Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା
ଆଜିର ଖବର

ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା

November 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
USA withdraws from FIFA World Cup
USA withdraws from FIFA World Cup

ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଭୟଙ୍କର ଯୁଦ୍ଧ ଏବଂ ଅସ୍ଥିରତା ଏଣିକି କ୍ରୀଡ଼ା ଜଗତକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ସୁରକ୍ଷାଗତ ଗମ୍ଭୀର ସମସ୍ୟା ଓ ଆଶଙ୍କାକୁ ଦୃଷ୍ଟିରେ ରଖି ଆମେରିକା ଆଗାମୀ ଫିଫା ଅଣ୍ଡର-୧୭ ବିଶ୍ୱକପ୍‌ରୁ ଓହରି ଯାଇଛି। କାତାରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରୁ ଆମେରିକାର ଏପରି ପ୍ରତ୍ୟାହାର କ୍ରୀଡ଼ା ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାତ୍ର ସପ୍ତାହେରୁ କମ୍ ସମୟ ବାକିଥିବା ବେଳେ ଏହି ନିଷ୍ପତ୍ତି ସମ୍ପର୍କରେ ଖେଳାଳିମାନଙ୍କୁ ଅବଗତ କରାଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ତେବେ ଆମେରିକା କ୍ରୀଡ଼ା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ଆନୁଷ୍ଠାତିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଜଟିଳ ସାମରିକ ସଂଘର୍ଷ କାରଣରୁ ଏପରି ପରିସ୍ଥିତି ଉପୁଜିଛି। ଗତ ସେବା ବର୍ଷର ଆରମ୍ଭରୁ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ଏହାର ଜବାବରେ ଇରାନ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା ଏବଂ ୱାଶିଂଟନର ସହଯୋଗୀ ଥିବା ପାଶ୍ୱର୍ବର୍ତ୍ତୀ ଗଲ୍ଫ ଦେଶଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା। ଯଦିଓ ଏହି ବିବାଦର ଅନ୍ତଃଘାତକୁ ରୋକିବା ପାଇଁ କୂଟନୈତିକ ସ୍ତରରେ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି, ତଥାପି ଆମେରିକା ଓ ଇସ୍ରାଏଲ ପକ୍ଷରୁ ପୁଣିଥରେ ଆକ୍ରମଣ କରାଯିବାର ଧମକ ଦିଆଯାଉଥିବାରୁ ସମଗ୍ର ଅଞ୍ଚଳରେ ଅନିଶ୍ଚିତତା ଏବଂ ଭୟର ବାତାବରଣ ଖେଳିଯାଇଛି।

ଏହି ସାମରିକ ଉତ୍ତେଜନା କେବଳ ରାଜନୈତିକ କ୍ଷେତ୍ରରେ ସୀମିତ ନରହି ମଧ୍ୟପ୍ରାଚ୍ୟରେ ଆୟୋଜିତ ହେବାକୁ ଥିବା ଅନେକ ପ୍ରମୁଖ କ୍ରୀଡ଼ା ଅନୁଷ୍ଠାନକୁ ମଧ୍ୟ ସାଂଘାତିକ ଭାବରେ ପ୍ରଭାବିତ କରିଛି। ପୂର୍ବରୁ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ଡବ୍ଲୁଟିଏ ଫାଇନାଲ୍ସକୁ ଆମେରିକାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିପରି ସାଉଦି ଆରବର ଜେଦା ସହରରେ ହେବାକୁ ଥିବା ପ୍ରମୁଖ ରେସିଂ ପ୍ରତିଯୋଗିତାକୁ ବାତିଲ କରାଯାଇଥିବା ବେଳେ ବାହାରିନରେ ହେବାକୁ ଥିବା ପ୍ରତିଯୋଗିତା ମଧ୍ୟ ମାଲେସିଆକୁ ସ୍ଥାନାନ୍ତରିତ ହୋଇଛି। ବିଶେଷକରି ୟେମେନର ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ବହୁ କ୍ରୀଡ଼ା ଇଭେଣ୍ଟ୍ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ଆଗାମୀ ଅଣ୍ଡର-୧୭ ବିଶ୍ୱକପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସମଗ୍ର ବିଶ୍ୱରୁ ମୋଟ ୪୮ଟି ଦଳ ଯୋଗ୍ୟତା ଅର୍ଜନ କରିଥିଲେ। ଆମେରିକା ଦଳକୁ ମଧ୍ୟ ଏହି ପ୍ରତିଯୋଗିତାର ଏକ ଗ୍ରୁପ୍‌ରେ ସ୍ଥାନ ମିଳିଥିଲା, ଯେଉଁଥିରେ ସେମାନଙ୍କ ସହିତ ମଣ୍ଟେନଗ୍ରୋ, ଚିଲି ଏବଂ ଆଲଜେରିଆ ଭଳି ଦଳ ରହିଥିଲେ। ତେବେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆମେରିକା ଏହି ପ୍ରତିଯୋଗିତାରୁ ଓହରିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ତେବେ ଆମେରିକା ଓହରିବା ପରେ ଏହି ସଂଖ୍ୟା ୪୭କୁ ଖସିଛି।

