Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଙ୍କର ବସ୍ ଦୁର୍ଘଟଣା: ଟାୟାର ଫାଟି ଗଛରେ ପିଟିହେଲା ଯାତ୍ରୀବାହୀ ବସ୍, ୨୦ ଆହତ
ଆଜିର ଖବର

ଭୟଙ୍କର ବସ୍ ଦୁର୍ଘଟଣା: ଟାୟାର ଫାଟି ଗଛରେ ପିଟିହେଲା ଯାତ୍ରୀବାହୀ ବସ୍, ୨୦ ଆହତ

November 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲକୋଇ: ସକାଳୁ ସକାଳୁ ଯାତ୍ରୀବାହୀ ବସ୍‌ରେ ଆତଙ୍କ! ହଠାତ୍ ଫାଟିଗଲା ଆଗ ଟାୟାର। ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଗଛକୁ ଧକ୍କା ଦେଲା ବସ୍। ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା-ତେଲକୋଇ ପୂର୍ତ୍ତ ରାସ୍ତାର ଦେଉଳଡିହା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ‘ଦୁର୍ଗାମାଧବ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପ୍ରତିଦିନ ସକାଳେ କେନ୍ଦୁଝର ଜିଲ୍ଲାର କାଳିଆହତା ଅଞ୍ଚଳରୁ କେନ୍ଦୁଝର ଅଭିମୁଖେ ଯାତ୍ରା କରିଥାଏ। ଆଜି ମଧ୍ୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍‌ଟି ଯାଉଥିବା ବେଳେ ସକାଳ ପ୍ରାୟ ୭ଟା ସମୟରେ ଦେଉଳଡିହା ଛକ ନିକଟରେ ଅଘଟଣ ଘଟିଥିଲା।

ହଠାତ୍ ବସ୍‌ର ଡ୍ରାଇଭର ପାର୍ଶ୍ୱ ଆଗ ଟାୟାର ଫାଟିଯାଇଥିଲା। ଫଳରେ ଚାଳକ ବସ୍‌ର ଭାରସାମ୍ୟ ହରାଇଥିଲେ। ବସ୍‌ଟି ରାସ୍ତାକଡ଼ରେ ଥିବା ଏକ ଗଛକୁ ଜୋର୍‌ରେ ଧକ୍କା ଦେଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗଛରେ ପିଟିହେବା ପରେ ବସ୍‌ଟି ସେଠାରେ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।

ଦୁର୍ଘଟଣା ପରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ଓ ଆତଙ୍କ ଖେଳିଯାଇଥିଲା। ବସ୍‌ରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତଙ୍କୁ ତେଲକୋଇ ଡାକ୍ତରଖାନାକୁ ନିଆଯାଇଥିଲା।

#RoadAcciden #Telkoi busaccident
Share. Facebook Twitter LinkedIn Email WhatsApp Copy Link

Related Posts

ଘରେ ବସି ଦାଖଲ କରନ୍ତୁ UPS ଜୀବନ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଆପ୍‌ରେ କରିବେ ଆବେଦନ

November 3, 2026

ଭାରତ ମହାସାଗରରେ ଭାରତର ଦବଦବା, ସୋମାଲିଆ ଜଳଦସ୍ୟୁଙ୍କୁ ଦେଲା କଡ଼ା ଜବାବ

November 3, 2026

ଭଗବାନ ରାମଙ୍କୁ ସଚ୍ଚୋଟ, କୃଷ୍ଣଙ୍କୁ ବକ୍ର କହି ବିବାଦରେ ଧୀରେନ୍ଦ୍ର ଶାସ୍ତ୍ରୀ; ଆଜୀବନ ବ୍ୟାନ୍ ଦାବି କଲେ ଅଖିଳେଶ

November 3, 2026

ଭୁବନେଶ୍ୱରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

November 3, 2026
Latest News

ଘରେ ବସି ଦାଖଲ କରନ୍ତୁ UPS ଜୀବନ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଆପ୍‌ରେ କରିବେ ଆବେଦନ

November 3, 2026

ଭାରତ ମହାସାଗରରେ ଭାରତର ଦବଦବା, ସୋମାଲିଆ ଜଳଦସ୍ୟୁଙ୍କୁ ଦେଲା କଡ଼ା ଜବାବ

November 3, 2026

ଭଗବାନ ରାମଙ୍କୁ ସଚ୍ଚୋଟ, କୃଷ୍ଣଙ୍କୁ ବକ୍ର କହି ବିବାଦରେ ଧୀରେନ୍ଦ୍ର ଶାସ୍ତ୍ରୀ; ଆଜୀବନ ବ୍ୟାନ୍ ଦାବି କଲେ ଅଖିଳେଶ

November 3, 2026

ଭୟଙ୍କର ବସ୍ ଦୁର୍ଘଟଣା: ଟାୟାର ଫାଟି ଗଛରେ ପିଟିହେଲା ଯାତ୍ରୀବାହୀ ବସ୍, ୨୦ ଆହତ

November 3, 2026

ଭୁବନେଶ୍ୱରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

November 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.