Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ବ୍ୟାପକ ରୋଡମ୍ୟାପ୍‌ ପ୍ରସ୍ତୁତ
ବିଶେଷ ଖବର

ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ବ୍ୟାପକ ରୋଡମ୍ୟାପ୍‌ ପ୍ରସ୍ତୁତ

November 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Comprehensive roadmap prepared for the development of tourism in Odisha

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ, ଦାୟିତ୍ୱଶୀଳ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ଅଭିବୃଦ୍ଧି ଏବଂ ରଣନୈତିକ ପ୍ରାଥମିକତା ଉପରେ ବିସ୍ତୃତ ବିଚାରବିମର୍ଶ କରାଯାଇଛି।

ପରିଷଦକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ‘ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ ଏବଂ ଜାତୀୟ ସଂକଳ୍ପ ‘ବିକଶିତ ଭାରତ ୨୦୪୭’ରେ ଯୋଗଦାନ କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହାସିକ ଓ ଆଧ୍ୟାତ୍ମିକ ଐତିହ୍ୟ, ମନୋରମ ବେଳାଭୂମି, ବୌଦ୍ଧ କୀର୍ତ୍ତିରାଜି, ଜୈବ ବିବିଧତା, ଜନଜାତି ପରମ୍ପରା, ହସ୍ତଶିଳ୍ପ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ବିପୁଳ ସମ୍ଭାବନା ରହିଛି। ଏହାର ସଠିକ୍ ବିନିଯୋଗ ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ସ୍ଥାନୀୟ ଜୀବିକାକୁ ସୁଦୃଢ଼ କରିବା ଏବଂ ରାଜ୍ୟର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ରାଜ୍ୟର ପର୍ଯ୍ୟଟନ ପରିବେଶକୁ ଅଧିକ ଆକର୍ଷଣୀୟ ଓ ବିବିଧମୟ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ପରିବେଶ ପର୍ଯ୍ୟଟନ, ଐତିହ୍ୟ ଓ ଧାର୍ମିକ ପର୍ଯ୍ୟଟନ, ସାହସିକ ପର୍ଯ୍ୟଟନ, ବିଭିନ୍ନ ସମ୍ମିଳନୀ ଓ ପ୍ରଦର୍ଶନୀ ଆଧାରିତ ପର୍ଯ୍ୟଟନ, ବିବାହ ଉତ୍ସବ ପର୍ଯ୍ୟଟନ ଏବଂ ନୂତନ ପର୍ଯ୍ୟଟନ କରିଡର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ଏକ ସ୍ୱତନ୍ତ୍ର ‘ପର୍ଯ୍ୟଟନ ଭୂମି ଭଣ୍ଡାର’ ଗଠନ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭିତ୍ତିଭୂମି ଓ ମୌଳିକ ସୁବିଧାର ଉନ୍ନତିକରଣ, ଉତ୍ତମ ଯୋଗାଯୋଗ ବ୍ୟବସ୍ଥା, ଆଧୁନିକ ରହଣି ସୁବିଧା, ପର୍ଯ୍ୟଟକଙ୍କ ସୁରକ୍ଷା, ପରିମଳ ଏବଂ କୁଶଳୀ ମାନବ ସମ୍ବଳ ବିକାଶ ଆଦି ବିଷୟରେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଥିଲା।

ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା ସହ କୋଠା ନିର୍ମାଣ ଅନୁମତି, ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର, ଲାଇସେନ୍ସ ଓ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରୀ ପ୍ରକ୍ରିୟାକୁ ସରଳୀକରଣ କରିବା ଉପରେ ପରିଷଦରେ ଗୁରୁତ୍ୱାରୋପ କରାଯାଇଥିଲା। ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସୁଦୃଢ଼ ସରକାରୀ-ଘରୋଇ ଭାଗିଦାରୀ ଏବଂ ଆତିଥ୍ୟ କ୍ଷେତ୍ରର ଅଂଶୀଦାରମାନଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଓଡ଼ିଶାର ଅନ୍ତର୍ଜାତୀୟ ପର୍ଯ୍ୟଟନ ପ୍ରଚାର ଅଭିଯାନ, ବିଶେଷକରି ଆସନ୍ତା ନଭେମ୍ବର ୨୩ ଏବଂ ୨୪ ତାରିଖରେ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ପରବ’ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ମହୋତ୍ସବ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ, ପାରମ୍ପରିକ ଖାଦ୍ୟପେୟ ଏବଂ ବିବିଧ ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚ ପ୍ରଦାନ କରିବ ବୋଲି ବିଭାଗୀୟ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି। ‘ଭାରତକୁ ଜାଣ, ଓଡ଼ିଶାକୁ ଜାଣ’ ଦୃଷ୍ଟିକୋଣ ସହ ସମନ୍ୱୟ ରଖି ନୀତିଗତ ମାର୍ଗଦର୍ଶନ ଏବଂ ପର୍ଯ୍ୟଟନ ପଦକ୍ଷେପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ପାଇଁ ପରିଷଦର ସାଂସ୍ଥାନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ।

ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଳୱନ୍ତ ସିଂହ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ବିଭାଗର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୈତିକ ଦିଗଦର୍ଶନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ସ୍ୱତନ୍ତ୍ର ସଚିବ ଲିପ୍ସା ଦାସ, ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘର ଅଧ୍ୟକ୍ଷ ଜେ. କେ. ମହାନ୍ତି, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମହାପ୍ରବନ୍ଧକ ଧର୍ମେନ୍ଦ୍ର ମଲ୍ଲିକ ଏବଂ ଅତିରିକ୍ତ ସଚିବ ଡକ୍ଟର ରୁଦ୍ର ନାରାୟଣ ଦାସଙ୍କ ସମେତ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରର ବିଶିଷ୍ଟ ପ୍ରତିନିଧିମାନେ ଯୋଗଦେଇ ନିଜର ବହୁମୂଲ୍ୟ ମତାମତ ରଖିଥିଲେ। ରାଜ୍ୟରେ ନିରନ୍ତର, ସାମଗ୍ରିକ ଏବଂ ପୁଞ୍ଜିନିବେଶ-ଆଧାରିତ ପର୍ଯ୍ୟଟନ ବିକାଶ ଦିଗରେ ଏହି ପ୍ରଥମ ବୈଠକ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ ବିକାଶ ରାଜ୍ୟ ପର୍ଯ୍ୟଟନ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଲର-ପୋଲିସ ଗାଡ଼ି ଧକ୍କା: ଜଣେ ମୃତ, ୩ ଗୁରୁତର

November 13, 2026

ବଡ଼ଚଣାରେ ଭୟଙ୍କର ବସ୍ ଦୁର୍ଘଟଣା, ୧୦ରୁ ଅଧିକ ଆହତ

November 13, 2026

SIR ପରେ ଭୋଟର ତାଲିକାରେ ପୁଣି ବଢ଼ିଲା ନାମ, ୯ ରାଜ୍ୟରେ କେତେ ପ୍ରତିଶତ ବୃଦ୍ଧି?

November 13, 2026

ବିଜେଡିରୁ ବହିଷ୍କୃତ ହେଲେ ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ

November 13, 2026
Latest News

ଟ୍ରେଲର-ପୋଲିସ ଗାଡ଼ି ଧକ୍କା: ଜଣେ ମୃତ, ୩ ଗୁରୁତର

November 13, 2026

ବଡ଼ଚଣାରେ ଭୟଙ୍କର ବସ୍ ଦୁର୍ଘଟଣା, ୧୦ରୁ ଅଧିକ ଆହତ

November 13, 2026

SIR ପରେ ଭୋଟର ତାଲିକାରେ ପୁଣି ବଢ଼ିଲା ନାମ, ୯ ରାଜ୍ୟରେ କେତେ ପ୍ରତିଶତ ବୃଦ୍ଧି?

November 13, 2026

ବିଜେଡିରୁ ବହିଷ୍କୃତ ହେଲେ ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ

November 13, 2026

UPIରେ ଲାଗିବ କି MDR ଚାର୍ଜ? NPCIର ନୂଆ ନିୟମକୁ ନେଇ ଚର୍ଚ୍ଚା

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.