Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 
ଜାତୀୟ ଖବର

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀ
Implementation of PMFBY for Kharif 2026 in Odisha

ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିଓ୍ୱାଇ) ଅଧୀନରେ ଚାଷୀମାନଙ୍କୁ ଏକ ବଡ଼ ଉପହାର ଘୋଷଣା କରିଛି। ବନ୍ୟପ୍ରାଣୀଙ୍କ ଉପଦ୍ରବ ଏବଂ ଧାନ କ୍ଷେତରେ ଜଳବନ୍ଦୀ ସମସ୍ୟା ଯୋଗୁଁ ଫସଲ କ୍ଷତି ଲାଗି କ୍ଷତିପୂରଣ ଦେବା ପାଇଁ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ନୂତନ ପ୍ରକ୍ରିୟାକୁ ଅନୁମୋଦନ କରିଛି।

ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ସ୍ଥାନୀୟ ବିପଦ ବର୍ଗ ଅଧୀନରେ ବନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଫସଲ ନଷ୍ଟକୁ ପଞ୍ଚମ ‘ଆଡ୍-ଅନ୍ କଭର’ ଭାବରେ ସ୍ୱୀକୃତି ଦିଆଯାଇଛି। ରାଜ୍ୟ ସରକାରଗୁଡ଼ିକ ବନ୍ୟପ୍ରାଣୀଙ୍କ ସୂଚୀ ଅଧିସୂଚୀତ କରିବେ ତଥା ଐତିହାସିକ ତଥ୍ୟ ଆଧାରରେ ଅତ୍ୟଧିକ ପ୍ରଭାବିତ ଜିଲ୍ଲା/ବୀମା ୟୁନିଟଗୁଡ଼ିକୁ ଚିହ୍ନଟ କରିବେ। ଚାଷୀମାନଙ୍କୁ ଫସକ୍ଷ କ୍ଷତି ସୂଚନା 72 ଘଣ୍ଟା ମଧ୍ୟରେ ଫସଲ ବୀମା ଆପ୍‌ରେ ଜିୟୋ-ଟ୍ୟାଗ ହୋଇଥିବା ଫଟୋ ସହିତ ଦାଖଲ କରିବାକୁ ହେବ।

ବିଭିନ୍ନ ରାଜ୍ୟର ଦୀର୍ଘକାଳୀନ ଦାବି ଏବଂ ଚାଷୀମାନଙ୍କୁ ଆକସ୍ମିକ, ସ୍ଥାନୀୟ ଓ ଗୁରୁତର ଫସଲ କ୍ଷତିରୁ ସୁରକ୍ଷା ଦେବା ପାଇଁ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକ୍ରିୟାଗୁଡ଼ିକୁ ପିଏମଏଫବିଓ୍ୱାଇ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଅନୁସାରେ ବୈଜ୍ଞାନିକ, ସ୍ୱଚ୍ଛ ଏବଂ ବ୍ୟବହାରିକ ଭାବରେ ଡିଜାଇନ୍ କରାଯାଇଛି ଏବଂ ଖରିଫ 2026ରୁ ସାରା ଦେଶରେ କାର୍ଯ୍ୟକାରୀ କରାଯିବ।

ହାତୀ, ଜଙ୍ଗଲି ଘୁଷୁରୀ, ନୀଳଗାଈ, ହରିଣ ଏବଂ ମାଙ୍କଡ଼ ଭଳି ବନ୍ୟ ପ୍ରାଣୀଙ୍କ ଆକ୍ରମଣ ଯୋଗୁଁ ସାରା ଦେଶର ଚାଷୀମାନେ ଦୀର୍ଘ ଦିନ ଧରି ଫସଲ କ୍ଷତିର ସମ୍ମୁଖୀନ ହୋଇଆସୁଛନ୍ତି। ବିଶେଷକରି ବନାଞ୍ଚଳ, ଜଙ୍ଗଲ କରିଡର ଏବଂ ପାହାଡିଆ ଅଞ୍ଚଳ ନିକଟରେ ରହୁଥିବା ଚାଷୀମାନେ ପ୍ରାୟତଃ ଏହି ସମସ୍ୟାର ସାମ୍ନା କରିଥା’ନ୍ତି। ଏପର୍ଯ୍ୟନ୍ତ, ଫସଲ ବୀମା ଯୋଜନା ଦ୍ୱାରା ଏପରି କ୍ଷତିକୁ କଭର କରାଯାଇ ନଥିଲା, ଯାହା ଫଳରେ ସେମାନେ ଯଥେଷ୍ଟ ଆର୍ଥିକ କ୍ଷତି ସହିଥା’ନ୍ତି। ଅନ୍ୟପକ୍ଷରେ, ଉପକୂଳ ଓ ବନ୍ୟାପ୍ରବଣ ଅଞ୍ଚଳର ଧାନ ଚାଷୀମାନେ ବର୍ଷା ଯୋଗୁଁ ଜଳବନ୍ଦୀ ଏବଂ ନଦୀ ଓ ଝରଣାରେ ବଢ଼ି ପାଣି ଆସିବା କାରଣରୁ ପ୍ରଚୁର କ୍ଷତି ସହିଥା’ନ୍ତି । ୨୦୧୮ରେ ସ୍ଥାନୀୟ ବିପର୍ଯ୍ୟୟ ବର୍ଗରୁ ଏହି ବିପଦକୁ ବାଦ ଦେବା ପରେ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବଧାନ ସୃଷ୍ଟି ହୋଇଥିଲା।

