Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର
ଆଜିର ଖବର

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ : ବାତ୍ୟା ‘ଅକୱାନ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ଯାତାୟାତ ବ୍ୟବସ୍ଥା ଉପରେ ଲାଗିଛି ବଡ଼ କଟକଣା। ଜନସାଧାରଣଙ୍କ ସୁରକ୍ଷା ପାଇଁ ଆସନ୍ତା ୨୦ ତାରିଖ ଶୁକ୍ରବାର ଜିଲ୍ଲାରେ ସମସ୍ତ ସରକାରୀ ଓ ଘରୋଇ ଯାତ୍ରୀବାହୀ ବସ୍ ସମେତ ଟ୍ରକ୍ ଚଳାଚଳ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଏନେଇ ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ଗୁରୁବାର ସମସ୍ତ ଘରୋଇ ବସ୍ ମାଲିକ ସଂଘକୁ ବିଜ୍ଞପ୍ତି ଜାରି କରାଯାଇଛି। ଶୁକ୍ରବାର ଜିଲ୍ଲାର ସମସ୍ତ ଅଞ୍ଚଳରେ ବସ୍ ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ଟ୍ରକ୍ ମାଲିକ ସଂଘକୁ ମଧ୍ୟ ମାଲ ପରିବହନ ଓ ଟ୍ରକ୍ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କଟକଣାରୁ ଓଏସଆରଟିସି ଓ ସିଟି ବସ୍ ସେବା ଯୋଗାଉଥିବା କ୍ରୁଟ୍‌କୁ ମଧ୍ୟ ବାଦ୍ ଦିଆଯାଇନାହିଁ। ଆରଟିଓଙ୍କ ପକ୍ଷରୁ ଉଭୟ ସଂସ୍ଥାକୁ ଚିଠି ଲେଖି ସମସ୍ତ ପ୍ରକାର ଯାତ୍ରୀବାହୀ ବସ୍ ସେବା ବନ୍ଦ ରଖିବାକୁ କୁହାଯାଇଛି। ଫଳରେ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସମେତ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାଲୁଥିବା ୨ ହଜାରରୁ ଅଧିକ ସରକାରୀ ଓ ଘରୋଇ ବସ୍ ରାସ୍ତାକୁ ଓହ୍ଲାଇବ ନାହିଁ। ସିଟି ବସ୍ ଓ ଗ୍ରାମାଞ୍ଚଳର ସରକାରୀ ବସ୍ ସେବା ମଧ୍ୟ ବନ୍ଦ ରହିବ।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ପବନ ହେବାର ଆଶଙ୍କା ଥିବାରୁ ଯାତ୍ରୀ ଓ ଚାଳକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ଯାତାୟାତ କରୁଥିବା କେତେକ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି। ତେବେ କେଉଁ ଟ୍ରେନ୍ ବାତିଲ ହେବ, ସେନେଇ ରେଳବାଇର ଅଧିକାରିକ ସୂଚନା ଅପେକ୍ଷାରେ ରହିବାକୁ ପଡ଼ିବ।

ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ହେଲେ ଗଞ୍ଜାମରୁ ସୁରଟ, ଦିଲ୍ଲୀ, ମୁମ୍ବାଇ, ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ଯାତାୟାତ କରୁଥିବା ଶ୍ରମିକଙ୍କ ସମେତ କନ୍ଧମାଳ ଓ ଗଜପତି ଜିଲ୍ଲାର ଯାତ୍ରୀମାନେ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି। ତେବେ ଜରୁରୀକାଳୀନ ସେବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହନକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ବାତ୍ୟା ସମୟରେ ଅଯଥା ଯାତ୍ରା ନକରିବା ସହ ଯାତାୟାତ ସମ୍ପର୍କିତ ପରିବର୍ତ୍ତିତ ସୂଚନା ପାଇଁ ପ୍ରଶାସନ ଓ ପରିବହନ ବିଭାଗର ଅଧିକାରିକ ଘୋଷଣା ଉପରେ ନଜର ରଖିବା ଜରୁରୀ।

#BusServiceClosed #CycloneAkban
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026
Latest News

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.