Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ
ଆଜିର ଖବର

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜମି କିଣିବା ପରେ ଘର କରିବା ତ ଦୂରର କଥା, ନିଜ ପ୍ଲଟ୍‌କୁ ଯିବା ପାଇଁ ମିଳିଲାନି ରାସ୍ତା। ପ୍ଲଟିଂ ସ୍କିମ୍‌ରେ ରାସ୍ତା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବାର ସ୍ୱପ୍ନ ଦେଖାଇ ଲକ୍ଷାଧିକ ଟଙ୍କା ଆଦାୟ କରିବା ପରେ ପ୍ରତିଶ୍ରୁତି ପାଳନ ନକରିବା ଅଭିଯୋଗ ଆସିଛି। ଏହି ଜମି ଠକେଇ ମାମଲାରେ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ପୁଲିସ ରିଅଲ୍ ଇଷ୍ଟେଟ୍ ସଂସ୍ଥା ଦ୍ୱାରିକା କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ଦୁଇ ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମଞ୍ଚେଶ୍ୱର ଭୋଟପଡ଼ାର ଦିବ୍ୟରଞ୍ଜନ ରାଉତ ଓ ଶୈଳଶ୍ରୀବିହାରର ରାଜୀବ କୁମାର ଦାଶ। ପୁଲିସର ପ୍ରାଥମିକ ତଦନ୍ତରୁ ଏହି ଯୋଜନାରେ ପ୍ରାୟ ୫୦ରୁ ୬୦ ଜଣ ଜମି ମାଲିକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅଭିଯୋଗକାରୀ ପ୍ରଦୀପ୍ତ କୁମାର ଶତପଥୀ ୨୦୧୯ ନଭେମ୍ବରରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗିବନ୍ତ ମୌଜାରେ ଥିବା ୩୭୩/୨୩୧୩ ନମ୍ବର ପ୍ଲଟ୍‌ କିଣିଥିଲେ। ଏହି ପ୍ଲଟ୍‌ଟି ଦ୍ୱାରିକା କ୍ରିଏସନ୍‌ର ‘ଦ୍ୱାରିକା ସିଟି’ ପ୍ରକଳ୍ପ ଅଧୀନରେ ଥିଲା। ୧୫୦୦ ବର୍ଗଫୁଟ୍‌ର ଏହି ଜମିର ମୂଲ୍ୟ ୬ ଲକ୍ଷ ୭୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା।

ଚୁକ୍ତି ଅନୁସାରେ, ପ୍ରଦୀପ୍ତ ପ୍ରଥମେ ୪ ଲକ୍ଷ ୨୦ ହଜାର ଟଙ୍କା ଅଗ୍ରିମ ଦେଇଥିଲେ। ପରେ ମାସିକ କିସ୍ତି ଆକାରରେ ମଧ୍ୟ ଟଙ୍କା ପୈଠ କରିଥିଲେ। ତେବେ କେବଳ ଜମି ବିକ୍ରି ନୁହେଁ, ପ୍ଲଟ୍‌କୁ ଯିବା ପାଇଁ ସାଧାରଣ ରାସ୍ତା, ବୃକ୍ଷରୋପଣ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସୁବିଧା ଯୋଗାଇଦେବାକୁ ମଧ୍ୟ କମ୍ପାନୀ ପକ୍ଷରୁ ଚୁକ୍ତି କରାଯାଇଥିଲା। ଏପରିକି ପ୍ରକଳ୍ପରେ ରାସ୍ତା କେଉଁଠି ରହିବ, ତାହା ଦର୍ଶାଉଥିବା ମ୍ୟାପ୍‌ ମଧ୍ୟ ଗ୍ରାହକଙ୍କୁ ଦିଆଯାଇଥିଲା।

