Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନାର ତାସ୍ ପାଇଁ ନିର୍ମମ ହତ୍ୟା, ଲକ୍ଷ୍ମୀସାଗର ମାମଲାରେ ବଡ଼ ଖୁଲାସା
ଆଜିର ଖବର

ସୁନାର ତାସ୍ ପାଇଁ ନିର୍ମମ ହତ୍ୟା, ଲକ୍ଷ୍ମୀସାଗର ମାମଲାରେ ବଡ଼ ଖୁଲାସା

November 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସୁନାର ଚମକ ଆଗରେ ହାର ମାନିଗଲା ମାନବିକତା। ଲୋଭ ଏତେ ଭୟଙ୍କର ହେଲା ଯେ, ଯେଉଁ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲା, ସେହି ଘରର ମାଲିକାଣୀଙ୍କ ଜୀବନ ନେବାକୁ ବି ପଛାଇଲା ନାହିଁ। ଭୁବନେଶ୍ୱର ଲକ୍ଷ୍ମୀସାଗରର ବହୁ ଚର୍ଚ୍ଚିତ କୁଞ୍ଜଲତା ନନ୍ଦ ହତ୍ୟା ଘଟଣାରେ ଏବେ ପୁଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ ବଳଭଦ୍ର ମହାରଣା। ସୁରଟରୁ ତାକୁ ଗିରଫ କରିଛି କମିସନରେଟ୍ ପୁଲିସ। ତା’ ନିକଟରୁ କିଲୋ କିଲୋ ସୁନା ଓ ରୂପା ଗହଣା ସହ ସୁନାର ତାସ୍ ଜବତ ହୋଇଥିବା ସୂଚନା ମିଳିଛି।

ଏହି ହତ୍ୟାକାଣ୍ଡ ପଛରେ ଥିଲା ଏକ ଅଜବ ଲୋଭ। ସାଧାରଣ ତାସ୍ ନୁହେଁ, ସୁନାରେ ତିଆରି ତାସ୍ ଉପରେ ଥିଲା ବଳଭଦ୍ରର ଲୋଲୁପ ନଜର। ସେହି ସୁନା ତାସ୍ ପାଇବାର ଲୋଭ ତାକୁ ଅପରାଧର ରାସ୍ତାକୁ ଟାଣି ନେଇଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ଏକାକୀ ରହୁଥିବା କୁଞ୍ଜଲତାଙ୍କୁ ହତ୍ୟା କରିବା ପରେ ଘରୁ ସୁନା, ରୂପା, ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲା ସେ।

ହତ୍ୟା ପରେ ଲୁଟ୍ ସାମଗ୍ରୀ ସହ କୁଞ୍ଜଲତାଙ୍କ ସ୍କୁଟି ଧରି ସେଠାରୁ ଫେରାର୍ ହୋଇଯାଇଥିଲା ବଳଭଦ୍ର। ଲକ୍ଷ୍ମୀସାଗରରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଯାଇ ସେଠାରେ ରହୁଥିବା ଜଣେ ମହିଳାଙ୍କ ପାଖରେ ପହଞ୍ଚିଥିଲା। ପୁଲିସ ସୂଚନା ଅନୁସାରେ, ଲୁଟ୍ କରିଥିବା ଗହଣା ଓ ଟଙ୍କା ସେହି ମହିଳାଙ୍କୁ ଦେଇ ସେ ପରେ ସୁରଟ୍ ଚାଲିଯାଇଥିଲା।

ନିଜକୁ ପୁଲିସ ଆଖିରୁ ଲୁଚାଇବା ପାଇଁ ରାଜ୍ୟ ବାହାରେ ଆଶ୍ରୟ ନେଇଥିଲା ଅଭିଯୁକ୍ତ। କିନ୍ତୁ କମିସନରେଟ୍ ପୁଲିସର ତଦନ୍ତ ଓ ଅଭିଯାନରୁ ସେ ବର୍ତ୍ତିପାରିନଥିଲା। ଶେଷରେ ସୁରଟରୁ ତାକୁ କାବୁ କରାଯାଇଛି। ଗିରଫ ପରେ ବଳଭଦ୍ର ହତ୍ୟା ଓ ଲୁଟ୍ ଘଟଣା ସମ୍ପର୍କରେ ଅନେକ ତଥ୍ୟ ଦେଇଥିବା ସୂଚନା ମିଳିଛି।

ଏବେ ତଦନ୍ତରେ ଆଗକୁ ଆସିବ ଲୁଟ୍ ସାମଗ୍ରୀର ପୂରା ରହସ୍ୟ।ଗୋଟିଏ ସୁନାର ତାସ୍ ପାଇଁ ଜଣେ ମହିଳାଙ୍କ ଜୀବନ ଚାଲିଗଲା। ଯେଉଁ ସୁନା ତାସ୍‌କୁ ପାଇବା ପାଇଁ ବଳଭଦ୍ର ହତ୍ୟା ଭଳି ଜଘନ୍ୟ ଅପରାଧ କରିଥିଲା, ଶେଷରେ ସେହି ଲୋଭ ହିଁ ତାକୁ ପୁଲିସ ହାତରେ ଧରାଇଦେଲା।

#KunjalataNanda #LaxmisagarMurder
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ୧୫ ସୁପାରିଶ

November 13, 2026

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା

November 13, 2026

ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

November 13, 2026

ବଙ୍ଗୋପସାଗରରେ ପୁଣି ବାତ୍ୟା, ୧୫ ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା

November 13, 2026
Latest News

ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ୧୫ ସୁପାରିଶ

November 13, 2026

ସୁନାର ତାସ୍ ପାଇଁ ନିର୍ମମ ହତ୍ୟା, ଲକ୍ଷ୍ମୀସାଗର ମାମଲାରେ ବଡ଼ ଖୁଲାସା

November 13, 2026

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା

November 13, 2026

ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

November 13, 2026

ବଙ୍ଗୋପସାଗରରେ ପୁଣି ବାତ୍ୟା, ୧୫ ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.