Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ
ଆଜିର ଖବର

‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ
‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ଅଧିକ ଫିଟ୍ ଏବଂ ସୁସ୍ଥ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଡିସେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା ଫିଟ୍ ଇଣ୍ଡିଆ ‘ସାଇକେଲରେ ରବିବାର’, ଏବେ ଦେଶବ୍ୟାପୀ ଏକ ଆନ୍ଦୋଳନରେ ପରିଣତ ହୋଇଛି। ସାଇକେଲ ଚାଳନା ମାଧ୍ୟମରେ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମ ସାମିଲ କରିବାରେ ସକ୍ଷମ ହୋଇଛି। ଆଜି ଏହାର ୧୦୦ତମ ସଂସ୍କରଣ ପାଳନ ହେବାକୁ ଯାଉଛି। ଦେଶର ପ୍ରତି ଜିଲ୍ଲାରେ ସାଇକେଲ ଆଗ୍ରହୀ ଏଥିେନଇ ଉତ୍ସାହିତ ରହିଛନ୍ତି।

ଏହି ପଦକ୍ଷେପ ନୂଆଦିଲ୍ଲୀରେ ମାତ୍ର ୨୫୦ଟି ସ୍ଥାନ ଏବଂ ୫୦୦ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ, ‘ସାଇକେଲରେ ରବିବାର’  ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସମ୍ବିଧାନ ଦିବସ ବିଷୟକୁ ନେଇ ଆୟୋଜିତ ଏହାର ୯୯ତମ ସଂସ୍କରଣରେ, ଦେଶବ୍ୟାପୀ ୨୬,୦୦୦ରୁ ଅଧିକ ସ୍ଥାନରେ ଲକ୍ଷ ଲକ୍ଷ ନାଗରିକ ଅଂଶଗ୍ରହଣ କରିଥିଲେ।

ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ  କ୍ରମେ, ଏବେ ‘ସାଇକେଲରେ ରବିବାର’ ନିଜର ୧୦୦ତମ ସଂସ୍କରଣ ପାଳନ ପାଇଁ ପ୍ରସ୍ତୁତ ହେଉଛି। ‘ସାଇକେଲରେ ରବିବାର’ର ଏହି ଐତିହାସିକ ସଂସ୍କରଣ #IndiaReady4Olympics ବିଷୟକୁ ଆଧାର କରି ଭାରତରେ ଅଲିମ୍ପିକ୍ ଉତ୍ସାହକୁ ପାଳନ କରିବା ପାଇଁ ଉତ୍ସର୍ଗୀକୃତ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପୁଣେର ପିମ୍ପରି-ଚିଞ୍ଚୱାଡରୁ ୧୦୦ତମ ‘ସାଇକେଲରେ ରବିବାର’ ଉତ୍ସବର ନେତୃତ୍ୱ ନେବେ, ଯେଉଁଠାରେ ପ୍ରାୟ ୫୦,୦୦୦ ସାଇକେଲ ଚାଳକ ଏହି ଆନ୍ଦୋଳନରେ ସାମିଲ ହେବେ।

ମାଇଁ ଭାରତ ସହଭାଗିତାରେ, ଦେଶବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ଯୁବପିଢ଼ିଙ୍କ ଦ୍ୱାରା ୧୦୦ତମ ‘ସାଇକେଲରେ ରବିବାର’ ପାଳନ କରାଯିବ।

ଏହା ସହିତ, ଦେଶବ୍ୟାପୀ ୧୦୦ଟି ପ୍ରମୁଖ ପ୍ରତୀକାତ୍ମକ ସ୍ଥାନରେ ଏହି ଉତ୍ସବ ଆୟୋଜିତ ହେବ, ଯେଉଁଠାରେ ୧୦୦ ଜଣ ଭାରତୀୟ ଅଲିମ୍ପିଆନ୍ ଏକ ଫିଟ୍ ଭାରତ ଗଠନ ଦିଗରେ ସାଇକେଲ ଚଳାଇବା ପାଇଁ ଏହି ମାଇଲଖୁଣ୍ଟ ଉତ୍ସବରେ ସାମିଲ ହେବେ।

