Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆ ମୋଟର ଯାନ ଆଇନ, ଏବେ ଗାଡି ଚଲାଉଥିବା ଲୋକ ଭାରତର ସବୁଠୁ ବଡ ଅପରାଧୀ ଓ ଟ୍ରାଫିକ ପୋଲିସ ସବୁଠୁ ବଡ ବିଚାରକ
ବିଶେଷ ଖବର

ନୂଆ ମୋଟର ଯାନ ଆଇନ, ଏବେ ଗାଡି ଚଲାଉଥିବା ଲୋକ ଭାରତର ସବୁଠୁ ବଡ ଅପରାଧୀ ଓ ଟ୍ରାଫିକ ପୋଲିସ ସବୁଠୁ ବଡ ବିଚାରକ

September 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ଏହି ଆଇନର ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି ଭାରତର ରାସ୍ତାରେ ଗାଡି ଚଲାଉଥିବା ସାଧାରଣ ଜନତାର ପକେଟ ରୁ ଟଙ୍କା ଆଦାୟ କରିବାର ଏକ ପ୍ରଶସ୍ତ ବାଟ ତିଆରି କରିବା। ଆପଣ ଯଦି ହେଲମେଟ ପିନ୍ଧିନାହାନ୍ତି ତାହେଲେ ଆପଣଙ୍କୁ ତୁରନ୍ତ ହଜାରେ ଟଙ୍କାର ଜରିମାନା ଗଣିବାକୁ ପଡିବ। ଯଦି ଟ୍ରାଫିକ ପୋଲିସଙ୍କର ହୃଦବୋଧ ହେଲା ଯେ ଆପଣ ରାସ୍ତାର ନିୟମ ଅବମାନନା କରି ଗାଡି ଚଳାଉଛନ୍ତି, ତାହେଲେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ୫୦୦ ରୁ ୧୫୦୦ ଟଙ୍କା ଗଣିବାକୁ ପଡିବ। ଏ ସମ୍ପର୍କିତ ନିୟମ ଆଦୌ ସ୍ପଷ୍ଟ ନୁହେଁ। ଆପଣ ଯଦି ଟ୍ରାଫିକ ପୋଲିସ କୁ ନିଜ ଗାଡି ବିଷୟରେ ସଠିକ ତଥ୍ୟ ଦେବାକୁ ମନା କରନ୍ତି ତାହେଲେ ସିଧା ସିଧା ଜରିମାନା ୨୦୦୦ ଟଙ୍କା। ମଦ ପିଇ ଗାଡି ଚଲାଇଲେ ୫୦୦୦ ରୁ ୧୦,୦୦୦ ଟଙ୍କା ପର୍ୟନ୍ତ ଜରିମାନା ର ବ୍ୟବସ୍ଥା ରହିଛି। ସବୁଠୁ ବିଚିତ୍ର ନିୟମ ହେଲା ଆପଣ ଯଦି ଆପଣଙ୍କ ଗାଡିର ବୀମା କରିନାହାନ୍ତି ତାହେଲେ ମଧ୍ୟ ଆପଣଙ୍କୁ ୨୦୦୦ ରୁ ୪ ହଜାର ଟଙ୍କାର ଜରିମାନା କିମ୍ବା ତିନ ମାସ ଜେଲ ହୋଇପାରେ। ବୀମା କମ୍ପାନୀକୁ ସହାୟତା ଦେବା ଲାଗି ନାଗରିକକୁ ଦଣ୍ଡିତ କରିବାର ଏ ପ୍ରକାର ଆଇନ କେବଳ ଏକ ସମ୍ବେଦନହୀନ ସରକାର ହିଁ ଲାଗୁ କରିପାରେ।

