Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’
ଆଜିର ଖବର

ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’

November 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’
ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ଏପିକନ୍ ଓଡ଼ିଶା ୨୦୨୬। ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ (ଏପିଆଇ), ଓଡ଼ିଶା ଶାଖାର ୪୬ତମ ବାର୍ଷିକ ସମ୍ମିଳନୀ ଭାବେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌-୨ରେ ଅନୁଷ୍ଠିତ ହେବ। ଏପିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ୭୦୦ରୁ ୮୦୦ ଜଣ ଚିକିତ୍ସକ ଯୋଗ ଦେବାର ଆଶା ରହିଛି। ଏଥିରେ ବରିଷ୍ଠ ଡାକ୍ତର, ବିଶେଷଜ୍ଞ, ଶିକ୍ଷାବିତ୍‌, ଚିକିତ୍ସା ବିଜ୍ଞାନର ବିଭିନ୍ନ କ୍ଷେତ୍ରର ଅଧ୍ୟାପକ ଏବଂ ସ୍ନାତକୋତର ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହେବେ। ୨୫୦ରୁ ଅଧିକ ବରିଷ୍ଠ ଚିକିତ୍ସକ ଓ ବିଶିଷ୍ଟ ବିଶେଷଜ୍ଞ ବିଭିନ୍ନ ବୈଜ୍ଞାନିକ ଅଧିବେଶନରେ ଯୋଗଦେଇ ନିଜର ଅଭିଜ୍ଞତା ଓ ଜ୍ଞାନ ବାଂଟିବେ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଆୟୋଜିତ ଏହି ସମ୍ମିଳନୀରେ ଆଭ୍ୟନ୍ତରୀଣ ଚିକିତ୍ସା ବିଜ୍ଞାନ (ଇଂଟରନାଲ୍ ମେଡିସିନ୍‌) କ୍ଷେତ୍ରରେ ସାଂପ୍ରତିକ ଅଗ୍ରଗତି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହେବ। ମଧୁମେହ, ଥାଇରଏଡ୍ ସମସ୍ୟା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ବୃକକ୍ ରୋଗ, ଆଜ୍‌ମା ଓ ଅନ୍ୟାନ୍ୟ ଶ୍ୱାସକ୍ରିୟାଜନିତ ରୋଗ, ମ୍ୟାଲେରିଆ ଓ ଯକ୍ଷ୍ମା ଭଳି ସଂକ୍ରାମକ ରୋଗ, ଯକୃତ ଓ ପାକସ୍ଥଳୀ ସମସ୍ୟା, ରକ୍ତହୀନତା ଏବଂ ଷ୍ଟ୍ରୋକ୍ ଆଦି ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିବେ। ବିଷକ୍ରିୟା ଓ ସାପ କାମୁଡ଼ା ଭଳି ଜରୁରୀକାଳୀନ ଚିକିତ୍ସା ସମ୍ବନ୍ଧୀୟ ବିଷୟ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବ। ରୋଗ ନିରୂପଣର ନୂତନ ପଦ୍ଧତି, ଆଧୁନିକ ଔଷଧ ଏବଂ ଉନ୍ନତ ଚିକିତ୍ସା ପ୍ରଣାଳୀ ସଂପର୍କରେ ବିଶେଷଜ୍ଞମାନେ ତଥ୍ୟ ଉପସ୍ଥାପନ କରିବେ।

ଏହି ସମ୍ମିଳନୀର ଅନ୍ୟତମ ଆକର୍ଷଣ ହେବ ରୋଗୀଙ୍କ ବାସ୍ତବ ଚିକିତ୍ସା ଅଭିଜ୍ଞତା ଓ ଜଟିଳ ରୋଗ ସଂପର୍କିତ ଆଲୋଚନା। ଏହାଦ୍ୱାରା ଡାକ୍ତରମାନେ ପରସ୍ପରଙ୍କ ଅଭିଜ୍ଞତାରୁ ଶିଖିବା ସହ ଚିକିତ୍ସା କ୍ଷେତ୍ରରେ ନୂତନ ଜ୍ଞାନ ଆହରଣ କରିପାରିବେ।

