Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୭ତମ ଇଫିରେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’
ଆଜିର ଖବର

୫୭ତମ ଇଫିରେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’

November 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୫୭ତମ ଇଫିରେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’
୫୭ତମ ଇଫିରେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’

ଗୋଆ: ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ହାସଲ କରିଛି । ଏହା ଏହି ମହୋତ୍ସବର ସର୍ବୋଚ୍ଚ ସମ୍ମାନ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଟିୟାଗୋ ଗୁଏଡେସ୍‌। ପାଓଲୋ ବ୍ରେଙ୍କ ଏହାର ପ୍ରଯୋଜନା କରିଛନ୍ତି । ଗୋଆରେ ଅନୁଷ୍ଠିତ ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ନିର୍ଦ୍ଦେଶକ ଟିଆଗୋ ଗୁଏଡେସ୍ ଏହି ପୁରସ୍କାର ଗ୍ରହଣ କରିଥିଲେ। ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଏବଂ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଆନନ୍ଦ ଏଲ୍. ରାଏ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିଥିଲେ।

୨୦୪ ମିନିଟ୍ ଅବଧି ବିଶିଷ୍ଟ ଏହି ଚଳଚ୍ଚିତ୍ରଟି ମୁଖ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟର ବିଜୟୀ ହୋଇଛି। ୨୦୨୬ ମସିହା ମେ’ ମାସରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ପ୍ରଦର୍ଶନ ପରେ, ଏହି ଚଳଚ୍ଚିତ୍ରଟି ସାଓ ପାଉଲୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଜାକର୍ତ୍ତା ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା ।

ଚଳଚ୍ଚିତ୍ରର କାହାଣୀ ମୁତାବକ, ଏପରି ଏକ ଦୁନିଆରେ ଯେଉଁଠାରେ ଲୋକମାନେ ସେମାନଙ୍କର ଅତୀତର ସ୍ମୃତି ବିନା ନୂତନ ଭାବରେ ଆରମ୍ଭ କରନ୍ତି ସେଠାରେ ସିମୋନ୍ ନାମକ ବ୍ୟକ୍ତି ଗୋଟିଏ ଛୋଟ ପୁଅ ଡେଭିଡ୍‌କୁ ଗ୍ରହଣ କରନ୍ତି । ପିଲାଟିର ଜଣେ ମାଆ ଆବଶ୍ୟକ ବୋଲି ନିଶ୍ଚିତ ହୋଇ, ସେ ଇନେସ୍‌କୁ ପାଆନ୍ତି ଏବଂ ତିନି ଜଣ ଧୀରେ ଧୀରେ ଏକ ଅଣପାରମ୍ପରିକ ପରିବାର ଗଠନ କରନ୍ତି। ଡେଭିଡ୍‌ର କୌତୁହଳ ଏବଂ ସ୍ୱାଧୀନ ଆତ୍ମା ​​ତା’କୁ ଏପରି ଏକ ସମାଜ ଭିତରେ ଦ୍ୱନ୍ଦ୍ୱରେ ପକାଇଥାଏ। ଏହା ଅନୁକୂଳତା ଦାବି କରେ । ସିମୋନ୍ ଏବଂ ଇନେସ୍‌ଙ୍କୁ ପିତାମାତାଙ୍କ ଅନିଶ୍ଚିତତାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ପିଲାର ବ୍ୟକ୍ତିତ୍ୱକୁ ଗ୍ରହଣ କରିବା ଲାଗି ଶିଖିବାକୁ ପଡ଼ୁଛି, ଏମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି।

‘ଏକ୍ୱି’ ଇଫି ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ

November 29, 2026

ଆଜି ନଭେମ୍ବର ୨୯ ତାରିଖ ରବିବାର ଦିନ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ

November 29, 2026

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026
Latest News

୫୭ତମ ଇଫିରେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’

November 29, 2026

‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ

November 29, 2026

ଆଜି ନଭେମ୍ବର ୨୯ ତାରିଖ ରବିବାର ଦିନ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ

November 29, 2026

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.