Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୀନ୍‌କୁ ଏଆଇ ଚିପ୍ ଚାଲାଣ ମାମଲା: କ୍ୟାପିଟଲ୍ ହିଲରେ ଜେରା ହେବେ ଜେନସେନ୍ ହୁଆଙ୍ଗ୍
ଅନ୍ତରାଷ୍ଟ୍ରୀୟ

ଚୀନ୍‌କୁ ଏଆଇ ଚିପ୍ ଚାଲାଣ ମାମଲା: କ୍ୟାପିଟଲ୍ ହିଲରେ ଜେରା ହେବେ ଜେନସେନ୍ ହୁଆଙ୍ଗ୍

November 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Case of AI chip shipments to China: Jensen Huang to face questioning on Capitol Hill

ୱାଶିଂଟନ୍‌: ଚୀନ୍‌କୁ ଏନ୍‌ଭିଡିଆ ଏଆଇ ଚିପ୍‌ର ବ୍ୟାପକ ଚୋରା ଚାଲାଣ ଅଭିଯୋଗ ମଧ୍ୟରେ କମ୍ପାନୀର ସିଇଓ ଜେନସେନ୍ ହୁଆଙ୍ଗ୍ ଚଳିତ ସପ୍ତାହରେ ଆମେରିକା ସଂସଦର ତୀବ୍ର ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସିଇଓ ପଦରୁ ସଂକ୍ଷିପ୍ତ ବହିଷ୍କାର ଓ ତୁରନ୍ତ ପୁନଃନିଯୁକ୍ତିକୁ ନେଇ ଜାତୀୟ ସୁରକ୍ଷା ଚିନ୍ତା ବଢ଼ିଥିବା ବେଳେ ଡିସେମ୍ବର ୧ରେ ହାଉସର ତିନୋଟି କମିଟି ସମ୍ମୁଖରେ ରୁଦ୍ଧଦ୍ୱାର ସାକ୍ଷାତକାର ଏବଂ ଡିସେମ୍ବର ୩ରେ ସିନେଟ୍ ବ୍ୟାଙ୍କିଙ୍ଗ୍ କମିଟିରେ ସର୍ବସାଧାରଣ ସାକ୍ଷ୍ୟ ପ୍ରଦାନ କରିବେ ହୁଆଙ୍ଗ୍। ସିଙ୍ଗାପୁରର କମ୍ପାନୀ ‘ମେଗାସ୍ପିଡ୍‌’ ଏବଂ ଏହାର ପୂର୍ବତନ ସିଇଓ ଆଲିସ୍ ହୁଆଙ୍ଗ୍‌ଙ୍କୁ ନେଇ ଗୁଇନ୍ଦା ସନ୍ଦେହ ବଢ଼ିଥିବା ବେଳେ ଏହି ପ୍ରସଙ୍ଗରେ ରିପବ୍ଲିକାନ୍ ସାଂସଦ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମତଭେଦ ମଧ୍ୟ ଦେଖାଦେଇଛି। ହୁଆଙ୍ଗଙ୍କୁ ସିଇଓ ପଦରୁ ସଂକ୍ଷିପ୍ତ ସମୟ ପାଇଁ ବହିଷ୍କାର କରାଯିବା ଏବଂ ତୁରନ୍ତ ପୁନଃନିଯୁକ୍ତି ଦିଆଯିବା ପରେ ଏହି ଶୁଣାଣି ହେଉଛି, ଯାହା ସାଂସଦମାନଙ୍କ ମଧ୍ୟରେ ଥିବା ଜାତୀୟ ସୁରକ୍ଷା ଚିନ୍ତାକୁ ଦୂର କରିବାରେ ବିଫଳ ହୋଇଛି। ଏକ ମିଳିତ ବିବୃତ୍ତିରେ କମିଟି ଅଧ୍ୟକ୍ଷମାନେ ଜୋର ଦେଇ କହିଛନ୍ତି ଯେ ଏନ୍‌ଭିଡିଆର ଆଭ୍ୟନ୍ତରୀଣ ସମୀକ୍ଷା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରଶ୍ନଗୁଡ଼ିକୁ ସମାପ୍ତ କରେ ନାହିଁ। ଚୀନ୍ ସେନାର ବ୍ୟବହାର ପାଇଁ ଏନ୍‌ଭିଡିଆ ଏଆଇ ଚିପ୍‌ର ବ୍ୟାପକ ଚୋରା ଚାଲାଣ ଅଭିଯୋଗ ପଛର ସତ୍ୟତା ଉନ୍ମୋଚନ କରିବାକୁ ସେମାନେ ଶପଥ ନେଇଛନ୍ତି। ତେବେ ବିବାଦର କେନ୍ଦ୍ରବିନ୍ଦୁରେ ରହିଛି ସିଙ୍ଗାପୁର-ଭିତ୍ତିକ କମ୍ପାନୀ “ମେଗାସ୍ପିଡ୍‌’। ନିକଟରେ ଆମେରିକାର ବାଣିଜ୍ୟ କଳାତାଲିକାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରକାଶ, ଏହାର ପୂର୍ବତନ ସିଇଓ ଆଲିସ୍ ହୁଆଙ୍ଗ୍‌। ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଆଲିସ୍ ହୁଆଙ୍ଗ୍ ଏନଭିଡିଆ ମୁଖ୍ୟଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହିତ ଚୀନର ଜଣେ ଗୁପ୍ତଚର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ।
ତେବେ ଉଭୟ ଦଳ ପକ୍ଷରୁ ଉତ୍ତର ଜାଣିବା ପାଇଁ ହେଉଥିବା ଏହି ଚାପ କଂଗ୍ରେସର ରିପବ୍ଲିକାନ୍ ସାଂସଦ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଛି, ଯାହାଙ୍କ ପ୍ରଶାସନ ହୁଆଙ୍ଗଙ୍କୁ ଏନଭିଡିଆକୁ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିଥିବା ଖବର ରହିଛି। ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ ଜେରା ସମୟରେ ହୁଆଙ୍ଗ୍ ନିଜର ପଞ୍ଚମ ସଂଶୋଧନ ଅଧିକାରର ବ୍ୟବହାର କରନ୍ତୁ ବୋଲି ସେ ଚାହାଁନ୍ତି ନାହିଁ।

