ନୂଆଦିଲ୍ଲୀ: ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ବ୍ଲକବଷ୍ଟର୍ ‘ଜେଲର୍ ୨’ ଏବେ OTT ରେ ରିଲିଜ୍ ହୋଇଯାଇଛି। ‘ଜେଲର୍ ୨’ ବକ୍ସ ଅଫିସରେ ସୁପରହିଟ୍ ରହିଛି। ଏହା ବିଶ୍ୱବ୍ୟାପୀ ୮୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ପ୍ରଥମ ତାମିଲ୍ ଫିଲ୍ମ ହୋଇଛି। ଏବେ ଏହି ଫିଲ୍ମ OTT ପ୍ଲାଟଫର୍ମରେ ବି ଧମାଲ୍ ସୃଷ୍ଟି କରିବାକୁ ଆସିଯାଇଛି।
କେଉଁ OTT ରେ ଦେଖିବେ?
ଯେଉଁମାନେ ଏହାକୁ ବଡ଼ ପରଦାରେ ଦେଖିପାରିନଥିଲେ, ସେମାନଙ୍କ ପାଇଁ ଏହା ଗୁଡ୍ ନ୍ୟୁଜ୍। ଆମାଜନ୍ ପ୍ରାଇମ୍ ଭିଡ଼ିଓ ଏହି ବକ୍ସ ଅଫିସ୍ ହିଟ୍ ଫିଲ୍ମକୁ ଷ୍ଟ୍ରିମ୍ କରିବା ଆରମ୍ଭ କରିଦେଇଛି।
ଫିଲ୍ମଟି ତାମିଲ୍, ତେଲୁଗୁ, ହିନ୍ଦୀ, କନ୍ନଡ଼ ଏବଂ ମଲୟାଲମ୍ – ଏହି ୫ଟି ଭାଷାରେ ଉପଲବ୍ଧ ଅଛି। ଆଶା କରାଯାଉଛି OTT ରେ ବି ଏହାକୁ ଜବରଦସ୍ତ ରେସପନ୍ସ ମିଳିବ ଏବଂ ଏହା ନୂଆ ରେକର୍ଡ ସୃଷ୍ଟି କରିବ।
ତେବେ ଗୋଟେ ନିରାଶାଜନକ କଥା ହେଲା, ‘ଜେଲର୍ ୨’ ର OTT ଭର୍ସନ୍ ରେ କୌଣସି ଏକ୍ସଟ୍ରା ଫୁଟେଜ୍ ନାହିଁ। ଯେଉଁମାନେ ଏହାର ‘ଏକ୍ସଟେଣ୍ଡେଡ୍ ଭର୍ସନ୍’ ଆଶା କରିଥିଲେ, ସେମାନେ ଟିକେ ନିରାଶ ହେବେ।
‘ଜେଲର୍ ୨’ କାହାଣୀ କଣ?
ଫିଲ୍ମର କାହାଣୀ ଅବସରପ୍ରାପ୍ତ ଜେଲର୍ ଟାଇଗର୍ ମୁଥୁଭେଲ୍ ପାଣ୍ଡିୟନ୍ ଙ୍କର। ସେ ପରିବାର ସହ ଶାନ୍ତ ଜୀବନ ବିତାଇବାକୁ ଚାହୁଁଥିଲେ। କିନ୍ତୁ ପରିସ୍ଥିତି ବଦଳିଯାଏ ଯେତେବେଳେ ସେ ଏକ ଭୟଙ୍କର ଅପରାଧିକ ନେଟୱାର୍କରେ ଫସିଯାଆନ୍ତି। ପରିବାରକୁ ବଞ୍ଚାଇବା ଏବଂ ଦୋଷୀଙ୍କୁ ଖୋଜିବା ପାଇଁ ମୁଥୁଭେଲ୍ ଟ୍ୟାକ୍ସି ଡ୍ରାଇଭର୍ ଭାବେ ଅଣ୍ଡରକଭର୍ ହୋଇଯାଆନ୍ତି। ତଦନ୍ତ ବେଳେ ସେ ଶକ୍ତିଶାଳୀ କଲ୍ପକ୍ ପରିବାର ପାଖରେ ପହଞ୍ଚନ୍ତି, ଯାହା ବଡ଼ ମୁହାଁମୁହିଁ ପରିସ୍ଥିତି ଆରମ୍ଭ କରେ। ଏହି ଫିଲ୍ମରେ ଆକ୍ସନ୍, କ୍ରାଇମ୍, ପ୍ରତିଶୋଧ ଏବଂ ଫ୍ୟାମିଲି ଡ୍ରାମାର ମିଶ୍ରଣ ଅଛି।
ରୋଜଗାର:
ସାକ୍ନିଲ୍କ୍ ଆକଳନ ଅନୁସାରେ, ‘ଜେଲର୍ ୨’ ପ୍ରଥମ ୨୮ ଦିନରେ ବିଶ୍ୱବ୍ୟାପୀ ପ୍ରାୟ ୮୩୦.୩ କୋଟି ଟଙ୍କା ଆୟ କରିଛି। ଭାରତରେ ୫୫୩.୨୫ କୋଟି (ଗ୍ରସ୍) ଏବଂ ବିଦେଶ ବଜାରରୁ ୨୭୭.୦୫ କୋଟି ଆୟ କରିଛି, ଯାହା ଦ୍ୱାରା ଘରୋଇ ନେଟ୍ କଲେକ୍ସନ୍ ୪୭୦ କୋଟି ପାର୍ ହୋଇଯାଇଛି।


