Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 
ଆଜିର ଖବର

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

November 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

​ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାର ବନ୍ଦ ହୋଇ ପଡ଼ିଥିବା ରକ୍ତ ଭଣ୍ଡାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବି ନେଇ ଗୁରୁବାର ପୁଣି ଥରେ ରେଢ଼ାଖୋଲ ଜନ ସାଧାରଣଙ୍କ ପକ୍ଷରୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଧାରଣା ଦେଇଛନ୍ତି। ଏ ନେଇ ଅଗଷ୍ଟ  ୧୭ରେ ଜନ ସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ଯାଇଥିଲା।

ପ୍ରଶାସନକୁ ଅଗଷ୍ଟ ୨୪ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ସମୟ ଦିଆ ଯାଇଥିଲା।ହେଲେ  ୨୪ ତାରିଖ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାରେ ସମ୍ପୂର୍ଣ୍ଣ  ଅସମର୍ଥ ହୋଇ ଥିଲା।  ରକ୍ତ  ଭଣ୍ଡାର କାର୍ଯ୍ୟକ୍ଷମ କରା ନ ଗଲେ ୨୫ ତାରିଖରେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦେବାକୁ ଚେତାବନୀ ଦେଇ ଥିଲେ।

ଏହି ଅବସରରେ   ଅଗଷ୍ଟ ୨୫ରେ ଜନ ସାଧାରଣ ରେଢ଼ାଖୋଲ  ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ଧାରଣା ଦେଇ ଥିଲେ। ଉକ୍ତ ଧାରଣା ଦିନ ରେଢ଼ାଖୋଲ ଉପ ଜିଲ୍ଲାପାଳ ୧୫ ଦିନ ମଧ୍ୟରେ ଉପଖଣ୍ଡ ଡାକ୍ତରଖାନାର ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କହି ପ୍ରତିଶ୍ରୁତି ଦେଇ ଥିଲେ। ହେଲେ ପ୍ରଥମ ଧାରଣାରେ ଉପଜିଲ୍ଲାପାଳ ୧୫ ଦିନରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହେବ କହି ଦୀର୍ଘ ୩ ମାସ ପାଖାପାଖି ହେବ  ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା। ଦିନକୁ ଦିନ ରେଢ଼ାଖୋଲ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହେବା ଦିନକୁ ଦିନ ବିଳମ୍ବ ହେଉ ଥିବାରୁ ରୋଗୀ  ସେବା ବ୍ୟାଘାତ ହେବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି।

ଲୋକଙ୍କ ଧନ ଜୀବନ ହାନୀ ହେବା ସହ ରକ୍ତ ପାଇଁ ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ନୟାନ୍ତ ହୋଇ ପଡୁଛନ୍ତି। ଏପରିକି ପଡୋଶୀ ବୌଦ୍ଧ ଜିଲ୍ଲା ରୁ ରକ୍ତ ଆଣି ରୋଗୀଙ୍କୁ ଦିଆଯାଉଛି। ଅଞ୍ଚଳବାସୀଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ  ଦେଖା ଦେବା ସହ ଆନ୍ଦୋଳନ ରୂପ ତୀବ୍ର ହୋଇଛି। ଏହି  ପରିପ୍ରେକ୍ଷୀରେ   ଗୁରୁବାର ଦିନ ରେଢ଼ାଖୋଲ ଜନ ସାଧାରଣ ରେଢ଼ାଖୋଲ  ଉପଖଣ୍ଡ ଡାକ୍ତରଖାନାର ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ  ପାଇଁ ପୁଣି ଥରେ  ରେଢ଼ାଖୋଲ ଉପ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ମୁଖ୍ୟ ଫାଟକରେ    ସକାଳୁ ଧାରଣା ଦେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହି ଥିବା ଜଣା ଯାଇଛି।

ରେଢ଼ାଖୋଲ ଉପଜିଲ୍ଲାପାଳ ପୱନ୍ କୁମାର  ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହେବ କହି  ଥିଲେ ହେଁ ଆନ୍ଦୋଳନକାରୀ ମାନେ ଅମଙ୍ଗ ହୋଇ ଥିଲେ। ରକ୍ତ ଭଣ୍ଡାର ତୁରନ୍ତ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ରେଢ଼ାଖୋଲ ଜନ ସାଧାରଣଙ୍କ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି। ଏପରିକି ଏହି ଆନ୍ଦୋଳନ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଦ୍ୱିତୀୟ ଥର ପାଇଁ  ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ନ ହେବା  ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ  ରେଢ଼ାଖୋଲ ଓ ନାକଟିଦେଉଳ ଅଞ୍ଚଳର ଜନ ସାଧାରଣ ଧାରଣାରେ ବସି ଥିବା ଜଣା ଯାଇଛି।

ଜନ ସାଧାରଣଙ୍କ ପକ୍ଷରୁ ରେଢ଼ାଖୋଲ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଡଇଁଚା  ସମିତି ସଭ୍ୟ ପ୍ରବୀଣ କୁମାର ସାହୁ, ସାମାଜିକ କର୍ମୀ ନନ୍ଦ କିଶୋର ପ୍ରଧାନ, ରେଢ଼ାଖୋଲ ଛାତ୍ର ନଗର ସଭାପତି ଶିବ ଶମ୍ଭୁ ନନ୍ଦ, ନାକଟିଦେଉଳ ବ୍ଲକ୍ ବିଜେଡି ସଭାପତି ରାଜ କିଶୋର ପ୍ରଧାନ, ରେଢ଼ାଖୋଲ ଏନଏସି ନଗର ସଭାପତି ସୁନୀଲ ପ୍ରଧାନ, ଆମ ଆଦମି ନେତା ଅଜୟ କୁମାର ସାହୁ, କଂଗ୍ରେସ ନେତା ସୁନୀଲ ପ୍ରଧାନ  ପ୍ରମୁଖ ଉପଖଣ୍ଡର ବହୁ ଜନ ସାଧାରଣ ସାମିଲ ହୋଇ ଧାରଣା ଜାରି ରଖି ଥିବା ଜଣା ଯାଇଛି।

ରକ୍ତ ଭଣ୍ଡାର ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପ୍ରକ୍ରିୟା ଆରମ୍ଭ

November 26, 2026

ଆସନ୍ତାକାଲିଠାରୁ ଭାରତ ବନାମ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ

November 26, 2026

ଆଇଡିଏସ୍ ଓ କୋଲଗେଟ୍ ପକ୍ଷରୁ ଏକାଡେମିକ୍ ଏନ୍‌ଗେଜମେଂଟ ଏବଂ ମେରିଟ୍ ଆୱାର୍ଡ କାର୍ଯ୍ୟକ୍ରମ

November 26, 2026

ପ୍ୟାକେଟ୍‌ ଖାଦ୍ୟରେ ରହିବ ପୃଥକ୍‌ ସତର୍କତା ଚିହ୍ନ : ସୁପ୍ରିମକୋର୍ଟ

November 26, 2026
Latest News

ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପ୍ରକ୍ରିୟା ଆରମ୍ଭ

November 26, 2026

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

November 26, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026

ଆସନ୍ତାକାଲିଠାରୁ ଭାରତ ବନାମ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ

November 26, 2026

ଆଇଡିଏସ୍ ଓ କୋଲଗେଟ୍ ପକ୍ଷରୁ ଏକାଡେମିକ୍ ଏନ୍‌ଗେଜମେଂଟ ଏବଂ ମେରିଟ୍ ଆୱାର୍ଡ କାର୍ଯ୍ୟକ୍ରମ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.