Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ
ଆଜିର ଖବର

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ

November 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Fourth ODI against New Zealand: India collapses

ମାଉଣ୍ଟ ମାଙ୍ଗାନୁଇ: ମାଉଣ୍ଟ ମାଙ୍ଗାନୁଇର ବେ ଓଭାଲଠାରେ ଅନୁଷ୍ଠିତ ଭାରତ ଓନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଏକ ବଡ଼ଧରଣର ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ କରିନ୍ୟୁଜିଲ୍ୟାଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ଆଠଟି ଓ୍ବିକେଟରେ ୩୩୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର୍ ୱିଲ୍ ୟଙ୍ଗ୍ ଏକ ଚମତ୍କାର ଶତକ ଅର୍ଜନ କରି ୧୨୫ ରନ୍ କରିଥିବା ବେଳେ ଟିମ୍ ସେଇଫର୍ଟ ୫୮ ରନ୍‌ର ଅବଦାନ ରଖିଥିଲେ । ଭାରତ ପକ୍ଷରୁ ବୋଲିଂ କରି ଅକ୍ଷର ପଟେଲ, ଆକିବ ନବୀ ଏବଂ ଗୁରୁନୂର ବ୍ରାର ପ୍ରତ୍ୟେକେ ଦୁଇଟି ଶିକାର କରିଥିଲେ ମଧ୍ୟ କିୱି ବ୍ୟାଟ୍ସମାନମାନେ ଏକ ବିଶାଳ ସ୍କୋର୍ ଠିଆ କରିବାରେ ସଫଳ ହୋଇଥିଲେ।

୩୩୪ ରନ୍‌ର ଏକ ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ଇନିଂସର ପ୍ରଥମ ଓଭରରେ ହିଁ ଘାତକ ବୋଲିଂ ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ୍ ହେନେ୍ରୀ ଭାରତୀୟ ଶୀର୍ଷକ୍ରମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ପ୍ରଥମ ବଲ୍‌ରେ ରୋହିତ ଶର୍ମାଙ୍କୁ ଆଉଟ୍ କରିବା ପରେ, ବିରାଟ କୋହଲି ଏବଂ ଅଧିନାୟକ ଦାୟିତ୍ୱରେ ଥିବା ଶ୍ରେୟସ ଆୟରଙ୍କୁ ମଧ୍ୟ କୌଣସି ରନ୍ କରିବାକୁ ନଦେଇ ପାଭିଲିୟନ୍ ପଠାଇଥିଲେ। ଏହାଫଳରେ ଭାରତୀୟ ଦଳ ବିନା କୌଣସି ରନ୍‌ରେ ତିନୋଟି ମୂଲ୍ୟବାନ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ଦିନିକିଆ କ୍ରିକେଟ୍ ଇତିହାସରେ ଭାରତୀୟ ଦଳର ଏହା ପ୍ରଥମ ଏଭଳି ଘଟଣା ଥିଲା, ଯେଉଁଠାରେ ଦଳ ବିନା କୌଣସି ସ୍କୋରରେ ତିନୋଟି ୱିକେଟ୍ ହରାଇଥିଲା।

ଏହାପରେ ପରେ ରୁତୁରାଜ ଗାଏକ୍ୱାଡ୍ ମାତ୍ର ୫ ରନ୍ କରି ଆଉଟ୍ ହେବାରୁ ଭାରତର ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼ିଥିଲା ଏବଂ ଦଳ ମାତ୍ର ୯ ରନ୍ ମଧ୍ୟରେ ନିଜର ପ୍ରଥମ ଚାରିଜଣ ପ୍ରମୁଖ ବ୍ୟାଟ୍ସମାନଙ୍କୁ ହରାଇଥିଲା। କଷ୍ଟଜନକ ସ୍ଥିତିରେ ଇଶାନ କିଷାନ ଏବଂ ଅକ୍ଷର ପଟେଲ କିଛି ସମୟ ପାଇଁ ପ୍ରତିରୋଧ କରି ସ୍କୋର୍ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ମ୍ୟାଚ୍‌ର ଗତିପଥ ବଦଳାଇବାରେ ସମର୍ଥ ହୋଇନଥିଲେ। ଇଶାନ କିଷାନ ୨୭ ରନ୍ କରି ଆଉଟ୍ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ବ୍ୟାଟ୍ସମାନ ଦୃଢ଼ ବ୍ୟାଟିଂ ପ୍ରଦର୍ଶନ କରିପାରିନଥିଲେ। ମ୍ୟାଟ୍ ହେନେ୍ରୀଙ୍କ ଅତି ଘାତକ ବୋଲିଂ ଆଗରେ ତିଷ୍ଠି ନପାରି ଭାରତୀୟ ଇନିଂସ ମାତ୍ର ୮୯ ରନ୍‌ରେ ସମାପ୍ତ ହୋଇଯାଇଥିଲା। ମ୍ୟାଟ୍ ହେନେ୍ରୀ ସର୍ବାଧିକ ଛଅଟି ୱିକେଟ୍ ଅକ୍ତିଆର କରିଥିଲେ।

ଏହିପରି ଭାବେ ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍‌ରେ ୨୪୪ ରନ୍‌ର ଏକ ବିଶାଳ ବ୍ୟବଧାନରେ ବିଜୟୀ ହୋଇ ସିରିଜରେ ନିଜର ସ୍ଥିତିକୁ ବଜାୟ ରଖିଛି। ତଥାପି, ଏହି ସିରିଜରେ ଭାରତୀୟ ଦଳ ପୂର୍ବରୁ ଆଗୁଆ ରହିଥିବା ଜଣାପଡ଼ିଛି। ଏହି ଶୋଚନୀୟ ପରାଜୟ ଭାରତୀୟ ଦଳର ବ୍ୟାଟିଂ ଦୁର୍ବଳତା ଏବଂ ପ୍ରାରମ୍ଭିକ ପତନର ସମସ୍ୟାକୁ ପୁନର୍ବାର ସ୍ପଷ୍ଟ ଭାବେ ପଦାରେ ପକାଇ ଦେଇଛି।

ଚତୁର୍ଥ ଦିନିକିଆ ନ୍ୟୁଜିଲ୍ୟାଣ୍ଡ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଡିକେ ଶିବକୁମାରଙ୍କ ସହ ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

November 13, 2026

ଭୁବନେଶ୍ବରରେ କେନ୍ଦ୍ର ସାହିତ୍ୟ ଏକାଡେମୀ କରିବ ସର୍ବ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

November 13, 2026

ବଢିଲା CNG ଏବଂ PNG ମୂଲ୍ୟ: ଜାଣନ୍ତୁ ନୂତନ ଦର

November 13, 2026

ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି ହେଲା IRF ଉପରେ ପ୍ରତିବନ୍ଧକ: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଜାରି

November 13, 2026
Latest News

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ

November 13, 2026

ଡିକେ ଶିବକୁମାରଙ୍କ ସହ ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

November 13, 2026

ଭୁବନେଶ୍ବରରେ କେନ୍ଦ୍ର ସାହିତ୍ୟ ଏକାଡେମୀ କରିବ ସର୍ବ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

November 13, 2026

ବଢିଲା CNG ଏବଂ PNG ମୂଲ୍ୟ: ଜାଣନ୍ତୁ ନୂତନ ଦର

November 13, 2026

ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି ହେଲା IRF ଉପରେ ପ୍ରତିବନ୍ଧକ: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଜାରି

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.