Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲାସାହେବଙ୍କ ଫଟୋ ଚିରିବା ବିବାଦ: ଶାଇନାଙ୍କ ସପକ୍ଷରେ ବାହାରିଲେ ଏକନାଥ ଶିନ୍ଦେ
ଆଜିର ଖବର

ବାଲାସାହେବଙ୍କ ଫଟୋ ଚିରିବା ବିବାଦ: ଶାଇନାଙ୍କ ସପକ୍ଷରେ ବାହାରିଲେ ଏକନାଥ ଶିନ୍ଦେ

November 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Controversy over the tearing of Balasaheb's photo: Eknath Shinde comes out in support of Shaina

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏବେ ଏକ ଫଟୋ ଚିରିବା ଘଟଣାକୁ ନେଇ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଛି। ଶିବସେନା ନେତ୍ରୀ ଶାଇନା ଏନ୍‌ସି ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଫଟୋ ଚିରି ତାଙ୍କୁ ଅପମାନିତ କରିଥିବା ନେଇ ବିରୋଧୀ କଂଗ୍ରେସ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏହି ବିବାଦ ବଢ଼ୁଥିବା ଦେଖି ଶିବସେନା ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଆଜି ଶାଇନା ଏନ୍‌ସିଙ୍କ ସପକ୍ଷରେ ବାହାରିଛନ୍ତି। ଶାଇନା ବାଲାସାହେବଙ୍କ ନୁହେଁ, ବରଂ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ଫଟୋ ଚିରିଥିବା ଶିନ୍ଦେ ସ୍ପଷ୍ଟ କରିଛନ୍ତି।

ଘଟଣା ଅନୁଯାୟୀ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଙ୍ଗ୍’ ବିରୋଧରେ ଶିବସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଏହି ସମୟରେ ଶାଇନା ଏନ୍‌ସି ଏକ ପୁରୁଣା ଫଟୋ ଚିରି ଦେଇଥିଲେ, ଯେଉଁଥିରେ ସ୍ୱାତନ୍ତ୍ର୍ୟବୀର ସାବରକରଙ୍କୁ ଅପମାନିତ କରିଥିବାରୁ ବାଲାସାହେବ ଠାକରେ ରାସ୍ତାକୁ ଓହ୍ଲାଇ ମଣିଶଙ୍କର ଆୟାରଙ୍କ କୁଶପୁତ୍ତଳିକାକୁ ଚପଲରେ ପିଟୁଥିବାର ଦୃଶ୍ୟ ରହିଥିଲା। ତେବେ ଫଟୋ ଚିରିବା ସମୟରେ ଦଳୀୟ ସହଯୋଗୀ ସଞ୍ଜୟ ନିରୁପମ ତାଙ୍କୁ ଏନେଇ ସଚେତନ କରାଇବା ପରେ ଶାଇନା ତୁରନ୍ତ ଚିରା ଫଟୋଟିକୁ କିଛି କାଗଜପତ୍ର ତଳେ ଲୁଚାଇ ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ବିବାଦ ଘନେଇବା ପରେ ଏକନାଥ ଶିନ୍ଦେ ବିଧାନସଭା ପରିସରକୁ ଶାଇନାଙ୍କୁ ଡକାଇ ଏ ବିଷୟରେ ପଚାରି ବୁଝିଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିନ୍ଦେ କହିଛନ୍ତି ଯେ, ବାଲାସାହେବ ଠାକରେ ଆମର ଆଦର୍ଶ ଏବଂ ଆମ ପାଇଁ ଦେବତାଙ୍କ ସହ ସମାନ। ଆମେ ତାଙ୍କର ବିଚାରଧାରାକୁ ଆଗକୁ ନେଇ ଚାଲିଛୁ, ତେଣୁ ତାଙ୍କର କୌଣସି ପ୍ରକାର ଅପମାନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସେ ନିଜେ ଉକ୍ତ ଫଟୋଟିକୁ ଦେଖିଛନ୍ତି ଏବଂ ସେଥିରେ କେବଳ ମଣିଶଙ୍କର ଆୟାରଙ୍କ ମୁହଁ ଥିବା ଅଂଶକୁ ହିଁ ଚିରା ଯାଇଛି ବୋଲି ଶିନ୍ଦେ ଦୃଢ଼ତାର ସହ କହିଛନ୍ତି।

