Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବର ମହାଗଣିତ
ବିଶେଷ ଖବର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବର ମହାଗଣିତ

September 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ରେ ଭୋଟ୍‌ ଗଣତି ହେବ ବୋଲି ଘୋଷଣା ହୋଇଛି । ନିର୍ବାଚନରେ ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସଫଳତା ନେଇ ଉଭୟ ଆଶାବାଦୀ ଅଛନ୍ତି । ଅନ୍ୟପକ୍ଷରେ ଲୋକସଭା ନିର୍ବାଚନର ମନୋମାଳିନ୍ୟକୁ ଭୁଲି ଏକାଠି ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ଏବଂ ଏନ୍‌ସିପି ।

୨୮୮ ଆସନ ମଧ୍ୟରୁ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୧୨୨ ଆସନ ଅକ୍ତିଆର କରିଥିଲା । ସହଯୋଗୀ ଦଳ ଶିବସେନା ୬୩ ଟି ଆସନ ଅକ୍ତିଆର କରିଥିଲା । ମାତ୍ର ଲୋକସଭା ନିର୍ବାଚନରେ ବିଜେପିର ସଫଳତା ପରେ ଆସନ ବୁଝାମଣା ନେଇ ଉଭୟ ଦଳ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ଦଳ ମଧ୍ୟରେ ସମାନ ସଂଖ୍ୟକ ଆସନ ବଣ୍ଟନ ନେଇ ଚୁକ୍ତି ହୋଇଥିଲା । ସହଯୋଗୀ ଦଳଙ୍କୁ ୧୮ ଆସନ ପ୍ରଦାନ ପରେ ଉଭୟ ଦଳ ୧୩୫ଟି ଲେଖାଏଁ ଆସନରେ ଲଢିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ବିଜେପି ୧୫୦ ଏବଂ ସେନାକୁ ୧୨୦ ଆସନ ନେଇ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ମେଣ୍ଟର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି କଂଗ୍ରେସ ୨୦୧୪ ବିଧାନସଭା ନିର୍ବାଚନରେ ୪୨ ଆସନ ହାସଲ କରିଥିବା ବେଳେ ନ୍ୟାସଲାସିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ମାତ୍ର ୪୧ ଆସନ ହାସଲ କରିବାରେ ସକ୍ଷମ ହୋଇଛି । ନିର୍ବାଚନରେ ସମୁଦାୟ ୬୪ ପ୍ରତିଶତ ଭୋଟିଂ ହୋଇଥିଲା । ସମୁଦାୟ ଭୋଟର ୨୭.୮ ପ୍ରତିଶତ ବିଜେପି ଖାତାକୁ ଯାଇଥିବା ବେଳେ ଶିବସେନାକୁ ୧୯.୩ ପ୍ରତିଶତ, କଂଗ୍ରେସକୁ ୧୮ ପ୍ରତିଶତ ଏବଂ ଏନ୍‌ସିପିକୁ ୧୭.୨ ପ୍ରତିଶତ ଭୋଟ ମିଳିଛି । ୨୦୧୪ ନିର୍ବାଚନରେ କେବଳ ବିଜେପି ଏବଂ ଶିବସେନାର ଭୋଟ ପ୍ରତିଶତ ବଢିଥିବା ବେଳେ କଂଗ୍ରେସ ଏବଂ ଏନ୍‌ସିପିର ଭୋଟ ଆଶାତୀତ ଭାବରେ ହ୍ରାସ ପାଇଥିଲା ।

