Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀଙ୍କ ଜନ୍ମଦିନରେ ବଜାରର ବାର୍ତ୍ତା, ସେନସେକ୍ସ ସୂଚକାଙ୍କ ୭୦୦ ପଏଣ୍ଟ ଖସିଥିବା ବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୯୭
ବିଶେଷ ଖବର

ମୋଦୀଙ୍କ ଜନ୍ମଦିନରେ ବଜାରର ବାର୍ତ୍ତା, ସେନସେକ୍ସ ସୂଚକାଙ୍କ ୭୦୦ ପଏଣ୍ଟ ଖସିଥିବା ବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୯୭

September 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ସାରା ଦେଶର ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନରେ ବ୍ୟସ୍ତ ଥିବା ବେଳେ ଭାରତୀୟ ବଜାରରୁ ଦେଶର ଅର୍ଥନୀତିକୁ ନେଇ ଅତ୍ୟନ୍ତ ନୈରାଶ୍ୟଜନକ ସଙ୍କେତ ମିଳିଛି। ସୋମବାର ବିଶ୍ଵ ବଜାରରେ କଞ୍ଚା ପେଟ୍ରୋଲର ମାତ୍ରାଧିକ ଦର ବୃଦ୍ଧି କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ସୁଧୁରିବାର କୌଣସି ଆଶା ଏବେ ଦେଖା ଯାଉନାହିଁ। ଗତକାଲି ଓ ଆଜି ସେନସେକ୍ସ ୭୦୦ ପଏଣ୍ଟ ତଳକୁ ଖସି ଆସିଛି। ଏହା ବଜାରରେ ଏକ ପ୍ରକାର ନିରାଶା ର ସୂଚକ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି ଆସି ୭୧.୯୭ ରେ ପହଞ୍ଚିଛି।

ହିରୋ ମୋଟର, ଟାଟା ମୋଟର, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ, ମାରୁତି ସୁଜୁକି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବଜାଜ ଅଟୋ ଇତ୍ୟାଦି କମ୍ପାନୀର  ଶେୟାର ମୂଲ୍ୟ  ଯଥେଷ୍ଟ ଖସିଛି। ଗତ ତ୍ରୈମାସିକି ରେ ଜିଡିପି ୫% କୁ ଖସି ଆସିଥିବାରୁ ଏହାକୁ ଆସନ୍ତା ତ୍ରୈମାସିକିରେ ବଢାଇବା ଲାଗି ଭାରତ ସରକାର ବିଭିନ୍ନ ଯୋଜନା ଘୋଷଣା କରିଥିଲେ। ତେବେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ର ଦର ବୃଦ୍ଧି ଭାରତର ଜିଡିପି ଅଭିବୃଦ୍ଧିକୁ ବ୍ୟାହତ କରିବ। ଏହି ଆଶଙ୍କାରେ ବଜାରରେ ନିରାଶା ଦେଖା ଦେଇଛି।ଫିସ୍କାଲ ଡେଫିସିଟ ଓ କରେଣ୍ଟ ଏକାଉଣ୍ଟ ଡେଫିସିଟ ଉପରେ ଏହାର ପ୍ରଭାବ ପଡିବ ବୋଲି ଗତକାଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ।

ଆଜି କଞ୍ଛା ତେଲର ମୂଲ୍ୟରେ ଏକା ସାଙ୍ଗରେ ୨୦% ବୃଦ୍ଧି ଘଟିଛି। ଏହା ଗତ ୩୦ ବର୍ଷ ଭିତରେ ସବୁଠୁ ବଡ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି। ଏହାର ପ୍ରଭାବରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ୫ ରୁ ୬ ଟଙ୍କା ବଢିପାରେ। ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସରକାର ମୂଲ୍ୟ ବୃଦ୍ଧି ଯଦି ନ କରନ୍ତି ଏହା ଅର୍ଥନୀତିକୁ ଭୟଙ୍କର ସ୍ଥିତିକୁ ନେଇଯିବ।

ଇତି ମଧ୍ୟରେ ଅନ୍ୟ ଏକ ସୂଚନା ଅନୁଯାୟୀ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରୁଥିବାର ଖବର ମିଳୁଛି। ଗତ ତିନି ମାସ ଭିତରେ ପାଖାପାଖି ୪.୫ ବିଲିଅନ ଡଲାରର ବିଦେଶୀ ଅଂଶଧନ ଭାରତୀୟ ବଜାରରୁ ପ୍ରତ୍ୟାହୃତ ହୋଇଥିବାର ଖବର ବଜାରରେ ଭୟର ବାତାବରଣ ସୃଷ୍ଟି କରିଛି।

ଏତେ ସବୁ ଖବର ଭିତରେ ଆମର ମୁଖ୍ୟ ଧାରାର ଗଣମାଧ୍ୟମ କିନ୍ତୁ ମୋଦୀଙ୍କ ଜନ୍ମଦିନରେ ବିଭିନ୍ନ ଆଙ୍ଗେଲରୁ ଫଟୋ ଉଠାଇବାରେ ବ୍ୟସ୍ତ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026
Latest News

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.