ଆଗାମୀ ସଂସ୍କରଣ ଅଲିମ୍ପିକ୍ ଆନ୍ଦୋଳନର ମୂଳରେ ଥିବା ମୂଲ୍ୟବୋଧଗୁଡ଼ିକୁ ପାଳନ କରିବ: ସୁଶାସନ ଏବଂ ସଚ୍ଚୋଟତା, ନିରପେକ୍ଷ ପ୍ରତିଯୋଗିତା ଏବଂ ଅନ୍ତର୍ଭୂକ୍ତିକରଣ, ଆଥଲେଟ୍‌ମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ, ଏବଂ ସ୍ଥିରତା ଓ ନିରାପଦ କ୍ରୀଡ଼ାର ଏକ ସ୍ଥାୟୀ ଐତିହ୍ୟ।

ଏହା କ୍ରୀଡ଼ା ନୀତି, ଆଥଲେଟ୍‌ମାନଙ୍କ ମତାମତ ଏବଂ ମହିଳା ଓ ପାରା-ଆଥଲେଟ୍‌ମାନଙ୍କ ସମେତ ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ଆଧାର କରି ଭାରତର କ୍ରୀଡ଼ା ଭବିଷ୍ୟତ ନିର୍ମାଣ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଏବଂ କ୍ରୀଡ଼ା ଓ ଫିଟନେସକୁ ଜୀବନଶୈଳୀ ଭାବେ ଗ୍ରହଣ କରିବାକୁ ଯୁବପିଢ଼ିଙ୍କୁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖେ।

ପ୍ରତିଦିନ ଅତିକମରେ ଅଧଘଣ୍ଟା ଫିଟନେସକୁ ସମର୍ପିତ କରିବା ଲକ୍ଷ୍ୟରେ, ଏହି ଆନ୍ଦୋଳନ ପ୍ରଧାନମନ୍ତ୍ରୀଙ୍କ “ଫିଟନେସ୍ କା ଡୋଜ୍, ଅଧା ଘଣ୍ଟା ରୋଜ୍” ଆହ୍ୱାନରୁ ପ୍ରେରଣା ନେଇଛି।

ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଜାତୀୟ ଆହ୍ୱାନ ଏବଂ ସାମାଜିକ ବାର୍ତ୍ତାଗୁଡ଼ିକୁ ଆଗକୁ ବଢ଼ାଇବା ଏବଂ ବ୍ୟାପକ ଜନ ଅଂଶଗ୍ରହଣ ମାଧ୍ୟମରେ ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏକ ମଞ୍ଚରେ ବିକଶିତ ହୋଇଛି।

ମୋଟାପଣ ବିରୋଧରେ ଲଢ଼େଇ, ନିଶାମୁକ୍ତ ଭାରତ, ପ୍ରଦୂଷଣର ସମାଧାନ ଭଳି ବିଷୟ ଉପରେ ଆଧାରିତ ସ୍ୱତନ୍ତ୍ର ସଂସ୍କରଣ ମାଧ୍ୟମରେ, ‘ସାଇକେଲରେ ରବିବାର’ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ତଥା  ଫିଟ୍ ଇଣ୍ଡିଆ ଓ ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ନାଗରିକମାନଙ୍କୁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛି।

ଅଲିମ୍ପିକ୍ ଆନ୍ଦୋଳନ କ୍ରୀଡ଼ା ସଂସ୍କୃତି ଫିଟ୍ ଇଣ୍ଡିଆ ସାଇକେଲରେ ରବିବାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୨୯ ତାରିଖ ରବିବାର ଦିନ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ

November 29, 2026

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026

ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ଦୁଇଦିନିଆ ‘ପ୍ରକୃତି ମେଳା

November 28, 2026
Latest News

‘ସାଇକେଲରେ ରବିବାର’: ୫୦ ହଜାର ସାଇକେଲ ଚାଳକଙ୍କ ସହ ଉତ୍ସବର ନେତୃତ୍ୱ ନେବେ କ୍ରୀଡ଼ାମନ୍ତ୍ରୀ

November 29, 2026

ଆଜି ନଭେମ୍ବର ୨୯ ତାରିଖ ରବିବାର ଦିନ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ

November 29, 2026

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026

ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ଦୁଇଦିନିଆ ‘ପ୍ରକୃତି ମେଳା

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.