ଏଠି ପ୍ରଶ୍ନ ଉଠିପାରେ, ମୋଟର ଯାନ ଆଇନ ଦେଶରେ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରିବ ଓ ଗାଡି ଚଲାଉଥିବା ଲୋକର ନିଜ ଜୀବନର ସୁରକ୍ଷା ଲାଗି ହିଁ ଏ ଆଇନ ତିଆରି ହୋଇଛି। ଦେଶରେ ସର୍ବାଧିକ ଦୁର୍ଘଟଣା ରାସ୍ତାର ଖରାପ ଅବସ୍ଥା ଓ ଭୁଲ ରାସ୍ତା ପରିଚାଳନା ଯୋଗୁଁ ହୋଇଥାଏ। ଯେଉଁମାନେ ଆଇନକୁ ମାନନ୍ତି ନାହିଁ, ସେମାନେ ଜରିମାନା ଦେବାକୁ ମଧ୍ୟ ପଛାଣ୍ଟି ନାହିଁ। ନୂଆ ମୋଟର ଯାନ ଆଇନରେ ସରକାରୀ ଲୋଭ ଏତେ ପ୍ରବଳ ଯେ ସେଠି ଲୋକଙ୍କ ଧାନ ଜୀବନ କଥା ଚିନ୍ତା କରାଯାଇ ନାହିଁ। ଦ୍ରୁତ ଗତିରେ ଗାଡି ଚଳାଇବାକୁ ନିୟନ୍ତ୍ରଣ କରିବାକୁ ଆଇନ କରାଯାଉଥିବା ବେଳେ ଦେଶରେ ରେସିଙ୍ଗ ବାଇକର ବିକ୍ରୀକୁ ଅଧିକ ଉତ୍ସାହିତ କରାଯାଉଛି। ସେହିପରି ରାସ୍ତା ଗୁଡିକର ଅବସ୍ଥା ଏତେ ଖରାପ ଯେ ସେଥିରେ କେଉଁଠି କେହିବି ଖସି ପଡି ମରି ଯାଇପାରେ। ମୋଟର ଯାନ ଆଇନ ଭଳି ରାସ୍ତାର ଭୁଲ ପରିଚାଳନା ଲାଗି ସମ୍ପୃକ୍ତ ଅଧିକାରୀମାନେ ଦଣ୍ଡିତ ହେବେ କି?

ସଂସଦରେ ଏ ଆଇନ ଗୃହୀତ ହେଲାବେଳେ ଏହାର ଆଲୋଚନା ନିଶ୍ଚୟ ହୋଇଥିବ। ସଂପୂର୍ଣ୍ଣ ଭାବରେ ମାନବୀୟ ସମ୍ବେଦନାଶୂନ୍ୟ ଏକ ଆଇନକୁ ଏ ଦେଶର ରାଜନୈତିକ ଦଳ ଗୁଡିକ ବିରୋଧ ମଧ୍ୟ କରିନାହାନ୍ତି। ଯାହାର ପରିଣତି ସ୍ଵରୂପ ଏବେ ଗାଡି ଚଲାଉଥିବା ପ୍ରତ୍ୟେକ ଲୋକ ଭିତରେ ଏକ ଅପରାଧୀ ଓ ପ୍ରତ୍ୟେକ ଟ୍ରାଫିକ ପୋଲିସ ଏବେ ଜଜ ପାଲଟି ଯାଇଛନ୍ତି। ଏହି ଆଇନର ସବୁଠୁ ଭୟଙ୍କର ପ୍ରଭାବ ଆମେ ଦିଲ୍ଲୀରେ ଦେଖିଲୁ। ଦିନେଶ ମଦନ ନାମକ ଗୁରୁଗ୍ରାମର ଜଣେ ବ୍ୟକ୍ତି ୨୩ ହଜାର ଟଙ୍କାର ଜୋରିମାନା ଗଣିଛନ୍ତି। ୧୫ ହଜାର ଟଙ୍କାରେ କିଣିଥିବା ଏକ ପୁରୁଣା ସ୍କୁଟି ପାଇଁ ୨୩ ହଜାର ଟଙ୍କା ଦଣ୍ଡ ଗଣିବାର ଅଦ୍ଭୁତ ନିୟମ ବୋଧେ ଆମ ଦେଶରେ ହିଁ ଲାଗୁ ହୋଇପାରେ।