ନଭେମ୍ବର ୨୭ ତାରିଖରେ ବିଭିନ୍ନ ବିଷୟ ଉପରେ ହାତପାହାନ୍ତା ତାଲିମ୍ କର୍ମଶାଳା ଆୟୋଜିତ ହେବ। ଗୁରୁତର ରୋଗୀଙ୍କ ଭେଂଟିଲେଟର ପରିଚାଳନା, ଆଇସିୟୁରେ ରୋଗୀଙ୍କୁ ନିରାପଦ ଭାବେ ଟ୍ୟୁବ୍ ଓ ରକ୍ତନଳୀ ସଂଯୋଗ କରିବା, ବେଡ୍‌ସାଇଡ୍ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷା ଏବଂ ଆର୍ଥ୍ରାଇଟିସ୍ ଭଳି ଗଣ୍ଠି ରୋଗର ସକ୍ରିୟତା ନିର୍ଣ୍ଣୟ ଆଦି ବିଷୟରେ ଡାକ୍ତରମାନଙ୍କୁ ବ୍ୟବହାରିକ ତାଲିମ୍ ପ୍ରଦାନ କରାଯିବ। ଏହା ସହିତ ଯୁବ ଡାକ୍ତର ଓ ଗବେଷକମାନେ ନିଜ ଗବେଷଣା ଓ ବୈଜ୍ଞାନିକ ଅଧ୍ୟୟନକୁ ଉପସ୍ଥାପନ କରିବାର ସୁଯୋଗ ପାଇବେ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିରନ୍ତର ପରିବର୍ତନ ଓ ନୂତନ ଉଦଭାବନ ଘଟୁଥିବାରୁ ଡାକ୍ତରମାନଙ୍କ ପାଇଁ ନିଜକୁ ସମସାମୟିକ ଜ୍ଞାନ ସହ ଅପ୍‌ଡେଟ୍ ରଖିବା ଅତ୍ୟନ୍ତ ଜରୁରୀ। ଏଭଳି ସମ୍ମିଳନୀ ଜ୍ଞାନ ଆଦାନପ୍ରଦାନ, ଗବେଷଣା ଓ ବୃତିଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ସହ ରୋଗୀଙ୍କୁ ଅଧିକ ନିରାପଦ, ଉନ୍ନତ ଓ ଆଧୁନିକ ଚିକିତ୍ସା ଯୋଗାଇବାରେ ସହାୟକ ହେବ। ଏହିପରି ଆୟୋଜନର ପ୍ରକୃତ ଲାଭ ଶେଷରେ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ମିଳିବ।

ଏହି ସମ୍ମିଳନୀର ଆୟୋଜନରେ ଏପିଆଇ ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ଡାକ୍ତର ଅଶୋକ କୁମାର ସିଂହ, ଅଧ୍ୟକ୍ଷ-ନିର୍ବାଚିତ ତଥା ବୈଜ୍ଞାନିକ କମିଟିର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ କୁମାର ମେହେର, ସଂପାଦକ ଡାକ୍ତର ରଞ୍ଜନ କୁମାର ସେନ୍‌, ଆୟୋଜନ କମିଟିର ଅଧ୍ୟକ୍ଷ ଡାକ୍ତର ଭାରତ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ପ୍ରଫେସର (ଡକ୍ଟର) ଜୟନ୍ତ କୁମାର ପଣ୍ଡା ଏବଂ ଆୟୋଜନ ସଂପାଦକ ପ୍ରଫେସର ଡକ୍ଟର ସମୀର ସାହୁ ନେତୃତ୍ୱ ନେଉଛନ୍ତି।

