Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ମାସର ଗର୍ଭବତୀ ମହିଳା SIଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମିଳିଲା ଝୁଲନ୍ତା ମୃତଦେହ
ଆଜିର ଖବର

ଦୁଇ ମାସର ଗର୍ଭବତୀ ମହିଳା SIଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମିଳିଲା ଝୁଲନ୍ତା ମୃତଦେହ

November 22, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦଶରଥପୁର: ଖାକି ପୋଷାକ ପିନ୍ଧି ଅପରାଧୀଙ୍କୁ ଧରୁଥିଲେ, ଲୋକଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। ହେଲେ ଆଜି ନିଜେ ରହସ୍ୟଜନକ ପରିସ୍ଥିତିରେ ଜୀବନ ହାରିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର ହୋଇଛି। ବେକରେ ରଶି ଲାଗିଥିବା ଅବସ୍ଥାରେ ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ସବୁଠାରୁ ଦୁଃଖଦ ଘଟଣା ହେଉଛି, ପ୍ରଭାସିନୀ ଦୁଇ ମାସର ଗର୍ଭବତୀ ଥିଲେ।

ତେବେ ଜଣେ ଯୁବ ମହିଳା ପୁଲିସ ଅଧିକାରୀଙ୍କ ଏଭଳି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହା ଆତ୍ମହତ୍ୟା ନା ଏହା ପଛରେ ରହିଛି କୌଣସି ଷଡ଼ଯନ୍ତ୍ର? କାର୍ଯ୍ୟକ୍ଷେତ୍ରର ଚାପ, ମାନସିକ ଅବସାଦ ନା ଅନ୍ୟ କୌଣସି କାରଣ ତାଙ୍କ ମୃତ୍ୟୁ ପଛରେ ରହିଛି, ତାହା ଏବେ ତଦନ୍ତସାପେକ୍ଷ। ଅନ୍ୟପଟେ ଝିଅ ଆତ୍ମହତ୍ୟା କରିନାହିଁ, ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ବାପା ଭୀମସେନ ସାହୁ ଅଭିଯୋଗ କରିଛନ୍ତି।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ମଲ୍ଲିକାପୁର ପଞ୍ଚାୟତ ମହାନ୍ତିପାଟଣା ଗ୍ରାମର ପ୍ରଭାସିନୀ ପିଲାଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ। ଗାଁରେ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ଦଶରଥପୁର ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶିକ୍ଷା ସମାପ୍ତ କରିଥିଲେ। ପରେ ପୁଲିସ ଏସ୍‌ଆଇ ପରୀକ୍ଷାରେ ସଫଳତା ହାସଲ କରି ତାଲିମ ଶେଷ କରିଥିଲେ।

ଚାକିରି ଜୀବନ ଆରମ୍ଭ ପରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଦାୟିତ୍ୱ ତୁଲାଇଥିଲେ। ପ୍ରାୟ ୬ ମାସ ତଳେ ତାଙ୍କର ବଦଳି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାକୁ ହୋଇଥିଲା। ଗତ ଏପ୍ରିଲ ମାସରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବିକାଶ କୁମାର ବେହେରାଙ୍କୁ ବିବାହ କରିଥିଲେ। ବିକାଶ ରେଳବାଇ ବିଭାଗରେ ଲୋକୋ ପାଇଲଟ୍‌ ଭାବେ କାର୍ଯ୍ୟରତ।

ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର୍ସରେ ପ୍ରଭାସିନୀ ଏକୁଟିଆ ରହୁଥିଲେ। ଅନ୍ୟପଟେ ରେଳବାଇରେ କାର୍ଯ୍ୟରତ ସ୍ୱାମୀ ରାଉରକେଲାରେ ରହୁଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଦାୟିତ୍ୱ ସମ୍ଭାଳିଥିଲେ। ତେଣୁ ତାଙ୍କର ଏଭଳି ଅଚାନକ ମୃତ୍ୟୁକୁ ସହକର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି।

ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରେ ପ୍ରଭାସିନୀ ନିଜ ବାପାଙ୍କ ସହ ମୋବାଇଲ୍‌ରେ କଥା ହୋଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ଅଧିକ ରହସ୍ୟମୟ କରିଛି।

ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଓ ବଡ଼ବାପା ଯୁଧିଷ୍ଠିର ସାହୁ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ହରୀଶ ବିସି, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଥାନାଧିକାରୀ କୁଳମଣି ସେଠୀଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। ପରିବାର ସଦସ୍ୟ ପହଞ୍ଚିବା ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ଏହି ଘଟଣାରେ କେସ୍‌ ନମ୍ବର ୩୩/୨୬ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ବୈଜ୍ଞାନିକ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଅନ୍ୟପଟେ ଓଡ଼ିଶା ପୁଲିସ ବିଭାଗରେ ଏସ୍‌ଆଇ ପଦବିରେ ବହୁ ସଂଖ୍ୟକ ଖାଲି ପଦ ରହିଥିବା ବେଳେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଅତ୍ୟଧିକ କାମର ଚାପ ରହୁଥିବା ଅଭିଯୋଗ ହୋଇଛି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଚାପ ଯୋଗୁଁ ପୁଲିସ କର୍ମଚାରୀମାନେ ମାନସିକ ଚାପରେ ରହୁଥିବା ଓଡ଼ିଶା ପୁଲିସ ଅଫିସର ସଂଘର ସଭାପତି ରସିତ୍‌ ରଞ୍ଜନ ଜେନା ଅଭିଯୋଗ କରିଛନ୍ତି।

ତେବେ ପ୍ରଭାସିନୀଙ୍କ ମୃତ୍ୟୁ ପଛରେ କାର୍ଯ୍ୟଚାପର କୌଣସି ଭୂମିକା ଥିଲା କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଜଣେ ଗର୍ଭବତୀ ମହିଳା ପୁଲିସ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ ଏବେ ପୁଲିସ ବିଭାଗର କାର୍ଯ୍ୟପରିବେଶ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ଠିଆ କରିଛି।

Female Police Officer Death Ganjam News Odisha Lady SI Death Odisha Police SI Purushottampur Police ପ୍ରଭାସିନୀ ସାହୁ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ସମାଜରେ ଅନ୍ୟଙ୍କୁ ‘ପର’ ଭାବିବାର ନିଷ୍ଠୁର ମନୋଭାବ ମୋ କାହାଣୀର ମୂଳ ବିଷୟ: ଗିରିଶ କସାରାଭଲ୍ଲୀ

November 22, 2026

ନିଟ୍‌-ୟୁଜି ଲିକ୍‌ ମାମଲାରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍, ୨୫ରୁ ଦୈନିକ ଶୁଣାଣି

November 22, 2026

ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026
Latest News

ଦୁଇ ମାସର ଗର୍ଭବତୀ ମହିଳା SIଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମିଳିଲା ଝୁଲନ୍ତା ମୃତଦେହ

November 22, 2026

ସମାଜରେ ଅନ୍ୟଙ୍କୁ ‘ପର’ ଭାବିବାର ନିଷ୍ଠୁର ମନୋଭାବ ମୋ କାହାଣୀର ମୂଳ ବିଷୟ: ଗିରିଶ କସାରାଭଲ୍ଲୀ

November 22, 2026

ନିଟ୍‌-ୟୁଜି ଲିକ୍‌ ମାମଲାରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍, ୨୫ରୁ ଦୈନିକ ଶୁଣାଣି

November 22, 2026

ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ

November 22, 2026

କମ୍ପାନୀ ପୁନର୍ଗଠନ ଓ ମିଶ୍ରଣରେ ଷ୍ଟାମ୍ପ ଡ୍ୟୁଟି ରିହାତି, ଏମ୍‌ଏସ୍‌ଏମ୍‌ଇଙ୍କୁ ଶତପ୍ରତିଶତ ଛାଡ଼

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.