ଗତବର୍ଷଠାରୁ ଏହି ଅଣ୍ଡର-୧୭ ବିଶ୍ୱକପ୍‌କୁ ଏକ ବାର୍ଷିକ ପ୍ରତିଯୋଗିତା ଭାବେ ପରିଣତ କରାଯାଇଛି ଏବଂ ଆଗାମୀ ୫ଟି କ୍ରମାଗତ ସଂସ୍କରଣ ଆୟୋଜନ କରିବା ପାଇଁ କାତାରକୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ କାତାର ପୁରୁଷ ବିଶ୍ୱକପ୍ ଭଳି ବିଶ୍ୱସ୍ତରୀୟ ମହାକୁମ୍ଭ ସଫଳତାର ସହ ଆୟୋଜନ କରିସାରିଛି। ବିଦ୍ୟମାନ କ୍ରୀଡ଼ା ଭିତ୍ତିଭୂମିର ସଠିକ୍ ଉପଯୋଗ କରିବା ଏବଂ କ୍ରୀଡ଼ା କ୍ଷେତ୍ରରେ ସ୍ଥାୟୀତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଏକାଧିକ ସଂସ୍କରଣ ଗୋଟିଏ ଦେଶରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବର୍ତ୍ତମାନର ଭୌଗଳିକ ଓ ରାଜନୈତିକ ଅସ୍ଥିରତା କାରଣରୁ ଏହି ପ୍ରତିଯୋଗିତାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆମେରିକା ଫିଫା ବିଶ୍ୱକପ୍‌ ମଧ୍ୟପ୍ରାଚ୍ୟଯୁଦ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ OTT ରେ ରଜନୀକାନ୍ତଙ୍କ ‘ଜେଲର୍ 2’: ଜାଣନ୍ତୁ କେଉଁ ପ୍ଲାଟଫର୍ମରେ ଦେଖିବେ ଏହି ଚଳଚ୍ଚିତ୍ର?

November 12, 2026

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

November 12, 2026

ଘର ଭିତରେ ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ତିନି ଗୁରୁତର

November 12, 2026

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

November 12, 2026
Latest News

ଉତ୍ତର ପ୍ରଦେଶରେ ବଦଳିଯିବ ଭୋଟ୍ ଗଣିତ?: ଆସିଗଲା ଥାର୍ଡ ଫ୍ରଣ୍ଟ

November 12, 2026

CAPF ରେ ୧୧୬୭ SI ନିଯୁକ୍ତି: ଆଜିଠୁ ଆରମ୍ଭ ହେଲା ଆବେଦନ

November 12, 2026

ଏବେ OTT ରେ ରଜନୀକାନ୍ତଙ୍କ ‘ଜେଲର୍ 2’: ଜାଣନ୍ତୁ କେଉଁ ପ୍ଲାଟଫର୍ମରେ ଦେଖିବେ ଏହି ଚଳଚ୍ଚିତ୍ର?

November 12, 2026

ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା

November 12, 2026

ଚିଲିକା ହାଟବରଡ଼ିହରେ ମାସ ବ୍ୟାପି ଭାଗବତ ପରାୟଣ: ପ୍ରତି ଘରେ ପହଞ୍ଚିବ ଭାଗବତ!

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.