Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା
ଆଜିର ଖବର

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Jio Launches ‘Happy New Year 2.0’ Truly Unlimited 4G + 5G Plans
Jio Launches ‘Happy New Year 2.0’ Truly Unlimited 4G + 5G Plans

ମୁମ୍ବାଇ: ନୂଆ ବର୍ଷ ଆସିବାକୁ ଆହୁରି କିଛି ଦିନ ବାକି ଥିବାବେଳେ ଜିଓ ନିଜ ଗ୍ରାହକଙ୍କ ପାଇଁ “ନୋ ଡାଟା ଲିମିଟ୍‌” ବା ଅସୀମିତ ଡାଟା ସୁବିଧା ସହ ହାପି ନ୍ୟୁ ଇୟର ଅଫର ଆଣିଛି। କମ୍ପାନୀ ପକ୍ଷରୁ “ହାପି ନ୍ୟୁ ଇୟର ୨.୦” ଅଧୀନରେ ଅସୀମିତ ୪ଜି ଓ ୫ଜି ଡାଟା ସୁବିଧା ଥିବା ନୂଆ ପ୍ଲାନ୍ ଆରମ୍ଭ କରାଯାଇଛି। ଏଥିରେ ସବୁଠାରୁ ଆକର୍ଷଣୀୟ ହେଉଛି ୩୯୯ ଟଙ୍କା ମୂଲ୍ୟର ନୂଆ ଫ୍ଲାଗସିପ୍ ପ୍ଲାନ୍। ଏହି ପ୍ଲାନ୍ ରେ ୨୮ ଦିନ ଯାଏଁ ବିନା କୌଣସି ଡାଟା ସୀମାରେ ୪ଜି ଓ ୫ଜି ଇଣ୍ଟରନେଟ୍ ବ୍ୟବହାର କରିହେବ। ଏଥିସହ ମାଗଣା ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ୍ ସୁବିଧା ମଧ୍ୟ ମିଳିବ। ଅର୍ଥାତ୍ ଭିଡିଓ ଷ୍ଟ୍ରିମିଂ, ଗେମିଂ ହେଉ କି ସୋସିଆଲ୍ ମିଡିଆ ବ୍ୟବହାର, ଡାଟା ସରିଯିବା ନେଇ ଆଉ ଚିନ୍ତା କରିବାକୁ ପଡ଼ିବନି। ଜିଓ ନିଜର ଦଶମ ବାର୍ଷିକୀ ଉତ୍ସବକୁ ଆଗକୁ ବଢ଼ାଇ ଏହି ଆକର୍ଷଣୀୟ ଅଫର ଆଣିଛି।

ପ୍ରତି ମାସରେ ରିଚାର୍ଜ କରିବାରୁ ମୁକ୍ତି ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓ ୩,୯୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍ ମଧ୍ୟ ଆଣିଛି। ଥରେ ରିଚାର୍ଜ କଲେ ପୂରା ୩୬୫ ଦିନ ଯାଏଁ ଅସୀମିତ ୪ଜି ଓ ୫ଜି ଡାଟା ସୁବିଧା ମିଳିବ। ଏହି ପ୍ଲାନରେ ମଧ୍ୟ ମାଗଣା ଭଏସ୍ କଲିଂ ଓ ପ୍ରତିଦିନ ୧୦୦ଟି ଏସଏମଏସ୍‌‌ର ସୁବିଧା ରହିଛି। ଉଭୟ ପ୍ଲାନ୍‌‌ର ବିଶେଷତ୍ୱ ହେଉଛି, ଏଥିରେ ୪ଜି ଓ ୫ଜି ଉଭୟ ନେଟୱର୍କରେ ଅସୀମିତ ଡାଟା ବ୍ୟବହାରର ସୁବିଧା ମିଳିବ। ଏଥିସହ ମନୋରଞ୍ଜନ, ଡିଜାଇନ୍ ଓ କ୍ଲାଉଡ୍ ଷ୍ଟୋରେଜ୍ ଭଳି ବିଭିନ୍ନ ଡିଜିଟାଲ୍ ସୁବିଧା ମଧ୍ୟ ଉପଲବ୍ଧ ହେବ।

