Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନସନ୍‌ଭୋଗୀଙ୍କ ପାଇଁ ବଡ଼ ଖବର! EPFO ବୈଠକରେ ହୋଇପାରେ ପେନସନ୍ ବୃଦ୍ଧି ଆଲୋଚନା
ଆଜିର ଖବର

ପେନସନ୍‌ଭୋଗୀଙ୍କ ପାଇଁ ବଡ଼ ଖବର! EPFO ବୈଠକରେ ହୋଇପାରେ ପେନସନ୍ ବୃଦ୍ଧି ଆଲୋଚନା

November 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

EPFO ବୈଠକ ଆଜି: ପେନସନ୍ ୧୦୦୦ରୁ ୩୦୦୦ ଟଙ୍କାକୁ ବଢ଼ିବ! ଲକ୍ଷ ଲକ୍ଷ ପେନସନ୍‌ଭୋଗୀଙ୍କ ଆଶା ଉପରେ ନଜର
ନୂଆଦିଲ୍ଲୀ: ଚାକିରି କରୁଥିବା ସମୟରେ ପ୍ରତି ମାସରେ ଦରମାରୁ କଟୁଥିଲା PF ଟଙ୍କା। ଅବସର ପରେ ଏହି ସଞ୍ଚିତ ଅର୍ଥରୁ ମିଳିବ ଆର୍ଥିକ ସୁରକ୍ଷା। କିନ୍ତୁ ଅବସର ପରେ ଯଦି ମାସିକ ପେନସନ୍ ମାତ୍ର ୧ ହଜାର ଟଙ୍କା ହୁଏ, ତେବେ ଆଜିର ମହଙ୍ଗା ଯୁଗରେ ଜଣେ ବୟସ୍କ ବ୍ୟକ୍ତି କିପରି ଚଳିବେ? ଦୀର୍ଘ ବର୍ଷ ଧରି ଏହି ପ୍ରଶ୍ନ ଉଠାଇ ଆସୁଛନ୍ତି ଲକ୍ଷ ଲକ୍ଷ EPS-95 ପେନସନ୍‌ଭୋଗୀ। ଏବେ ସେମାନଙ୍କ ଆଶା ବଢ଼ିଛି। କାରଣ ଆଜି ବସୁଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ସର୍ବନିମ୍ନ ମାସିକ ପେନସନ୍ ବୃଦ୍ଧି, ହାୟର ପେନସନ୍ ଏବଂ ପେନସନ୍‌ଭୋଗୀଙ୍କ ଅନ୍ୟାନ୍ୟ ଦାବି ଉପରେ ହୋଇପାରେ ବଡ଼ ଆଲୋଚନା।

ନଭେମ୍ବର ୧୯ ତାରିଖରେ ନୂଆଦିଲ୍ଲୀସ୍ଥିତ EPFO ମୁଖ୍ୟାଳୟରେ ବସିବ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍‌ (CBT)ର ୨୪୦ତମ ବୈଠକ। ସକାଳ ୧୦ଟା ୧୫ରୁ ଆରମ୍ଭ ହେବାକୁ ଥିବା ଏହି ବୈଠକ ଉପରେ ଦେଶର କୋଟି କୋଟି EPF ସଦସ୍ୟ ଓ ପେନସନ୍‌ଭୋଗୀଙ୍କ ନଜର ରହିଛି।

ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି EPS-95 ଯୋଜନା ଅଧୀନରେ ମିଳୁଥିବା ସର୍ବନିମ୍ନ ମାସିକ ପେନସନ୍। ବର୍ତ୍ତମାନ ଏହି ରାଶି ୧ ହଜାର ଟଙ୍କା ରହିଥିବା ବେଳେ ଏହାକୁ ବଢ଼ାଇ ୩ ହଜାର ଟଙ୍କା କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ତେବେ ପେନସନ୍ ବୃଦ୍ଧି ନେଇ ଶ୍ରମ ମନ୍ତ୍ରଣାଳୟ କିମ୍ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଯାଏଁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ତେଣୁ ଏହି ବୈଠକରେ ପେନସନ୍ ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ନିଶ୍ଚିତ କରିହେବ ନାହିଁ।

କେବଳ ୩ ହଜାର ଟଙ୍କା ନୁହେଁ, ସର୍ବନିମ୍ନ ପେନସନ୍‌କୁ ୭ ହଜାର ୫୦୦ ଟଙ୍କା କରିବାକୁ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି ପେନସନ୍‌ଭୋଗୀ ସଂଗଠନଗୁଡ଼ିକ। ସେମାନଙ୍କ ଯୁକ୍ତି ହେଉଛି, ବର୍ତ୍ତମାନର ମହଙ୍ଗା ଯୁଗରେ ମାସିକ ୧ ହଜାର ଟଙ୍କା ପେନସନ୍‌ରେ ଜୀବନଯାପନ କରିବା ଅସମ୍ଭବ।

