Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ
ଜାତୀୟ ଖବର

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold biscuits worth 3.83 crore seized; two arrested

ହାଇଦ୍ରାବାଦ: କୋଲକାତାରୁ ହାଇଦ୍ରାବାଦ ଆସୁଥିବା ଏକ କାରର ଗୁପ୍ତ ସ୍ଥାନରୁ ୨.୯୮ କିଲୋଗ୍ରାମ ଓଜନର ୨୫ଟି ବିଦେଶୀ ସୁନା ବିସ୍କୁଟ ଜବତ କରିବା ସହ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜବତ ୨୪ କ୍ୟାରେଟ୍ ସୁନା ବିସ୍କୁଟଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୩.୮୩ କୋଟି ଟଙ୍କା ହେବ ବୋଲି ଡିଆର୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗୁଇନ୍ଦା ସୂଚନା ଆଧାରରେ ଡିଆର୍‌ଆଇ ଅଧିକାରୀମାନେ କୋଲକାତାରୁ ହାଇଦ୍ରାବାଦ ଆସୁଥିବା ଏକ କାରକୁ ଅଟକାଇଥିଲେ, ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ଡିଆର୍‌ଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, “ଗାଡ଼ିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସମୟରେ ପଛ ଲାଇଟ୍ (ଟେଲ୍ ଲ୍ୟାମ୍ପ) ପଛରେ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିବା ଏକ ଗୁପ୍ତ ସ୍ଥାନ (କ୍ୟାଭିଟି) ଭିତରୁ ବାଦାମୀ ରଙ୍ଗର ଟେପରେ ଗୁଡ଼ା ହୋଇଥିବା ତିନୋଟି ପ୍ୟାକେଟ୍ ମିଳିଥିଲା। ପ୍ୟାକେଟଗୁଡ଼ିକୁ ଖୋଲିବା ପରେ ସେଥିରୁ ୨.୯୮ କିଲୋଗ୍ରାମ ଓଜନର ୨୫ଟି ସୁନା ବିସ୍କୁଟ ଉଦ୍ଧାର କରାଯାଇଥିଲା। ସୁନା ବିସ୍କୁଟଗୁଡ଼ିକୁ ବାଦାମୀ ରଙ୍ଗର ଟେପରେ ଗୁଡ଼ାଇ ତିନୋଟି ପ୍ୟାକେଟରେ ଭର୍ତ୍ତି କରାଯାଇଥିଲା। ତଦନ୍ତକାରୀଙ୍କ କହିବା ଅନୁଯାୟୀ, କେତେକ ବିସ୍କୁଟରେ ଅନ୍ତର୍ଜାତୀୟ ରିଫାଇନାରୀର ଚିହ୍ନ ରହିଥିବା ବେଳେ ସୁନାର ଉତ୍ସ ଲୁଚାଇବା ପାଇଁ ଅନ୍ୟ କେତେକ ବିସ୍କୁଟରୁ ସିରିଏଲ୍ ନମ୍ବର ଏବଂ ବିଦେଶୀ ମୋହରକୁ ଜାଣିଶୁଣି ଘଷି ଲିଭାଇ ଦିଆଯାଇଥିଲା। କଷ୍ଟମ୍ସ ଆଇନ, ୧୯୬୨ର ବ୍ୟବସ୍ଥା ଅନୁଯାୟୀ ସୁନା ବିସ୍କୁଟ ଏବଂ ବ୍ୟବହୃତ କିଆ ସେଲଟସ୍ କାରଟିକୁ ଜବତ କରାଯିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସୁନାର ଉତ୍ସ ଏବଂ ଚୋରାଚାଲାଣ ନେଟୱର୍କର ପର୍ଦ୍ଦାଫାସ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଜବତ ସୁନାଗୁଡ଼ିକ ୨୪ କ୍ୟାରେଟ୍ ଶୁଦ୍ଧ ବୋଲି ସ୍ପଷ୍ଟ ହୋଇଛି।
କୋଲକାତା-ହାଇଦ୍ରାବାଦ ଜାତୀୟ ରାଜପଥ କରିଡର ଉପରେ ଊଜଓ ପକ୍ଷରୁ କଡ଼ା ନଜର ରଖାଯାଇଛି। ଠିକ୍ ମାସେ ପୂର୍ବରୁ (ଅକ୍ଟୋବର ୨୦୨୬ରେ) ଡିଆର୍‌ଆଇ ଟିମ୍ ବିଜୟୱାଡା ନିକଟରେ ବାଂଲାଦେଶ-କୋଲକାତା-ହାଇଦ୍ରାବାଦ ରୁଟରେ ସକ୍ରିୟ ଥିବା ଏହିଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୫.୮୪ କୋଟି ଟଙ୍କାର ଚୋରା ସୁନା ଓ ବିଦେଶୀ ମୁଦ୍ରା ଜବତ କରିଥିଲା।

Gold biscuits two arrested
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

ପଞ୍ଚମ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

November 22, 2026

ଅରୁଣାଚଳ ପ୍ରଦେଶ ପୋଲିସକୁ ‘ରାଷ୍ଟ୍ରପତିଙ୍କ ପତାକା’ ପ୍ରଦାନ କଲେ ଗୃହମନ୍ତ୍ରୀ

November 22, 2026

ଆଜି ନଭେମ୍ବର ୨୨ ତାରିଖ: ଏହି ରାଶିର ବ୍ୟକ୍ତିମାନେ ପାଇବେ ଭଲ ଖବର

November 22, 2026
Latest News

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଉଦ୍‌ଯାପିତ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.