ଜିଓର ଅନ୍ୟ ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ କମ୍ପାନୀ ସ୍ୱତନ୍ତ୍ର ଅଫର ଆଣିଛି । ଯେଉଁ ଗ୍ରାହକଙ୍କୁ କିଛି ସମୟ ପାଇଁ ଅଧିକ ଡାଟା ଆବଶ୍ୟକ, ସେମାନେ ୧୫ ଟଙ୍କା କିମ୍ବା ୨୫ ଟଙ୍କାର ଅସୀମିତ ୫ଜି ଆଡ୍‌-ଅନ୍ ପ୍ୟାକ୍ ନେଇପାରିବେ। ୧୫ ଟଙ୍କାରେ ଗୋଟିଏ ଦିନ ଏବଂ ୨୫ ଟଙ୍କାରେ ଦୁଇ ଦିନ ଯାଏଁ ଅସୀମିତ ୫ଜି ଡାଟା ମିଳିବ। କମ୍ପାନୀ ଅନୁଯାୟୀ, ଏହି ଆଡ୍‌-ଅନ୍ ପ୍ୟାକ୍ ରେ ଡାଉନଲୋଡ୍ କିମ୍ବା ଡାଟା ବ୍ୟବହାର ଉପରେ କୌଣସି ସୀମା ରହିବ ନାହିଁ ଏବଂ ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ଜାରି ରହିବ।

ସେହିପରି ବିଳମ୍ବିତ ରାତି ଯାଏଁ ଗେମିଂ, ରିଲସ ବା ଲଗାତାର ଭିଡିଓ ଦେଖିବା କିମ୍ବା କାମ କରୁଥିବା ଗ୍ରାହକଙ୍କ ପାଇଁ ୫୦ ଟଙ୍କାର ନାଇଟ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଛି। ଏହି ପ୍ୟାକ୍‌‌ରେ ୨୮ ଦିନ ଯାଏଁ ପ୍ରତି ରାତି ୧୨ଟାରୁ ସକାଳ ୫ଟା ଯାଏଁ ଅସୀମିତ ୪ଜି ଓ ୫ଜି ଡାଟା ମିଳିବ। ରାତିରେ ବ୍ୟବହୃତ ଡାଟା ମୁଖ୍ୟ ପ୍ଲାନ୍ ର ଡାଟା ବାଲାନ୍ସରୁ କଟିବ ନାହିଁ । ଅର୍ଥାତ୍ ଦିନର ଡାଟା ସଞ୍ଚୟ କରି ରାତିରେ ଇଚ୍ଛା ଅନୁଯାୟୀ ଇଣ୍ଟରନେଟ୍ ବ୍ୟବହାର କରିହେବ।

