Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି
ଆଜିର ଖବର

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଧୂମପାନ କରିବା ଏଣିକି ଆହୁରି ମହଙ୍ଗା ହେବାକୁ ଯାଉଛି। ସିଗାରେଟ୍‌ ପ୍ରେମୀଙ୍କୁ ପୁଣି ଏକ ବଡ଼ ଝଟ୍‌କା ଦେଇଛି ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ITC। କମ୍ପାନୀ ଏହାର ଲୋକପ୍ରିୟ ବ୍ରାଣ୍ଡ୍‌ ଗୋଲ୍ଡ ଫ୍ଲେକ୍‌ ପ୍ରିମିୟମ୍‌ ସିଗାରେଟ୍‌ର ମୂଲ୍ୟ ବୃଦ୍ଧି କରିଛି। ଫଳରେ ଏଣିକି ୧୦ଟି ସିଗାରେଟ୍‌ ଥିବା ଗୋଟିଏ ପ୍ୟାକେଟ୍‌ କିଣିବାକୁ ଗ୍ରାହକଙ୍କୁ ୧୨୫ ଟଙ୍କା ବଦଳରେ ୧୩୫ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍‌ ଗୋଟିଏ ପ୍ୟାକେଟ୍‌ ପିଛା ସିଧାସଳଖ ୧୦ ଟଙ୍କା ବଢ଼ିଛି। ଚଳିତ ବର୍ଷ ଏହା ଦ୍ୱିତୀୟ ଦର ବୃଦ୍ଧି ହୋଇଥିବାରୁ ଧୂମପାନକାରୀଙ୍କ ପକେଟ୍‌ ଉପରେ ଅତିରିକ୍ତ ବୋଝ ପଡ଼ିବାକୁ ଯାଉଛି।

ଗୋଲ୍ଡ ଫ୍ଲେକ୍‌ ପ୍ରିମିୟମ୍‌ର ଦାମ୍‌ ବୃଦ୍ଧିକୁ ଦେଖିଲେ ଚଳିତ ବର୍ଷ ଗ୍ରାହକଙ୍କୁ ଦୁଇଥର ମୂଲ୍ୟ ବୃଦ୍ଧିର ସାମ୍ନା କରିବାକୁ ପଡ଼ିଛି। ବର୍ଷ ଆରମ୍ଭରେ ୧୦ଟି ସିଗାରେଟ୍‌ ଥିବା ପ୍ୟାକେଟ୍‌ର ମୂଲ୍ୟ ୧୧୫ ଟଙ୍କା ଥିଲା। ପରବର୍ତ୍ତୀ ସମୟରେ ଏହାକୁ ୧୨୫ ଟଙ୍କା କରାଯାଇଥିଲା। ଏବେ ପୁଣି ୧୦ ଟଙ୍କା ବୃଦ୍ଧି ପରେ ଦାମ୍‌ ୧୩୫ ଟଙ୍କାରେ ପହଞ୍ଚିଛି।

ଅର୍ଥାତ୍‌ ବର୍ଷ ଆରମ୍ଭ ତୁଳନାରେ ଗୋଟିଏ ପ୍ୟାକେଟ୍‌ ପାଇଁ ଗ୍ରାହକଙ୍କୁ ଏବେ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ନୂଆ ମୂଲ୍ୟର ସିଗାରେଟ୍‌ ପ୍ୟାକେଟ୍‌ ନଭେମ୍ବର ୨୦୨୬ର ଶେଷ ସପ୍ତାହ ସୁଦ୍ଧା ଗୋଦାମରେ ପହଞ୍ଚିବା ଆଶା କରାଯାଉଛି। ଏହାପରେ ପର୍ଯ୍ୟାୟକ୍ରମେ ବଜାରରେ ନୂଆ ଦରର ପ୍ୟାକେଟ୍‌ ଉପଲବ୍ଧ ହେବ।

ପ୍ୟାକେଟ୍‌ର ଦାମ୍‌ ବୃଦ୍ଧି ହୋଇଥିଲେ ମଧ୍ୟ ଖୁଚୁରା ଭାବେ ଗୋଟିଏ ସିଗାରେଟ୍‌ ବିକ୍ରିର ମୂଲ୍ୟ ବଢ଼ିବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯଦି ପ୍ୟାକେଟ୍‌ର ଦର ଅନୁପାତରେ ଖୁଚୁରା ମୂଲ୍ୟ ସଂଶୋଧନ ହୁଏ, ତେବେ ଗୋଟିଏ ସିଗାରେଟ୍‌ ପିଛା ପ୍ରାୟ ୧ ଟଙ୍କା ଅଧିକ ଦେବାକୁ ପଡ଼ିପାରେ। ତେବେ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ।

