Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୁଜରାଟରେ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ : ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଗିରଫ
ଜାତୀୟ ଖବର

ଗୁଜରାଟରେ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ : ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଗିରଫ

November 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Terror plot foiled in Gujarat: Suspected Jaish terrorist arrested
Terror plot foiled in Gujarat: Suspected Jaish terrorist arrested

ନୂଆଦିଲ୍ଲୀ: ଗୁଜରାଟର ଏକ ପ୍ରମୁଖ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ରଚାଯାଇଥିବା ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ପଣ୍ଡ କରିଦେଇଛି। ଏହି ମାମଲାରେ ଏକେ-୪୭ ଭଳି ସ୍ୱୟଂଚାଳିତ ରାଇଫଲ ଧରି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ସନ୍ଦିଗ୍ଧ ଜୈଶ-ଏ-ମହମ୍ମଦ ଆତଙ୍କବାଦୀକୁ ଗିରଫ କରାଯାଇଛି। ଆଜି ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତଜଣକ ଆସାମର ମୂଳ ବାସିନ୍ଦା ମହମ୍ମଦ ଇସଲାମ୍ କବିରୁଦ୍ଦିନ ବୋଲି ଚିହ୍ନଟ ହୋଇଛି। ସେ ନିଜର ନିୟମିତ ମୋବାଇଲ୍ ଫୋନ୍ ବନ୍ଦ କରି ଭଦୋଦରାରେ ପହଞ୍ଚିବା ପରେ ଏକ ହୋଟେଲରେ ରହିଥିଲା ବୋଲି ଗୁଜରାଟ ଏଟିଏସ୍ ଡିଆଇଜି ସୁନୀଲ ଯୋଶୀ କହିଛନ୍ତି। ଜୈଶ-ଏ-ମହମ୍ମଦ ସହିତ ସମ୍ପୃକ୍ତ ଅନ୍ୟ ଏକ ରାଜ୍ୟର ଜଣେ ବ୍ୟକ୍ତି ସ୍ୱୟଂଚାଳିତ ଆକ୍ରମଣକାରୀ ରାଇଫଲ ଧରି ଆଗାମୀ ଦିନରେ ଗୁଜରାଟରେ ପ୍ରବେଶ କରିବା ସହ ଏକ ସୁରକ୍ଷା ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ନେଇ ଏଟିଏସକୁ ଗୁଇନ୍ଦା ସୂଚନା ମିଳିଥିଲା।

ସୂଚନା ଆଧାରରେ ତଲାସି ଅଭିଯାନ ଚାଲିଥିବା ବେଳେ ଅଭିଯୁକ୍ତର ବ୍ୟାଗରୁ ଏକେ-୪୭ ଭଳି ଦେଖାଯାଉଥିବା ଏକ ସ୍ୱୟଂଚାଳିତ ରାଇଫଲ, ଦୁଇଟି ଖାଲି ମାଗାଜିନ୍, ୨୩ଟି ଜୀବନ୍ତ ଗୁଳି, ଜୈଶ-ଏ-ମହମ୍ମଦର ପତାକା, ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଏଟିଏସ୍ ଡିଆଇଜିଙ୍କ ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତର ହ୍ୟାଣ୍ଡଲର ହେଉଛି ଜୈଶ-ଏ-ମହମ୍ମଦ ସହିତ ଜଡ଼ିତ ମୁଫ୍ତି ରଫିକ୍ ଓରଫ ଇବ୍ନ ଅବଦୁଲ୍ଲା। ଅଭିଯୁକ୍ତକୁ ଏହି କାର୍ଯ୍ୟ ପାଇଁ ହ୍ୟାଣ୍ଡଲର ୫୦ ହଜାର ଟଙ୍କା ଯୋଗାଇ ଦେଇଥିଲା, ଯେଉଁଥିରେ ନୂଆ ଫୋନ୍ କିଣିବା, ଯାତ୍ରା କରିବା, ହୋଟେଲରେ ରହିବା ଏବଂ ପରେ ସେଠାରୁ ଖସିଯିବା ଖର୍ଚ୍ଚ ଅନ୍ତର୍ଭୁକ୍ତ ଥିଲା।

ଡିଆଇଜି ସୁନୀଲ ଯୋଶୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତଜଣକ ଆତଙ୍କବାଦୀ ଆକ୍ରମଣ ଘଟାଇବା ପରେ ପାକିସ୍ତାନ ଯାଇ ଜୈଶ-ଏ-ମହମ୍ମଦରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିଲା ଏବଂ ଶେଷରେ ସହିଦ ହେବାର ଉଦ୍ଦେଶ୍ୟ ରଖିଥିଲା। ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ତାକୁ ସମ୍ପୃକ୍ତ ଅଦାଲତରେ ହାଜର କରିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଜାରି ରହିଛି ବୋଲି ଏଟିଏସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଗୁଜରାଟ ଜୈଶ ଆତଙ୍କବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ୨ ଜଣଙ୍କ ମୃତ୍ୟୁ

November 27, 2026

ସର୍ବସାଧାରଣଙ୍କ ପାଇଁ ଖୋଲିଲା କେଜ୍ରିୱାଲଙ୍କ ‘ଶୀଶ ମହଲ’

November 27, 2026

ଇତିହାସ ରଚିବ ‘ରାମାୟଣ’?: ଆଉ ମାତ୍ର ୮ କୋଟି ଆବଶ୍ୟକ

November 27, 2026

ପରିସୀମନ ବିଲ୍ କୁ ସମର୍ଥନ କରିବ ଡିଏମକେ!: ରଖିଲା ସର୍ତ୍ତ

November 27, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ୨ ଜଣଙ୍କ ମୃତ୍ୟୁ

November 27, 2026

ଗୁଜରାଟରେ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ : ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଗିରଫ

November 27, 2026

ସର୍ବସାଧାରଣଙ୍କ ପାଇଁ ଖୋଲିଲା କେଜ୍ରିୱାଲଙ୍କ ‘ଶୀଶ ମହଲ’

November 27, 2026

ଇତିହାସ ରଚିବ ‘ରାମାୟଣ’?: ଆଉ ମାତ୍ର ୮ କୋଟି ଆବଶ୍ୟକ

November 27, 2026

ପରିସୀମନ ବିଲ୍ କୁ ସମର୍ଥନ କରିବ ଡିଏମକେ!: ରଖିଲା ସର୍ତ୍ତ

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.