ଡିଜିଟାଲ୍ ସୁବିଧା ସମ୍ପର୍କରେ କହିବାକୁ ଗଲେ, ୩୯୯ ଟଙ୍କାର ଫ୍ଲାଗସିପ୍ ପ୍ଲାନ୍ ରେ ୧୨ ମାସର କାନଭା ପ୍ରୋ ସବସ୍କ୍ରିପ୍‌‌ସନ୍ ମାଗଣା ମିଳିବ, ଯାହାର ଅଲଗା ଭାବରେ ମୂଲ୍ୟ ପ୍ରାୟ ୪,୦୦୦ ଟଙ୍କା ରହିଛି। ଏଥିସହ ଜିଓହଟଷ୍ଟାର ମୋବାଇଲ୍ + ହଲିଉଡ୍‌, ଜିଓଟିଭି ମାଧ୍ୟମରେ ଫ୍ୟାନକୋଡ୍‌, ଜିଓଗେମ୍ସ ମୋବାଇଲ୍ ସବସ୍କ୍ରିପ୍‌‌ସନ୍ ଏବଂ ଜିଓଏଆଇକ୍ଲାଉଡ୍ ରେ ୫୦ ଜିବି ମାଗଣା ଷ୍ଟୋରେଜ୍ ସୁବିଧା ମିଳିବ। ଏହାବ୍ୟତୀତ ଜଷ୍ଟଡାଏଲ୍ ଲାଇଟ୍‌, ହାଇପରଲୋକାଲ୍ କୁପନ୍ ଓ ଡିଜିଟାଲ୍ ଡାଏରୀ ଭଳି ସୁବିଧା ମଧ୍ୟ ଏଥିରେ ସାମିଲ ରହିଛି। ଅନ୍ୟପକ୍ଷରେ, ୩,୯୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍ ରେ ୧୨ ମାସର କାନଭା ପ୍ରୋ ଲାଇଟ୍ ସବସ୍କ୍ରିପ୍‌‌ସନ୍‌, ଜିଓହଟଷ୍ଟାର, ଫ୍ୟାନକୋଡ୍ ଏବଂ ୫୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ସୁବିଧା ମିଳିବ।

୩୯୯ ଟଙ୍କା ଓ ୩,୯୯୯ ଟଙ୍କାର ଏହି ନୂଆ ପ୍ଲାନ୍ ନଭେମ୍ବର ୨୪ ତାରିଖରୁ ମାଇଁଜିଓ ଆପ୍‌, ଜିଓ ୱେବସାଇଟ୍ ଏବଂ ଦେଶବ୍ୟାପୀ ଜିଓ ଷ୍ଟୋର୍ ଓ ରିଟେଲରମାନଙ୍କ ନିକଟରେ ରିଚାର୍ଜ ପାଇଁ ଉପଲବ୍ଧ ହେବ। ୨୫ ଟଙ୍କାର ୫ଜି ଆଡ୍‌-ଅନ୍ ପ୍ୟାକ୍ ମଧ୍ୟ ନଭେମ୍ବର ୨୪ ତାରିଖରୁ ମିଳିବ। ତେବେ ୧୫ ଟଙ୍କା ମୂଲ୍ୟର ଆଡ୍‌-ଅନ୍ ପ୍ୟାକ୍ ପୂର୍ବରୁ ଉପଲବ୍ଧ ରହିଛି। ୫୦ ଟଙ୍କାର ନାଇଟ୍ ଡାଟା ପ୍ୟାକ୍ ନଭେମ୍ବର ୨୬ ତାରିଖରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

ଅସୀମିତ ଡାଟା ଜିଓର ହାପି ନ୍ୟୁ ଇୟର ଅଫର ଭଏସ୍ କଲିଂ ସୁବିଧା
Share. Facebook Twitter LinkedIn Email WhatsApp Copy Link

Related Posts

ମାଟିର ସ୍ୱାସ୍ଥ୍ୟ ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱ

November 24, 2026

ବିଜେପି-ଅକାଳୀ ଦଳ ମେଣ୍ଟ ଉପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି: ଜାଣନ୍ତୁ

November 24, 2026

ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’

November 24, 2026

ଯୁବ କଂଗ୍ରେସର ବଡ଼ ପ୍ରତିପାଦ: ଆରମ୍ଭ କଲା “ମେଟା, ବିଜେପିକା ବେଟା” ଅଭିଯାନ

November 24, 2026
Latest News

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026

ମାଟିର ସ୍ୱାସ୍ଥ୍ୟ ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱ

November 24, 2026

ବିଜେପି-ଅକାଳୀ ଦଳ ମେଣ୍ଟ ଉପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି: ଜାଣନ୍ତୁ

November 24, 2026

ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’

November 24, 2026

ଯୁବ କଂଗ୍ରେସର ବଡ଼ ପ୍ରତିପାଦ: ଆରମ୍ଭ କଲା “ମେଟା, ବିଜେପିକା ବେଟା” ଅଭିଯାନ

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.