Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
ଆଜିର ଖବର

‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

November 28, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା  ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି, ବାଲ୍ୟ ବିବାହ ନିଷେଧ ଅଧିକାରୀ (ସିଏମପିଓ), ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି), ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ଆଇନ ସେବା ସଂସ୍ଥା, ଅନ୍ତର୍ଜାତୀୟ ସଂଗଠନ ଏବଂ ନାଗରିକ ସମାଜ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଏକତ୍ରିତ ହୋଇଥିଲେ। ଦେଶବ୍ୟାପୀ ଅଧିକାରୀ, କ୍ଷେତ୍ରସ୍ତରୀୟ କର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯେପରି ଏହି ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ, ସେଥିପାଇଁ ଏହାର ୱେବକାଷ୍ଟ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ, ଅଂଶଗ୍ରହଣକାରୀମାନେ ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଏକ ସାମୂହିକ ଶପଥ ନେଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ, ଆମର ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ଶିଶୁ ଯେପରି ଏକ ସୁରକ୍ଷିତ ଶୈଶବ ପାଇପାରିବେ, ପ୍ରତ୍ୟେକ ଝିଅ ଶିକ୍ଷାଲାଭର ସୁଯୋଗ ପାଇବେ ଏବଂ ନିଜ ଜୀବନର ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ଆମେ ଶପଥ ନେଇଛୁ ଯେ ଆମ ଘରେ, ଆମ ଆଖପାଖ ଅଞ୍ଚଳରେ କିମ୍ବା ଦେଶର କୌଣସି ସ୍ଥାନରେ ବାଲ୍ୟ ବିବାହ ହେବାକୁ ଦେବୁ ନାହିଁ। ବାଲ୍ୟ ବିବାହର ଅନ୍ତ ଘଟାଇବା ପାଇଁ ସରକାରଙ୍କ ସମସ୍ତ ବିଭାଗ ଏବଂ ସମଗ୍ର ସମାଜର ମିଳିତ ପ୍ରୟାସ ଆବଶ୍ୟକ। ଏହା ସହିତ, ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ବାଳିକାମାନଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ ଏବଂ ସଶକ୍ତିକରଣର ଗୁରୁତ୍ୱ ଉପରେ ସେ ଜୋର୍ ଦେଇଥିଲେ।

ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାବିତ୍ରୀ ଠାକୁର, ବାଲ୍ୟ ବିବାହ ରୋକିବାରେ ପଞ୍ଚାୟତ, କ୍ଷେତ୍ରସ୍ତରୀୟ କର୍ମୀ ଏବଂ ସମୁଦାୟର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ, ତୃଣମୂଳ ସ୍ତରରେ ଜନସହଭାଗିତା ଏବଂ ସମୁଦାୟ-ନେତୃତ୍ୱାଧୀନ ପ୍ରୟାସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ, “ବାଲ୍ୟ ବିବାହ ମୁକ୍ତ ଭାରତ କେବଳ ୨୦୩୦ ମସିହା ପାଇଁ ଏକ ଲକ୍ଷ୍ୟ ନୁହେଁ। ବରଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ଅତ୍ୟାବଶ୍ୟକ ପଦକ୍ଷେପ।”

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା, ବାଳିକା ଶିକ୍ଷାର ପ୍ରସାର ଘଟାଇବା ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ସରକାର ଓ ସମୁଦାୟ ମଧ୍ୟରେ ସମନ୍ୱିତ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ। ସେ କହିଥି​‌ଲେ ଜଣେ ଝିଅ ସେତେବେଳେ ହିଁ ପ୍ରଗତି କରିପାରିବ, ଯେତେବେଳେ ଆମେ ତାକୁ ଏହି ପ୍ରତିଶ୍ରୁତି ଦେବା ଯେ, ଆମେ ତା’ ହାତରୁ ବହି ଛଡ଼ାଇ ନେବା ନାହିଁ, ତା’ର ଅଳ୍ପ ବୟସରେ ବିବାହ କରାଇବା ନାହିଁ, ଏବଂ ତାକୁ ଉଚିତ ସମ୍ମାନ ତଥା ଆଗକୁ ବଢ଼ିବା ପାଇଁ ସମାନ ସୁଯୋଗ ପ୍ରଦାନ କରିବା।

‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନ ୨୭ ନଭେମ୍ବର ୨୦୨୪ରେ ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବା। ଏହି ଅଭିଯାନ ସଚେତନତା ସୃଷ୍ଟି, ସମୁଦାୟର ଅଂଶଗ୍ରହଣ, ବାଲ୍ୟ ବିବାହ ନିଷେଧ ଅଧିକାରୀ (ସିଏମପିଓ)ଙ୍କ ଭୂମିକାକୁ ସୁଦୃଢ଼ ​​କରିବା, ଠିକ୍ ସମୟରେ ରିପୋର୍ଟ କରିବା ଓ ହସ୍ତକ୍ଷେପ କରିବା ଉପରେ ଗୁରୁତ୍ୱ ଦେଇଥାଏ। ଏହା ସହିତ, ଯେଉଁ କିଶୋରୀମାନେ ବିଦ୍ୟାଳୟ ଛାଡ଼ି ଦେଇଛନ୍ତି କିମ୍ବା ଯେଉଁମାନଙ୍କର ବାଲ୍ୟ ବିବାହ ହେବାର ଆଶଙ୍କା ରହିଛି, ସେମାନଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଏବଂ ସଶକ୍ତୀକରଣ ମାଧ୍ୟମରେ ସହାୟତା ଯୋଗାଇଥାଏ।

ଗତ ଦୁଇ ବର୍ଷ ମଧ୍ୟରେ, ଏହି ଅଭିଯାନ ଏକ ନିରନ୍ତର ଜାତୀୟ ସ୍ତରୀୟ ପ୍ରୟାସରେ ପରିଣତ ହୋଇଛି। ଏହାର ସଚେତନତା କାର୍ଯ୍ୟକ୍ରମଗୁଡ଼ିକ ୧୨ କୋଟିରୁ ଅଧିକ ନାଗରିକଙ୍କ ନିକଟରେ ପହଞ୍ଚି ପାରିଛି। ଏହା ବ୍ୟତୀତ, ବାଲ୍ ବିବାହ ମୁକ୍ତ ଭାରତ ପୋର୍ଟାଲ୍, ମାଇଁ ଗଭ୍ ଏବଂ ମାଇଁ ଭାରତ ପ୍ଲାଟଫର୍ମ ମାଧ୍ୟମରେ ୪୨ ଲକ୍ଷରୁ ଅଧିକ ଲୋକ ବାଲ୍ୟ ବିବାହ ବିରୋଧରେ ଶପଥ ନେଇଛନ୍ତି। ବାଲ୍ ବିବାହ ମୁକ୍ତ ଭାରତ ପୋର୍ଟାଲ୍ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୭୨,୦୦୦ରୁ ଅଧିକ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ତଥ୍ୟର ଏକ କେନ୍ଦ୍ରୀୟ ଭଣ୍ଡାର ଭାବରେ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ଚାଲିଥିବା ୧୦୦ ଦିନିଆ ବାଲ୍ ବିବାହ ମୁକ୍ତ ଭାରତ ସଚେତନତା ମଡ୍ୟୁଲ୍ ୨.୦’ , ଯାହା ୨୧ ଅକ୍ଟୋବରରୁ ୨୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ, ତାହା  ଅଧୀନରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ବାଲ୍ୟ ବିବାହ ବିରୋଧରେ ସଚେତନତା ବୃଦ୍ଧି କରିବା, ଜନସାଧାରଣଙ୍କୁ ଏକଜୁଟ କରିବା ଏବଂ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା।

ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ୱେବକାଷ୍ଟ ମାଧ୍ୟମରେ ବ୍ୟାପକ ଅଂଶଗ୍ରହଣକୁ ସହଜ କରାଯାଇଥିଲା, ଯାହା ଫଳରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅଂଶୀଦାରମାନେ ଏହି କାର୍ଯ୍ୟକ୍ରମରେ ଏବଂ ବାଲ୍ୟବିବାହ ବିରୁଦ୍ଧରେ ଦେଶବ୍ୟାପୀ ଶପଥରେ ଯୋଗ ଦେଇପାରିଥିଲେ। ପ୍ରାୟ ୪୭୦୦୦ ଲୋକ ୱେବକାଷ୍ଟ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖିଥିଲେ।

