ପାରିନାହିଁ। ଯାହାକୁ ନେଇ ଏବେ ପରସ୍ପର ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏହି କ୍ରମରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ନିଜ ପୁଅର ପରାଜୟ ପାଇଁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି। ଜୋଧପୁର ଲୋକସଭା ଆସନରୁ ଗେହଲଟଙ୍କ ପୁଅ ବୈଭବ ଗେହଲଟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ଏହି ଆସନରୁ ଭାଜପା ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କଠାରୁ ସେ ୪ଲକ୍ଷ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। ଜୋଧପୁର ଲେକସଭା ଆସନ ପାଇଁ ବୈଭବଙ୍କ ନାଁ ପ୍ରସ୍ତାବ ଦେଇଥିଲେ ସଚିନ। ସେ କହିଥିଲେ, ଏହି ଲୋକସଭା ଆସନରେ କଂଗ୍ରେସର ୬ ବିଧାୟକ ଥିବାରୁ ଏଠାରୁ ବଡ଼ ଭୋଟ ବ୍ୟବଧାନରେ ନିର୍ବାଚନ ହାସଲ କରିବୁ। ଜୋଧପୁରରେ ନିର୍ବଚନୀ ପ୍ରଚାର ବହୁ ଜୋରସୋରରେ କରାଯିବା ପରେ ବି ଏଥିରେ ଦଳକୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ତେଣୁ ଏହି ପରାଜୟର ଦାୟିତ୍ୱ ସଚିନ ଉଠାଇବା ଉଚିତ୍‌ ବୋଲି ଗେହଲଟ କହିଛନ୍ତି।

Categories
ଆଜିର ଖବର

ଉଦ୍ଧାମପୁରରେ ଖାଇ ଭିତରେ ପଡ଼ିଲା ବସ୍‌ : ୬ ମୃତ; ୩୦ରୁ ଉର୍ଦ୍ଧ୍ଵ ଆହତ

ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଉଦ୍ଧାମପୁର ଜିଲ୍ଲାରେ ଗହୀର ଖାଇ ମଧ୍ୟକୁ ଗୋଟାଏ ବସ୍‌ ଖସି ପଡ଼ିବାରୁ ଜଣେ ମହିଳାଙ୍କୁ ମିଶାଇ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ରାତି ପ୍ରାୟ ୧୨:୩୦ ମିନିଟ୍‌ ସମୟରେ ମଜଲତା ଅନ୍ତର୍ଗତ ଚାନେର୍‌ ଅଞ୍ଚଳରେ ଘଟିଛି। ବସ୍‌ଟି ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲା। ଉଦ୍ଧାମପୁର ଏସ୍‌ଏସ୍‌ପି ରାଜୀବ ପାଣ୍ଡେ କହିଛନ୍ତି, ଘଟନାସ୍ଥଳରେ ୫ ଜଣ ଯାତ୍ରୀ ମରିଥିବାବେଳେ ଏବଂ ଡାକ୍ତରଖାନାରେ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩୮ ଜଣ ଯାତ୍ରୀ ବି ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।