Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ
ରାଜ୍ୟ ଖବର

ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ

November 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
SOA faculty member Dr. Radha Prasanna Dalai elected as General Secretary of the IDA Odisha branch
SOA faculty member Dr. Radha Prasanna Dalai elected as General Secretary of the IDA Odisha branch

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍ (ଆଇଡିଏ), ଓଡ଼ିଶା ଶାଖାର ସମ୍ମାନଜନକ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୋପାଳପୁରଠାରେ ଆୟୋଜିତ ୪୨ତମ ଓଡ଼ିଶା ବାର୍ଷିକ ରାଜ୍ୟ ଦନ୍ତ ଚିକିତ୍ସା ସମ୍ମିଳନୀରେ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା। ତିନିଦିନିଆ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦନ୍ତ ଚିକିତ୍ସକ, ଶିକ୍ଷାବିତ୍‌, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇ ଦନ୍ତ ଚିକିତ୍ସା କ୍ଷେତ୍ରରେ ନୂତନ ଗବେଷଣା, ବୈଜ୍ଞାନିକ ଆଲୋଚନା ଓ ଶୈକ୍ଷିକ ଆଦାନପ୍ରଦାନ କରିଥିଲେ।

ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍ ଦେଶର ଦନ୍ତ ଚିକିତ୍ସକମାନଙ୍କର ଏକ ପ୍ରମୁଖ ବୃତିଗତ ଅନୁଷ୍ଠାନ। ଏହାର ଓଡ଼ିଶା ଶାଖା ଦନ୍ତ ଚିକିତ୍ସା କ୍ଷେତ୍ରରେ ବୃତ୍ତିଗତ ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ସମ୍ମିଳନୀ, ନିରନ୍ତର ଦନ୍ତ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଜନସାଧାରଣଙ୍କ ମଧ୍ୟରେ ମୁଖ ଓ ଦନ୍ତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟ କରିଆସୁଛି। ସମ୍ମାନଜନକ ସାଧାରଣ ସମ୍ପାଦକ ଦାୟିତ୍ୱରେ ରହି ଡାକ୍ତର ଦଳାଇ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ଏବଂ ଭବିଷ୍ୟତର କାର୍ଯ୍ୟଧାରା ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ରାଜ୍ୟର ଦନ୍ତ ଚିକିତ୍ସକମାନଙ୍କ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟ ବୃଦ୍ଧି, ଶୈକ୍ଷିକ ଏବଂ ଗବେଷଣାତ୍ମକ ସହଯୋଗକୁ ପ୍ରୋତ୍ସାହନ, ନିରନ୍ତର ଦନ୍ତ ଶିକ୍ଷାର ପ୍ରସାର ଏବଂ ଯୁବ ଦନ୍ତ ଚିକିତ୍ସକମାନଙ୍କୁ ସଂଗଠନର କାର୍ଯ୍ୟଧାରାରେ ଅଧିକ ସକ୍ରିୟ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ।

ସୂଚନା ଯୋଗ୍ୟ ଯେ ସୋଆ ପରିଚାଳିତ ଆଇଡିଏସ୍ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗସ ୨୦୨୫ ଅନୁଯାୟୀ ଦେଶର ୯ମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ ସ୍ଥାନିତ ହୋଇଛି। ଦାୟିତ୍ୱ ଗ୍ରହଣ କରିବା ପରେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଦନ୍ତ ଚିକିତ୍ସାର ଭୂମିକାକୁ ଅଧିକ ସୁଦୃଢ଼ କରିବା, ବୈଜ୍ଞାନିକ ତଥ୍ୟ ଆଧାରିତ ଦନ୍ତ ଚିକିତ୍ସା ପଦ୍ଧତି, ପ୍ରତିଷେଧକ ମୁଖ ସ୍ୱାସ୍ଥ୍ୟ ସେବା ଏବଂ ଅବହେଳିତ ଓ ଅନୁନ୍ନତ ବର୍ଗଙ୍କ ନିକଟରେ ଦନ୍ତ ସ୍ୱାସ୍ଥ୍ୟ ସେବା ପହଂଚାଇବା ଦିଗରେ ପଦକ୍ଷେପ ନେବାକୁ ଡାକ୍ତର ଦଳାଇ ଲକ୍ଷ୍ୟ ରଖିଛନ୍ତି। ଡାକ୍ତର ଦଳାଇଙ୍କ ଏହି ଦାୟିତ୍ୱ ଗ୍ରହଣ କରିବା ଆଇଡିଏସ୍ ତଥା ସୋଆ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ପ୍ରସଙ୍ଗ। ଏହା ଶୈକ୍ଷିକ ଉତ୍କର୍ଷତା, ବୃତିଗତ ନେତୃତ୍ୱ ଏବଂ ଦନ୍ତ ଚିକିତ୍ସା କ୍ଷେତ୍ରର ବିକାଶରେ ସୋଆର ନିରନ୍ତର ଅବଦାନକୁ ପ୍ରତିଫଳିତ କରୁଛି।

ଆଇଡିଏ ଡାକ୍ତର ରାଧା ପ୍ରସନ୍ନ ଦଳାଇ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

November 16, 2026

ନଭେମ୍ବର ୧୮ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

November 16, 2026

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି: ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ

November 16, 2026

ନେହେରୁ ସେବା ସଂଘରେ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ

November 16, 2026
Latest News

ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

November 16, 2026

ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ

November 16, 2026

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

November 16, 2026

ନଭେମ୍ବର ୧୮ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

November 16, 2026

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି: ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.