ଆୟୋଜନ କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ସହ-ଆୟୋଜନ ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଶୁଭ୍ରାଂଶୁ ପାତ୍ର, ବୈଜ୍ଞାନିକ କମିଟିର ସହ-ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଚନ୍ଦନ ଦାସ, କୋଷାଧ୍ୟକ୍ଷ ଡାକ୍ତର ମେଘନାଦ ମେହେର, ଯୁଗ୍ମ ଆୟୋଜନ ସଂପାଦକ ଡାକ୍ତର ସମୀର ଜେନା, ସ୍ୱାଗତ କମିଟିର ସହ-ଅଧ୍ୟକ୍ଷ ଡାକ୍ତର ଅଭିଷେକ ପ୍ରସାଦ ଦାଶ, ଖାଦ୍ୟ କମିଟିର ଅଧ୍ୟକ୍ଷ ଡାକ୍ତର ବ୍ରିଜେଶ ରାଜ ସ୍ୱାଇଁ ଏବଂ ସ୍ମରଣିକା ସଂପାଦିକା ଡାକ୍ତର ଦେବଶ୍ରୀ ସାମଲ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି।

ସମ୍ମିଳନୀ ପୂର୍ବରୁ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର ଅଧ୍ୟକ୍ଷ ଡାକ୍ତର ଭାରତ ପାଣିଗ୍ରାହୀ, ବୈଜ୍ଞାନିକ କମିଟିର ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେର, ଆୟୋଜନ ସମ୍ପାଦକ ପ୍ରଫେସର (ଡାକ୍ତର) ସମୀର ସାହୁ, ବୈଜ୍ଞାନିକ କମିଟିର ସହ-ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ଚନ୍ଦ ଦାସ ଏବଂ କୋଷାଧ୍ୟକ୍ଷ ଡାକ୍ତର ମେଘନାଦ ମେହେର ଉପସ୍ଥିତ ଥିଲେ।

ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର ନେତୃବୃନ୍ଦ ସମ୍ମିଳନୀର ଗୁରୁତ୍ୱ, ବୈଜ୍ଞାନିକ ଅଧିବେଶନ ଏବଂ ଚିକିତ୍ସା କ୍ଷେତ୍ରରେ ଜ୍ଞାନ ଓ ଅଭିଜ୍ଞତାର ଆଦାନ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ଯୁବ ଚିକିତ୍ସକମାନଙ୍କ ପାଇଁ ଏହି ସମ୍ମିଳନୀ ବିଶେଷ ଉପାଦେୟ ହୋଇପାରିବ ବୋଲି ଆୟୋଜକମାନେ ଆଶାବ୍ୟକ୍ତ କରିଛନ୍ତି।

‘ଏପିକନ୍ ଓଡ଼ିଶା ୨୦୨୬’ ଏପିଆଇ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବ କଂଗ୍ରେସର ବଡ଼ ପ୍ରତିପାଦ: ଆରମ୍ଭ କଲା “ମେଟା, ବିଜେପିକା ବେଟା” ଅଭିଯାନ

November 24, 2026

OTT ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ‘ରାମାୟଣ’: ଜାଣନ୍ତୁ କେଉଁଠି?

November 24, 2026

ଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲ ଦୌଡ: ଭାରତ ପାଇଁ କର ବା ପରିସ୍ଥିତି

November 24, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା : ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ୨୪ ଆହତ

November 24, 2026
Latest News

ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’

November 24, 2026

ଯୁବ କଂଗ୍ରେସର ବଡ଼ ପ୍ରତିପାଦ: ଆରମ୍ଭ କଲା “ମେଟା, ବିଜେପିକା ବେଟା” ଅଭିଯାନ

November 24, 2026

ଦୋହାରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିଶ୍ୱ କୀର୍ତ୍ତିମାନ : ୫୨ ବଲ୍‌ରେ ଦ୍ୱିଶତକ

November 24, 2026

ସୌରଭ ଦାସଙ୍କୁ ଲଣ୍ଡନ ଯାତ୍ରା କରିବାରୁ କାହିଁକି ରୋକାଗଲା?: ଜାଣନ୍ତୁ କାରଣ

November 24, 2026

OTT ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ‘ରାମାୟଣ’: ଜାଣନ୍ତୁ କେଉଁଠି?

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.