ଅନ୍ୟପକ୍ଷରେ, ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଖଣ୍ଡନ କରି ଶାଇନା ଏନ୍‌ସି ସାମାଜିକ ଗଣମାଧ୍ୟମ ଏକ୍ସରେ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେଙ୍କ ଫଟୋ ଚିରିବା ବା ତାଙ୍କୁ ଅସମ୍ମାନ କରିବାର କୌଣସି ପ୍ରମାଣ ଥିଲେ ଦେଖାନ୍ତୁ। ଜାଣିଶୁଣି ଘଟଣାକୁ କଦର୍ଥ କରି ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହା ସହ ସେ ମଣିଶଙ୍କର ଆୟାରଙ୍କ ଫଟୋକୁ ହଜାର ଥର ଚିରିବେ ଏବଂ ବାଲାସାହେବ ହିଁ ସେମାନଙ୍କୁ ଏହି ଶିକ୍ଷା ଦେଇଛନ୍ତି ବୋଲି ଶାଇନା ଲେଖିଛନ୍ତି।

ତେବେ ଶିନ୍ଦେ ଗୋଷ୍ଠୀର ଏହି ସ୍ପଷ୍ଟୀକରଣ ସତ୍ତ୍ୱେ ବିବାଦ ଥମିବାର ନାଁ ନେଉନାହିଁ। ଉଦ୍ଧବ ଠାକରେ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ ଶିନ୍ଦେ ଗୋଷ୍ଠୀର ନେତାମାନଙ୍କୁ ନକଲି ସୈନିକ ବୋଲି ଆକ୍ଷେପ କରିବା ସହ ବାଲାସାହେବଙ୍କୁ ଅପମାନିତ କରିଥିବା ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଚାବୁକରେ ପିଟିବା ଉଚିତ ବୋଲି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏହି ଘଟଣାକୁ ନେଇ ବୃହନମୁମ୍ବାଇ ମହାନଗର ନିଗମରେ ମଧ୍ୟ ଉଦ୍ଧବ ଗୋଷ୍ଠୀର କର୍ପୋରେଟରମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଛନ୍ତି।

ଏକନାଥ ଶିନ୍ଦେ ବାଲାସାହେବ ଶାଇନା
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ଅର୍ଥ ହଡ଼ପ ଅଭିଯୋଗ : ଦୁଇ କୃଷି ଅଧିକାରୀ ଓ ଏନ୍‌ଜିଓ ନିର୍ଦ୍ଦେଶକ ଗିରଫ

November 18, 2026

‘ଭିବି–ଜି ରାମ ଜି’ ଅଧୀନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଲୋକପାଳ ମାର୍ଗଦର୍ଶିକା ଜାରି

November 18, 2026

ଡେରିରେ ଉଠିଲେ ଶେଷ ହେବ ଦିନର ଖେଳ: ଜାଣନ୍ତୁ IND vs NZ ଟେଷ୍ଟର ତିନୋଟି ଅଧିବେଶନର ସମୟ

November 18, 2026

ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ

November 18, 2026
Latest News

ବାଲାସାହେବଙ୍କ ଫଟୋ ଚିରିବା ବିବାଦ: ଶାଇନାଙ୍କ ସପକ୍ଷରେ ବାହାରିଲେ ଏକନାଥ ଶିନ୍ଦେ

November 18, 2026

ସରକାରୀ ଅର୍ଥ ହଡ଼ପ ଅଭିଯୋଗ : ଦୁଇ କୃଷି ଅଧିକାରୀ ଓ ଏନ୍‌ଜିଓ ନିର୍ଦ୍ଦେଶକ ଗିରଫ

November 18, 2026

‘ଭିବି–ଜି ରାମ ଜି’ ଅଧୀନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଲୋକପାଳ ମାର୍ଗଦର୍ଶିକା ଜାରି

November 18, 2026

ଡେରିରେ ଉଠିଲେ ଶେଷ ହେବ ଦିନର ଖେଳ: ଜାଣନ୍ତୁ IND vs NZ ଟେଷ୍ଟର ତିନୋଟି ଅଧିବେଶନର ସମୟ

November 18, 2026

ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.