ସିଗାରେଟ୍‌ ମୂଲ୍ୟ ବୃଦ୍ଧି ପଛରେ ସରକାରଙ୍କ ତମାଖୁ ଉତ୍ପାଦ ଉପରେ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନକୁ ଏକ ପ୍ରମୁଖ କାରଣ ଭାବେ ଦେଖାଯାଉଛି। ୧ ଫେବୃଆରୀ ୨୦୨୬ରୁ ସିଗାରେଟ୍‌ ଉପରେ ୪୦ ପ୍ରତିଶତ GST ସହିତ ଅତିରିକ୍ତ ଉତ୍ପାଦ ଶୁଳ୍କ ବ୍ୟବସ୍ଥା ଲାଗୁ ହୋଇଛି। ଏହାଦ୍ୱାରା ସିଗାରେଟ୍‌ ଉତ୍ପାଦନ ଓ ବିକ୍ରି କରୁଥିବା କମ୍ପାନୀଗୁଡ଼ିକର ଟିକସ ବୋଝ ବଢ଼ିଛି। ଏହି ଅତିରିକ୍ତ ଖର୍ଚ୍ଚର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଥିବା କୁହାଯାଉଛି।

ITC କେବଳ ଗୋଲ୍ଡ ଫ୍ଲେକ୍‌ ପ୍ରିମିୟମ୍‌ର ମୂଲ୍ୟ ବଢ଼ାଇନାହିଁ, ଏହାର ଅନ୍ୟ କିଛି ଲୋକପ୍ରିୟ ବ୍ରାଣ୍ଡ୍‌ର ଦାମ୍‌ ମଧ୍ୟ ସଂଶୋଧନ କରିଛି। ସେପ୍ଟେମ୍ବରରେ ଗୁଡ୍‌ ଫ୍ଲେକ୍‌ ସୁପରଷ୍ଟାର୍‌ର ୧୦ଟି ସିଗାରେଟ୍‌ ଥିବା ପ୍ୟାକେଟ୍‌ର ମୂଲ୍ୟ ୭୯ ଟଙ୍କାରୁ ବୃଦ୍ଧି ପାଇ ୮୯ ଟଙ୍କା ହୋଇଥିଲା। ସେହିପରି କ୍ଲାସିକ୍‌ କନେକ୍ଟର ୨୦ଟି ସିଗାରେଟ୍‌ ଥିବା ପ୍ୟାକେଟ୍‌ର ଦାମ୍‌ ୩୯୦ ଟଙ୍କାରୁ ବଢ଼ି ୪୨୮ ଟଙ୍କାରେ ପହଞ୍ଚିଥିଲା। ଲଗାତାର ମୂଲ୍ୟ ବୃଦ୍ଧି ଯୋଗୁଁ ITCର ବିଭିନ୍ନ ସିଗାରେଟ୍‌ ବ୍ରାଣ୍ଡ୍‌ର ଗ୍ରାହକଙ୍କୁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଦର ବୃଦ୍ଧି ସହିତ ଧୂମପାନର ସ୍ୱାସ୍ଥ୍ୟଗତ ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ।

Gold Flake Cigarette New Price Gold Flake Premium Price
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

November 12, 2026

ଘର ଭିତରେ ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ତିନି ଗୁରୁତର

November 12, 2026

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

November 12, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନିଖୋଜ ୨ ଯବାନଙ୍କ ମୃତଦେହ: କିସ୍ତୱାଡ଼ରେ ହାଇ ଆଲର୍ଟ

November 12, 2026
Latest News

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

November 12, 2026

ଘର ଭିତରେ ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ତିନି ଗୁରୁତର

November 12, 2026

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

November 12, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନିଖୋଜ ୨ ଯବାନଙ୍କ ମୃତଦେହ: କିସ୍ତୱାଡ଼ରେ ହାଇ ଆଲର୍ଟ

November 12, 2026

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.