Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି; ନଦୀବନ୍ଧ, ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର
ବିଶେଷ ଖବର

ବାତ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି; ନଦୀବନ୍ଧ, ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର

November 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ମୁକାବିଲା
ବାତ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି; ନଦୀବନ୍ଧ, ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର

ଭୁବନେଶ୍ବର: ବାତ୍ୟା Akvan ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ମୁକାବିଲା ପ୍ରସ୍ତୁତିକୁ ଜୋରଦାର କରିଛି ରାଜ୍ୟ ଜଳ ସମ୍ପଦ ବିଭାଗ। ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରମାନଙ୍କୁ ସତର୍କ ରହିବା ସହ ନିରନ୍ତର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀବନ୍ଧ, ଜଳଭଣ୍ଡାର, ବ୍ୟାରେଜ୍, କେନାଲ ଓ ଡ୍ରେନେଜ୍ ବ୍ୟବସ୍ଥା ସମେତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ନଜରଦାରୀ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବନ୍ୟା ବିପଦକୁ ହ୍ରାସ କରିବା, ଜଳସେଚନ ଭିତ୍ତିଭୂମିର ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ନିମନ୍ତେ ବିଭାଗର ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛି।

ଏହି ପ୍ରସ୍ତୁତିର ଏକ ପ୍ରମୁଖ ଅଂଶ ଭାବେ ଜଳଭଣ୍ଡାରଗୁଡ଼ିକର ବୈଜ୍ଞାନିକ ପରିଚାଳନା ଓ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ଜଳଭଣ୍ଡାରର ଜଳସ୍ତରକୁ ସୁରକ୍ଷିତ ସୀମା ମଧ୍ୟରେ ରଖିବା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ନିୟନ୍ତ୍ରିତ ଜଳ ନିଷ୍କାସନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ନିମ୍ନ ଅବବାହିକା ଅଞ୍ଚଳର ଅଧିକାରୀମାନଙ୍କୁ ଆଗୁଆ ସୂଚନା ଦିଆଯାଉଛି। ଜଳଭଣ୍ଡାରକୁ ଜଳ ପ୍ରବେଶ ଓ ନିଷ୍କାସନ, ନଦୀର ଜଳସ୍ତର ଏବଂ ବନ୍ଧ ଓ ବ୍ୟାରେଜ୍ ମାଧ୍ୟମରେ ଜଳ ନିଷ୍କାସନ ଉପରେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନଜର ରଖିଛନ୍ତି। ଏଥିସହ ସମ୍ବେଦନଶୀଳ ନଦୀବନ୍ଧ, ନଦୀତଟ, ସ୍ଲୁଇସ୍ ଓ ହେଡ୍ ରେଗୁଲେଟରଗୁଡ଼ିକର ଯାଞ୍ଚ କରାଯାଇ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି।

ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ଆଗେଇ ନେଇ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଓ ଘାଇ ସୃଷ୍ଟି ହୋଇଥିବା ପ୍ରମୁଖ ସ୍ଥାନଗୁଡ଼ିକରେ ଅସ୍ଥାୟୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଆଗାମୀ ପାଣିପାଗ ପରିସ୍ଥିତିରେ ବନ୍ୟାଜଳର ସୁରକ୍ଷିତ ନିଷ୍କାସନ ନିମନ୍ତେ ଏହି ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ତୁରନ୍ତ ମୁତୟନ ପାଇଁ ଯନ୍ତ୍ରୀ, କ୍ଷେତ୍ର କର୍ମଚାରୀ, ଯାନବାହନ ଓ ଆବଶ୍ୟକ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ବାଲିବସ୍ତା, ପଥର, ବାଲି, ମାଟି ଓ ସିମେଣ୍ଟ ଭଳି ଜରୁରୀ ସାମଗ୍ରୀକୁ ବିଭିନ୍ନ ରଣନୀତିକ ସ୍ଥାନରେ ମହଜୁଦ ରଖାଯାଇଛି।

ସମନ୍ୱିତ ଓ ତ୍ୱରିତ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। ନିଯୁକ୍ତ ଅଧିକାରୀମାନେ ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି। ସମ୍ବେଦନଶୀଳ ଓ ତଳିଆ ଅଞ୍ଚଳଗୁଡ଼ିକ ପାଇଁ ଆକସ୍ମିକ ପରିସ୍ଥିତି ମୁକାବିଲା ଯୋଜନା ପ୍ରସ୍ତୁତ ରହିଛି। ନଦୀବନ୍ଧରେ ଘାଇ, ଭିତ୍ତିଭୂମିର କ୍ଷୟକ୍ଷତି କିମ୍ବା ଜଳସ୍ତରରେ ଅସ୍ୱାଭାବିକ ବୃଦ୍ଧି ଦେଖାଦେଲେ ତୁରନ୍ତ ସୂଚନା ଦେବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଛି।

ନିରନ୍ତର ନଜର, ସତର୍କତାମୂଳକ ଜଳଭଣ୍ଡାର ପରିଚାଳନା, ଜରୁରୀକାଳୀନ ସାମଗ୍ରୀର ଉପଲବ୍ଧତା ଏବଂ ସଜାଗ କ୍ଷେତ୍ରସ୍ତରୀୟ ଦଳ ମାଧ୍ୟମରେ ରାଜ୍ୟରେ ବନ୍ୟା ପରିଚାଳନାକୁ ଅଧିକ ସୁଦୃଢ଼ କରିବା ସହ ଜନଜୀବନ, ସମ୍ପତ୍ତି ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।

Akban Akvan Cyclone Akvan ବାତ୍ୟା ବାତ୍ୟା ଅକଭାନ୍‌ ବାତ୍ୟା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ’: ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

November 19, 2026

୧୦ କି.ମି. ବଢୁଛି ବେଗରେ ବଢୁଛି ‘ଅକ୍‌ୱାନ୍‌’

November 18, 2026

ସମ୍ଭାବ୍ୟ ବାତ୍ୟା ‘ଅକୱାନ’: ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ୧୧ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

November 18, 2026

ସରକାରୀ ଅର୍ଥ ହଡ଼ପ ଅଭିଯୋଗ : ଦୁଇ କୃଷି ଅଧିକାରୀ ଓ ଏନ୍‌ଜିଓ ନିର୍ଦ୍ଦେଶକ ଗିରଫ

November 18, 2026
Latest News

ଏବେ ଭାରତୀୟ ବଜାରକୁ ଆସିବ VinFast EV ସ୍କୁଟର: କେବଳ ଶସ୍ତା ନୁହେଁ ଦେବ ଲମ୍ବା ପରିସର

November 19, 2026

ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ’: ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

November 19, 2026

ପେନସନ୍‌ଭୋଗୀଙ୍କ ପାଇଁ ବଡ଼ ଖବର! EPFO ବୈଠକରେ ହୋଇପାରେ ପେନସନ୍ ବୃଦ୍ଧି ଆଲୋଚନା

November 19, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ପୋଲରୁ ପାଣିକୁ ଖସିଲା ସ୍କୋର୍ପିଓ, ୬ ମୃତ

November 19, 2026

ବାତ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି; ନଦୀବନ୍ଧ, ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.