ତେବେ ଏ ପ୍ରକାର ନିୟମର ସମର୍ଥକ ସଂଖ୍ୟା ବି କମ ନୁହନ୍ତି। ଓଡିଶାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କ ଟୁଇଟରରେ ଲେଖିଲେ, “ଟ୍ରାଫିକ ପୋଲିସ କଣ ଜରିମାନା ଆଦାୟ ନକରି ସେ ଲୋକଙ୍କୁ କାଜୁ ବରଫି ଖାଇବାକୁ ଦେଇଥାନ୍ତା କି? “ ଭଲ କଥା, ଟ୍ରାଫିକ ପୋଲିସ ର ଏଥିରେ କି ଦୋଷ। ସେ ଆଇନକୁ କାର୍ୟକାରୀ କରୁଛି। ହେଲେ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ରାସ୍ତା ଓ ଛକକୁ ଅପରାଧ ବିଚାରର ଚୂଡାନ୍ତ ଅଦାଲତ କଲାବେଳେ ଏହାକୁ କେହି ବିରୋଧ ନକରିବା ଆଶ୍ଚର୍ୟଜନକ।

ଆଉ ଏକ ବିଚିତ୍ର ବିରୋଧାଭାସ ମଧ୍ୟ ଏ ଆଇନରେ ରହିଛି। ଯେତେବେଳେ ଦେଶରେ ଅଟୋମୋବାଇଲ ବିକ୍ରୀ ଭୟଙ୍କର ଭାବେ କମୁଛି, ସେତେବେଳେ ଗାଡି ଚାଳନା ପାଇଁ ଏକ ଅମାନବୀୟ ନିୟମ ଲାଗୁ ହେଉଛି। ଏଥିରୁ ଦେଶର ଅର୍ଥନୀତି ପ୍ରତି ଏ ସରକାର କେତେ ସଂବେଦନଶୀଳ ତାହାର ପ୍ରମାଣ ମିଳୁଛି। ଆମେ ଦେଖିଛୁ, ମଦ ପିଇ ଗାଡି ଚଲାଉଥିବା ସିନେମା ତାରକାମାନେ ଯେତେବେଳେ ସାଧାରଣ ଲୋକଙ୍କୁ ହତ୍ୟା କରନ୍ତି, ତାର ଦଣ୍ଡ କଣ ମିଳେ। ବଡ ଲୋକଙ୍କୁ ଟ୍ରାଫିକ ପୋଲିସ ସବୁବେଳେ ସଲାମ ଠୁଙ୍କି ଆସିଛି। ଆଜି  ମଧ୍ୟ ସେୟା ହେବ। ଖାଲି ମଧ୍ୟବିତ୍ତ ଓ ଗରିବ ହିଁ ଏ ଆଇନର ଶିକାର ହେବେ।

ଏହି ଆଇନକୁ ମଧ୍ୟପ୍ରଦେଶ, ପଶିମବଙ୍ଗ ଓ ରାଜସ୍ଥାନ ସରକାର ସମୀକ୍ଷା ପରେ ଯାଇ ଲାଗୁ କରିବେ ବୋଲି କହିଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଅତ୍ୟନ୍ତ ଆଜ୍ଞାବହ ଓଡିଶା ସରକାର ଏହି ଆଇନକୁ ତୁରନ୍ତ ଲାଗୁ କରିଛନ୍ତି। ଭୁବନେଶ୍ୱର ଟ୍ରାଫିକର ଉଭୟ ପାର୍ଶ୍ଵରେ ୮-୧୦ ଫୁଟର ଗାତ ଖୋଳି ଲୋକଙ୍କ ଜୀବନକୁ ବିପଦ ମୁହଁ କୁ ଠେଲୁଥିବା ସରକାର ଜରିମାନା ପାଇଁ ଚାଲାଣ କାଟିବାବେଳେ ଲଜ୍ଜିତ ହେଉନାହାନ୍ତି କେମିତି!!

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ମିଥ୍ୟା ଦାବିର ପର୍ଦ୍ଦାଫାସ: ସମସ୍ତ ୩୬ ଟି ରାଫେଲର ଟେଣ୍ଡର ଡକ୍ୟୁମେଣ୍ଟ ଜାରି କଲା ବାୟୁସେନା

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ମୋଦି ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବ କି?: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍

June 23, 2026
Latest News

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ! ୭ କଏଦୀ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.