Case of AI chip shipments Jensen Huang
Share. Facebook Twitter LinkedIn Email WhatsApp Copy Link

Related Posts

ନେତାନ୍ୟାହୁ-ଆଇଜେନକୋଟ୍ ବୈଠକ ବିଫଳ: ମିଳିତ ସରକାର ନେଇ ସହମତି ଅସମ୍ଭବ

November 30, 2026

ବାଂଲାଦେଶରେ ମିଳିମିଳା ସଂକ୍ରମଣ ଉଗ୍ର : ୧,୩୮୯ ମୃତ, ୨ ଲକ୍ଷରୁ ଅଧିକ ଆକ୍ରାନ୍ତ

November 30, 2026

ଡିସେମ୍ବର ୧୬ରେ ସ୍ୱଦେଶ ଫେରିବେ ହସିନା: ବାଂଲାଦେଶରେ ବ୍ୟାପକ ହିଂସା, ଗୋପାଳଗଞ୍ଜରେ ୨ ଦିନିଆ ଲକଡାଉନ୍‌

November 30, 2026

ଜସପ୍ରିତ ବୁମରାହଙ୍କ ଲଜ୍ଜାଜନକ ରେକର୍ଡ: ୨୯୨ ବଲ୍ ପରେ ନେଲେ ୱିକେଟ୍

November 29, 2026
Latest News

ନେତାନ୍ୟାହୁ-ଆଇଜେନକୋଟ୍ ବୈଠକ ବିଫଳ: ମିଳିତ ସରକାର ନେଇ ସହମତି ଅସମ୍ଭବ

November 30, 2026

ବାଂଲାଦେଶରେ ମିଳିମିଳା ସଂକ୍ରମଣ ଉଗ୍ର : ୧,୩୮୯ ମୃତ, ୨ ଲକ୍ଷରୁ ଅଧିକ ଆକ୍ରାନ୍ତ

November 30, 2026

ଚୀନ୍‌କୁ ଏଆଇ ଚିପ୍ ଚାଲାଣ ମାମଲା: କ୍ୟାପିଟଲ୍ ହିଲରେ ଜେରା ହେବେ ଜେନସେନ୍ ହୁଆଙ୍ଗ୍

November 30, 2026

ଡିସେମ୍ବର ୧୬ରେ ସ୍ୱଦେଶ ଫେରିବେ ହସିନା: ବାଂଲାଦେଶରେ ବ୍ୟାପକ ହିଂସା, ଗୋପାଳଗଞ୍ଜରେ ୨ ଦିନିଆ ଲକଡାଉନ୍‌

November 30, 2026

ରାଜଧାନୀରେ ପୁଣି ଗ୍ୟାଙ୍ଗ୍‌ ଆତଙ୍କ! ଖଣ୍ଡାରେ ହାଣିଲେ, ବାଇକ୍‌ ଓ ଅଟୋ ଭାଙ୍ଗିଲେ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.