Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ
ଆଜିର ଖବର

ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ

November 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ
ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ରେଳପଥ ମାଧ୍ୟମରେ ପାର୍ସଲ୍ ପରିବହନକୁ ଅଧିକ ସୁରକ୍ଷିତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ଏହାର ତିନୋଟି ମଣ୍ଡଳ ଅନ୍ତର୍ଗତ ୧୦ଟି ପ୍ରମୁଖ ପାର୍ସଲ୍ କାର୍ଯ୍ୟାଳୟରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ ସ୍ଥାପନ କରି କାର୍ଯ୍ୟକ୍ଷମ କରିଛି। ଏଥିମଧ୍ୟରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳର ୫ଟି ସ୍ଥାନ, ସମ୍ବଲପୁର ମଣ୍ଡଳର ୪ଟି ସ୍ଥାନ ଏବଂ ରାୟଗଡ଼ା ମଣ୍ଡଳର ଗୋଟିଏ ସ୍ଥାନରେ ଏହି ସ୍କାନିଂ ସୁବିଧା ଉପଲବ୍ଧ ହୋଇଛି।

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ୍, କଟକ ଓ ବ୍ରହ୍ମପୁର ଠାରେ ଏହି ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ସେହିପରି ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର, ଟିଟିଲାଗଡ଼, ବଲାଙ୍ଗୀର ଓ କଣ୍ଟାବାଞ୍ଜି ଠାରେ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ରାୟଗଡ଼ା ମଣ୍ଡଳ ଅନ୍ତର୍ଗତ ରାୟଗଡ଼ା ଷ୍ଟେସନ ଠାରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇଛି।

ଏହାବ୍ୟତୀତ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ କେସିଙ୍ଗା ଓ ବରଗଡ଼ ରୋଡ୍ ଷ୍ଟେସନରେ ପାର୍ସଲ୍ ସ୍କାନର ମେସିନ୍ ସ୍ଥାପନ କାର୍ଯ୍ୟ ଜାରି ରହିଛି।

ଏହି ଆଧୁନିକ ପାର୍ସଲ୍ ସ୍କାନର ମେସିନ୍‌ଗୁଡ଼ିକ ହେଉଛି ଉନ୍ନତ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା, ଯାହା ଟ୍ରେନ୍‌ରେ ଲୋଡ୍ କରିବା ପୂର୍ବରୁ ବୁକ୍ କରାଯାଇଥିବା ପାର୍ସଲ୍ ଓ ପ୍ୟାକେଟ୍‌ ଗୁଡ଼ିକର ଯାଞ୍ଚ କରିବାରେ ସହାୟକ ହେବ। ଏହା ମାଧ୍ୟମରେ ଜ୍ୱଳନଶୀଳ ଓ ଅଗ୍ନି ବିପଦ ସୃଷ୍ଟିକାରୀ ସାମଗ୍ରୀ, ବାଣ, ବିସ୍ଫୋରକ, ବିନା ଅନୁମତିରେ ପରିବହନ କରାଯାଉଥିବା ସାମଗ୍ରୀ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚିହ୍ନଟ କରିବା ସମ୍ଭବ ହେବ। ଏହାଦ୍ୱାରା ରେଳପଥର ପାର୍ସଲ୍ ପରିବହନ ବ୍ୟବସ୍ଥାରେ ସୁରକ୍ଷା ଆହୁରି ସୁଦୃଢ଼ ହେବ।

ଏହି ସ୍କାନିଂ ସୁବିଧାର ପ୍ରଚଳନ ଦ୍ୱାରା ରେଳ ନେଟୱର୍କ ମାଧ୍ୟମରେ ବିପଜ୍ଜନକ ଓ ନିଷିଦ୍ଧ ସାମଗ୍ରୀ ପରିବହନକୁ ରୋକାଯାଇପାରିବ। ଏଥିସହ ବୁକ୍ ହୋଇଥିବା ପାର୍ସଲ୍‌ଗୁଡ଼ିକର ଉପଯୁକ୍ତ ଯାଞ୍ଚ, ସୁରକ୍ଷା ଯାଞ୍ଚ ବ୍ୟବସ୍ଥାରେ ଉନ୍ନତି ଏବଂ ଅଧିକ ସୁରକ୍ଷିତ ପାର୍ସଲ୍ ପରିଚାଳନା ସୁନିଶ୍ଚିତ କରିବାରେ ଏହା ରେଳ କର୍ମଚାରୀମାନଙ୍କୁ ସହାୟତା କରିବ।

ଆଧୁନିକ ଜ୍ଞାନକୌଶଳର ଉପଯୋଗ ଏବଂ ରେଳବାଇର ବାଣିଜ୍ୟିକ କାର୍ଯ୍ୟକଳାପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପାର୍ସଲ୍ ସ୍କାନର ମେସିନ୍ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

November 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

November 12, 2026

U-19 ଏସିଆ କପ୍ ଫାଇନାଲରେ ଭାରତ: ପାକିସ୍ତାନ ସହ ମୁକାବିଲା

November 12, 2026

ବାଣପୁରରେ ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମ ମୁକ୍ତ ସଚେତନତା ଅଭିଯାନ!: ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

November 12, 2026
Latest News

AI ଦୁନିଆରେ ହଲଚଲ୍: Nvidia CEO ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ନେଇ ବଡ଼ ଦାବି!:

November 12, 2026

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

November 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

November 12, 2026

U-19 ଏସିଆ କପ୍ ଫାଇନାଲରେ ଭାରତ: ପାକିସ୍ତାନ ସହ ମୁକାବିଲା

November 12, 2026

ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.