ଏହି ପରିବର୍ତ୍ତିତ ଆହ୍ୱାନଗୁଡ଼ିକୁ ଦୃଷ୍ଟିରେ ରଖି, କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଏକ ବିଶେଷଜ୍ଞ କମିଟି ଗଠନ କରିଛି। କମିଟିର ରିପୋର୍ଟକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଅନୁମୋଦନ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ, ସ୍ଥାନୀୟ ସ୍ତରରେ ଫସଲ କ୍ଷତି ସହୁଥିବା ଚାଷୀମାନେ ଏବେ ପିଏମଏଫବିଓ୍ୱାଇ ଅଧୀନରେ ସମୟୋଚିତ ଓ ପ୍ରଯୁକ୍ତିବିଦ୍ୟା ଆଧାରିତ ଦାବି ସମାଧାନର ଲାଭ ପାଇବେ।

ନୂଆ ବ୍ୟବସ୍ଥା ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଉତ୍ତରାଖଣ୍ଡ ସମେତ ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ସିକିମ ଓ ହିମାଚଳ ପ୍ରଦେଶ ଭଳି ହିମାଳୟ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଚାଷୀମାନଙ୍କୁ ସର୍ବାଧିକ ଲାଭ ଦେବ, ଯେଉଁଠାରେ ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ କ୍ଷତି ଏକ ପ୍ରମୁଖ ଆହ୍ୱାନ ପାଲଟିଥାଏ।

ଧାନ ଫସଲ ଜଳବନ୍ଦୀ ହେବା ସମସ୍ୟାକୁ ସ୍ଥାନୀୟ ବିପର୍ଯ୍ୟୟ ବର୍ଗରେ ପୁନଃ ସାମିଲ କରିବା ଦ୍ୱାରା ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡ ଭଳି ଉପକୂଳବର୍ତ୍ତୀ ଓ ବନ୍ୟାପ୍ରବଣ ରାଜ୍ୟଗୁଡ଼ିକର ଚାଷୀମାନେ ସିଧାସଳଖ ଲାଭ ପାଇବେ, ଯେଉଁଠାରେ ପ୍ରତିବର୍ଷ ଜଳବନ୍ଦୀ କାରଣରୁ ବାରମ୍ବାର ଧାନ ଫସଲ କ୍ଷତି ଘଟୁଛି।

ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ କ୍ଷତି ଏବଂ ଧାନ ଫସଲ ଜଳବନ୍ଦୀ ହେବା ଉଭୟ ସମସ୍ୟାକୁ ସାମିଲ କରିବା ଦ୍ୱାରା ପିଏମଏଫବିୱାଇ ଅଧିକ ସମାବେଶୀ, ପ୍ରତିକ୍ରିୟାଶୀଳ ଏବଂ ଚାଷୀ ଅନୁକୂଳ ହୋଇଛି, ଯାହା ଭାରତର ଫସଲ ବୀମା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ​​ଓ ସ୍ଥିର କରିବାରେ ସାହାଯ୍ୟ କରିବ।

ଧାନ ଜଳବନ୍ଦୀ ପିଏମଏଫବିଓ୍ୱାଇ ବନ୍ୟପ୍ରାଣୀଙ୍କ ଉପଦ୍ରବ ବିପର୍ଯ୍ୟୟ ବର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.