ମହାରାଷ୍ଟ୍ରରେ ୨୮୮ ଆସନ ରହିଥିବା ବେଳେ ଆଞ୍ଚଳିକ ଭିନ୍ନତା ଅନୁଯାୟୀ ଏହି ଅଞ୍ଚଳକୁ 6 ଭାଗରେ ବିଭକ୍ତ କରାଯାଇଛି । ପଶ୍ଚିମ ମହାରାଷ୍ଟ୍ର, ବିଦର୍ଭ, ମରାଠାଓ୍ବାଡା, କୋଙ୍କଣ, ମୁମ୍ବାଇ ଏବଂ ଉତ୍ତର ମହାରାଷ୍ଟ୍ର ଭଳି ୬ ଭାଗରେ ମହାରାଷ୍ଟ୍ରକୁ ବିଭକ୍ତ କରାଯାଇଛି । ପଶ୍ଚିମ ମହାରାଷ୍ଟ୍ରରେ ୭୧ ଆସନ ମଧ୍ୟରୁ ବିଜେପିକୁ ୨୪ଟି ଆସନ ମିଳିଥିବା ବେଳେ ଶିବସେନାକୁ ୧୩ଟି ଆସନ, କଂଗ୍ରେସକୁ ୧୦ଟି ଏବଂ ଏନ୍‌ସିପିକୁ ୧୯ଟି ଆସନ ମିଳିଥିଲା । ବିଦର୍ଭରେ ବିଜେପି ବାଜିମାତ କରିଥିଲା । ସମୁଦାୟ ୬୨ ଆସନରୁ ବିଜେପି ଏକାକୀ ୪୪ ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା ୪ଟି ଆସନ, କଂଗ୍ରେସ ୧୦ ଏବଂ ଏନ୍‌ସିପିକୁ ଗୋଟିଏ ଆସନ ମିଳିଥିଲା । ମରାଠାଓ୍ବାଡାରେ ସମୁଦାୟ ୪୬ ଆସନରୁ ୧୫ଟିରେ ବିଜେପି ବିଜୟୀ ହୋଇଥିବା ବେଳେ, ସେନାକୁ ୧୧ , କଂଗ୍ରେସକୁ ୯ ଏବଂ ଏନ୍‌ସିପିକୁ ୮ ଟି ଆସନ ମିଳିଥିଲା । ଉତ୍ତର ମହାରାଷ୍ଟ୍ରରେ ୩୫ ଆସନ ମଧ୍ୟରୁ ବିଜେପି ୧୪ ଆସନରେ ବିଜୟୀ ହୋଇଥିବା ବେଳେ, ଶିବସେନା ଓ କଂଗ୍ରେସ ୭ଟି ଲେଖାଏଁ ଆସନ ଏବଂ ଏନ୍‌ସିପିକୁ ୫ଟି ଆସନ ମିଳିଥିଲା । ମୁମ୍ବାଇର ୩୬ ଆସନ ମଧ୍ୟରୁ ବିଜେପି ୧୫ ଏବଂ ଶିବସେନାକୁ ୧୪ ଏବଂ କଂଗ୍ରେସକୁ ୫ଆସନ ମିଳିଥିବା ବେଳେ ଏନ୍‌ସିପି ଖାତା ଖୋଲି ପାରିନଥିଲା । କୋଙ୍କଣ ଇଲାକାରେ ୩୯ ଆସନରୁ ବିଜେପିକୁ ୧୦, ଶିବସେନାକୁ ୧୪, କଂଗ୍ରେସକୁ ୧ ଏବଂ ଏନ୍‌ସିପିକୁ ୮ଟି ଆସନ ମିଳିଥିଲା ।

ମହାରାଷ୍ଟ୍ରରେ କେବଳ ବସନ୍ତ ରାଓ ନାୟକ କ୍ରମାଗତ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିବା ବେଳେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏହି ସୌଭାଗ୍ୟ ହାସଲ କରି ନାହାନ୍ତି । ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଫଡନ୍‌ବିସ୍‌ଙ୍କ ନିକଟରେ ରେକର୍ଡ କରିବାର ସୁଯୋଗ ରହିଛି । ମହାରାଷ୍ଟ୍ରରେ ସର୍ବଦା ଗୋଟିଏ ସରକାରରେ ଏକାଧିକ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ପ୍ରଥମ ଥର ପାଇଁ ଏକ ସ୍ଥିର ସରକାର ଦେଖିବାକୁ ମିଳିଥିଲା । ପୂର୍ବଥରର ଭୋଟ ପ୍ରତିଶତ ଏବଂ ନିକଟରେ ସମାପିତ ଲୋକସଭା ନିର୍ବାଚନରେ ପ୍ରଦର୍ଶନ ଦେଖିଲେ ଏନ୍‌ଡିଏ ମେଣ୍ଟ, ସରକାର ଗଠନର ଦୃଢ ଦାବିଦାର। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ଏବଂ ଅର୍ଥନୀତିରେ ଅବନତି କାରଣରୁ ବର୍ତ୍ତମାନଠାରୁ କିଛି ପୂର୍ବାନୂମାନ କରି ହେବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.