ଏହି ଅଭିଯାନ ସିପିଏମଓ ଏବଂ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହକାରୀଙ୍କ କ୍ଷମତାକୁ ସୁଦୃଢ଼ କରି ଏବଂ ସମୟାନୁସାରେ ରିପୋର୍ଟିଂ ଏବଂ ହସ୍ତକ୍ଷେପକୁ ଉତ୍ସାହିତ କରି ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ର କାର୍ଯ୍ୟାନ୍ୱୟନକୁ ପରିପୂରକ କରିଥାଏ। ନାଗରିକମାନେ https://stopchildmarriage.wcd.gov.in/ରେ ବାଲ୍ ବିବାହ ମୁକ୍ତ ଭାରତ ପୋର୍ଟାଲ୍ ମାଧ୍ୟମରେ ଘଟଣାଗୁଡ଼ିକର ରିପୋର୍ଟ କରିପାରିବେ, ଶପଥ ନେଇପାରିବେ ଏବଂ ସୂଚନା ଏବଂ ସମ୍ବଳ ପାଇପାରିବେ। ସହାୟତା ଏବଂ ଉପଯୁକ୍ତ ସମୟରେ ହସ୍ତକ୍ଷେପ ପାଇଁ ଶିଶୁ ହେଲ୍ପଲାଇନ୍ ୧୦୯୮, ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା ୧୧୨ ଏବଂ ମହିଳା ହେଲ୍ପଲାଇନ୍ ୧୮୧ ମଧ୍ୟ ଉପଲବ୍ଧ।

ବାଲ୍ ବିବାହ ମୁକ୍ତ ଭାରତ ଅଭିଯାନ ଦୁଇ ବର୍ଷ ପୂରଣ କରୁଥିବାରୁ, ମନ୍ତ୍ରଣାଳୟ ନାଗରିକ, ସମୁଦାୟ, ଅନୁଷ୍ଠାନ ଏବଂ ସମସ୍ତ ଅଂଶୀଦାରଙ୍କୁ ବାଲ୍ୟବିବାହ ନିବାରଣକୁ ଏକ ସହଭାଗୀ ଜାତୀୟ ଦାୟିତ୍ୱ କରିବାକୁ ଅନୁରୋଧ କରିଛି। ଏବଂ ପ୍ରତ୍ୟେକ ଶିଶୁ ଶିକ୍ଷା ଗ୍ରହଣ କରିବା ଏବଂ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବା ନିଶ୍ଚିତ କରିବାକୁ ଆହ୍ୱାନ କରିଛି।

‘ବାଲ୍ ବିବାହମୁକ୍ତ ଭାରତ’ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତିମ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ପୀୟୂଷ ଗୋୟଲ

November 28, 2026

୨ ଘଣ୍ଟାରେ ରାଉରକେଲାରୁ ରାଞ୍ଚି, କେବେ ମିଳିବ ପ୍ରକଳ୍ପକୁ ମଞ୍ଜୁରୀ?

November 28, 2026

ଋତବ୍ରତ ବାନାର୍ଜୀଙ୍କ ବିରୋଧୀ ଦଳ ନେତା ପଦ ରଦ୍ଦ କଲେ ହାଇକୋର୍ଟ

November 28, 2026

ବଢ଼ୁଛି ଏଆଇର ବହୁଳ ବ୍ୟବହାର : ସଙ୍କଟରେ ୨.୪ କୋଟି ଚାକିରି

November 28, 2026
Latest News

‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

November 28, 2026

ଅନ୍ତିମ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ପୀୟୂଷ ଗୋୟଲ

November 28, 2026

୨ ଘଣ୍ଟାରେ ରାଉରକେଲାରୁ ରାଞ୍ଚି, କେବେ ମିଳିବ ପ୍ରକଳ୍ପକୁ ମଞ୍ଜୁରୀ?

November 28, 2026

ଋତବ୍ରତ ବାନାର୍ଜୀଙ୍କ ବିରୋଧୀ ଦଳ ନେତା ପଦ ରଦ୍ଦ କଲେ ହାଇକୋର୍ଟ

November 28, 2026

ଆମେରିକୀୟ ବାୟୁସେନାର ‘କ୍ଲାଉଡ୍ ୱାନ୍’ରେ ସାଇବର ଆକ୍ରମଣ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.