ଚର୍ଚ୍ଚାରେ କଂଗ୍ରେସର ଅନ୍ତଃକନ୍ଦଳ : ପାଇଲଟଙ୍କୁ ଦାୟୀ କଲେ ଗେହଲଟ୍‌

Published: Jun 4, 2019, 2:12 pm IST

ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରୁଥିବାବେଳେ  ରାଜସ୍ଥାନ କଂଗ୍ରେସରେ ଏହାକୁ ନେଇ ଅନ୍ତଃକନ୍ଦଳ ଦେଖାଦେଇଛି। ରାଜସ୍ଥାନରେ ବିଧାନସଭା ଆସନରୁ କଂଗ୍ରେସ ବାଜିମାତ୍‌ କରିଥିବାବେଳେ ଲୋକସଭା ଆସନରେ ଗୋଟିଏ ବି ଆସନ ହାତେଇ ପାରିନାହିଁ। ଯାହାକୁ ନେଇ ଏବେ ପରସ୍ପର ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏହି କ୍ରମରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ନିଜ ପୁଅର ପରାଜୟ ପାଇଁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି। ଜୋଧପୁର ଲୋକସଭା ଆସନରୁ ଗେହଲଟଙ୍କ ପୁଅ ବୈଭବ ଗେହଲଟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ଏହି ଆସନରୁ ଭାଜପା ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କଠାରୁ ସେ ୪ଲକ୍ଷ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। ଜୋଧପୁର ଲେକସଭା ଆସନ ପାଇଁ ବୈଭବଙ୍କ ନାଁ ପ୍ରସ୍ତାବ ଦେଇଥିଲେ ସଚିନ। ସେ କହିଥିଲେ, ଏହି ଲୋକସଭା ଆସନରେ କଂଗ୍ରେସର ୬ ବିଧାୟକ ଥିବାରୁ ଏଠାରୁ ବଡ଼ ଭୋଟ ବ୍ୟବଧାନରେ ନିର୍ବାଚନ ହାସଲ କରିବୁ। ଜୋଧପୁରରେ ନିର୍ବଚନୀ ପ୍ରଚାର ବହୁ ଜୋରସୋରରେ କରାଯିବା ପରେ ବି ଏଥିରେ ଦଳକୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ତେଣୁ ଏହି ପରାଜୟର ଦାୟିତ୍ୱ ସଚିନ ଉଠାଇବା ଉଚିତ୍‌ ବୋଲି ଗେହଲଟ କହିଛନ୍ତି।

Related posts