ଅଭିଯୋଗ ଅନୁଯାୟୀ, ଜମି କିଣିବା ପରେ ବାରମ୍ବାର ଅନୁରୋଧ ସତ୍ତ୍ୱେ କମ୍ପାନୀ ପକ୍ଷରୁ ଚୁକ୍ତି ଅନୁସାରେ ରାସ୍ତା ଯୋଗାଇ ଦିଆଯାଇନଥିଲା। ଏନେଇ ଅଭିଯୋଗକାରୀ କମ୍ପାନୀର ନିର୍ଦ୍ଦେଶକ ରାଜୀବ କୁମାର ଦାଶଙ୍କୁ ପଚାରିଥିଲେ। ହେଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଅସଦାଚରଣ କରାଯିବା ସହ ପୁଲିସର ଦ୍ୱାରସ୍ଥ ହେଲେ ମଧ୍ୟ ରାସ୍ତା ମିଳିବ ନାହିଁ ବୋଲି ଧମକ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଶେଷରେ ନ୍ୟାୟ ପାଇଁ ପ୍ରଦୀପ୍ତ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୦ରେ ରାଜୀବ କୁମାର ଦାଶ ଓ ଦିବ୍ୟରଞ୍ଜନ ରାଉତ ମିଳିତ ଭାବେ ଦ୍ୱାରିକା କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡ୍ ଗଠନ କରିଥିଲେ। ପରେ ‘ଦ୍ୱାରିକା ସିଟି’ ନାମରେ ପ୍ଲଟିଂ ସ୍କିମ୍ ଆରମ୍ଭ କରିଥିଲେ। ଏଥିପାଇଁ ଟାଙ୍ଗିବନ୍ତ ଓ ଓସ୍ତପଡ଼ା ଅଞ୍ଚଳରେ ଜମି ସଂଗ୍ରହ କରି ଛୋଟ ଛୋଟ ପ୍ଲଟ୍‌ରେ ବିଭକ୍ତ କରି ବିକ୍ରି କରାଯାଇଥିଲା।

ଏହି ଯୋଜନାରେ ପ୍ରାୟ ୫୦ରୁ ୬୦ ଜଣ ଗ୍ରାହକ ଜମି କିଣିଥିଲେ। ସେମାନଙ୍କୁ ରାସ୍ତା, ବୃକ୍ଷରୋପଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଟଙ୍କା ଆଦାୟ ପରେ ଚୁକ୍ତି ଅନୁସାରେ ସୁବିଧା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ପୁଲିସ ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଜମି ବିକ୍ରୟ ସମ୍ପର୍କିତ ଦଳିଲ ଓ ଚୁକ୍ତିପତ୍ର ଜବତ କରିଛି। ଏହି ଦଲିଲଗୁଡ଼ିକୁ ଆଧାର କରି ପ୍ରକଳ୍ପରେ ଜମି କିଣିଥିବା ଅନ୍ୟ ଗ୍ରାହକଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

ତେବେ ଏହି ମାମଲାରେ ଆଉ କେତେ ଜଣ ଠକେଇର ଶିକାର ହୋଇଛନ୍ତି, କେତେ ଟଙ୍କା ଆଦାୟ ହୋଇଛି ଏବଂ ଜମି ମାଲିକମାନଙ୍କୁ କେବେ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ମିଳିବ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା ରାଜଧାନୀରେ ପ୍ଲଟ୍ କିଣିବା ପୂର୍ବରୁ ଜମିର କାଗଜପତ୍ର ସହ ରାସ୍ତା ଓ ଭିତ୍ତିଭୂମି ସମ୍ପର୍କିତ ଚୁକ୍ତିକୁ ଯାଞ୍ଚ କରିବାର ଆବଶ୍ୟକତାକୁ ପୁଣି ଥରେ ସାମ୍ନାକୁ ଆଣିଛି।

ଦ୍ୱାରିକା କ୍ରିଏସନ୍ ଠକେଇ ନୂଆପଲ୍ଲୀ ଥାନା ପ୍ଲଟିଂ ସ୍କିମ୍ ଠକେଇ ଭୁବନେଶ୍ୱର ଜମି ଠକେଇ
Share. Facebook Twitter LinkedIn Email WhatsApp Copy Link

Related Posts

ମଙ୍ଗଳସୂତ୍ର ବନ୍ଧା ପକାଇ କିଣିଲେ ବନ୍ଧୁକ, ପୁରୁଷ ବନ୍ଧୁ ହାତରେ ସ୍ୱାମୀକୁ ଗୁଳି

November 20, 2026

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026

ବାତ୍ୟା ପରେ ସ୍ଥିତି ସମୀକ୍ଷା, କାଲିଠୁ ସ୍ୱାଭାବିକ ଆଶା

November 20, 2026
Latest News

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026

ମଙ୍ଗଳସୂତ୍ର ବନ୍ଧା ପକାଇ କିଣିଲେ ବନ୍ଧୁକ, ପୁରୁଷ ବନ୍ଧୁ ହାତରେ ସ୍ୱାମୀକୁ ଗୁଳି

November 20, 2026

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026

ବାତ୍ୟା ପରେ ସ୍ଥିତି ସମୀକ୍ଷା, କାଲିଠୁ ସ୍ୱାଭାବିକ ଆଶା

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.