ଏଥିସହ ପେନସନ୍‌ଭୋଗୀଙ୍କୁ ମହଙ୍ଗା ଭତ୍ତା (DA) ପ୍ରଦାନ ଏବଂ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି। ବୟସ ବଢ଼ିବା ସହିତ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବାରୁ ଏହି ସୁବିଧାଗୁଡ଼ିକୁ ପେନସନ୍‌ଭୋଗୀମାନେ ଅତ୍ୟନ୍ତ ଜରୁରୀ ବୋଲି କହୁଛନ୍ତି।ସର୍ବନିମ୍ନ ପେନସନ୍ ବୃଦ୍ଧି ସହିତ ହାୟର EPS ପେନସନ୍‌କୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ମଧ୍ୟ ବୈଠକର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ।

ନ୍ୟାସନାଲ କନଫେଡେରେସନ୍ ଅଫ୍ ପେନସନର୍ସ ଆସୋସିଏସନ୍ ପକ୍ଷରୁ ୨୨ଟି ଦାବି ସମ୍ବଳିତ ଏକ ଚାର୍ଟର ଦାଖଲ କରାଯାଇଛି। ଏଥିରେ ୨୦୨୨ ନଭେମ୍ବର ୪ ତାରିଖର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଯୋଗ୍ୟ କର୍ମଚାରୀଙ୍କୁ ଅଧିକ ପେନସନ୍ ପ୍ରଦାନ, ଦୀର୍ଘ ଦିନ ଧରି ଅଟକି ରହିଥିବା ଆବେଦନଗୁଡ଼ିକର ତ୍ୱରିତ ସମାଧାନ ଏବଂ ଅଯଥା ସୁଧ ବୋଝରୁ ମୁକ୍ତି ଭଳି ଦାବି ରହିଛି।

ଦୀର୍ଘ ବର୍ଷ ଧରି PFରେ ଅର୍ଥ ଜମା କରି ଅବସର ପରେ ସମ୍ମାନଜନକ ଜୀବନ ବିତାଇବାର ସ୍ୱପ୍ନ ଦେଖିଥିବା କର୍ମଚାରୀଙ୍କ ପାଇଁ EPS-95 ପେନସନ୍ ଏକ ବଡ଼ ଆର୍ଥିକ ଆଧାର। ତେଣୁ ଆଜିର EPFO ବୈଠକରେ କେବଳ ପେନସନ୍ ବୃଦ୍ଧି ପ୍ରସ୍ତାବ ଉପରେ ଆଲୋଚନା ହେବ ନା କୌଣସି ଠୋସ୍ ନିଷ୍ପତ୍ତି ବା ସୁପାରିସ ଆସିବ, ତାହାକୁ ନେଇ ରହିଛି ଉତ୍କଣ୍ଠା। ଯଦି ପେନସନ୍ ବୃଦ୍ଧି ନେଇ ସକାରାତ୍ମକ ପଦକ୍ଷେପ ନିଆଯାଏ, ତେବେ ଲକ୍ଷ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିପାରିବ ବଡ଼ ଆଶ୍ୱସ୍ତି।

EPFO Meeting 2026 EPS 95 Pension Minimum Pension Increase
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ’: ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

November 19, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ପୋଲରୁ ପାଣିକୁ ଖସିଲା ସ୍କୋର୍ପିଓ, ୬ ମୃତ

November 19, 2026

ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 19, 2026

ମଧ୍ୟପ୍ରଦେଶରେ ହଟିଲା ୨୫ ବର୍ଷର କଟକଣା : ଦୁଇରୁ ଅଧିକ ସନ୍ତାନ ଥିଲେ ବି ମିଳିବ ସରକାରୀ ଚାକିରି

November 19, 2026
Latest News

ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ’: ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

November 19, 2026

ପେନସନ୍‌ଭୋଗୀଙ୍କ ପାଇଁ ବଡ଼ ଖବର! EPFO ବୈଠକରେ ହୋଇପାରେ ପେନସନ୍ ବୃଦ୍ଧି ଆଲୋଚନା

November 19, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ପୋଲରୁ ପାଣିକୁ ଖସିଲା ସ୍କୋର୍ପିଓ, ୬ ମୃତ

November 19, 2026

ବାତ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି; ନଦୀବନ୍ଧ, ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର

November 19, 2026

ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.