ସମୀକ୍ଷା ବ୍ୟୁରୋ
ଆଜି ହେଉଛି ପବିତ୍ର ମହାଳୟା। ଏହିଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରି ପିଣ୍ଡଦାନ କରାଯାଇଥାଏ। ସେଥିପାଇଁ ଆଜି ପୁରୀ ଜଗନ୍ନାଥ ମନ୍ଦିରୀ ଏବଂ ଭୁବନେଶ୍ବରର ବିନ୍ଦୁ ସାଗରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନ ସକାଳୁ ସକାଳୁ ସ୍ନାନାଦି କାର୍ଯ୍ୟ ଶେଷ କରି ବିନ୍ଦୁ ସାଗରେ କୂଳରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି। ବିଶ୍ବାସ ରହିଛି ଏହି ଦିନ ପିତୃପୁରୁଷମାନେ ଧରାଧାମକୁ ଆସିଥାନ୍ତି। ସେଥିପାଇଁ ସେମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରି ସନ୍ତୁଷ୍ଠ କରାଯାଇଥାଏ। ଏହାଦ୍ବାରା ପିତୃପୁରୁଷମାନେ ଆର୍ଶିବାଦ କରିଥାନ୍ତି ବୋଲି ବିଶ୍ବାସ ରହିଛି। ସାଧାରଣତଃ ମହାଳୟା ଶ୍ରାଦ୍ଧ ଘରର ବରିଷ୍ଠ ବ୍ୟକ୍ତି ପ୍ରଦାନ କରି ପିତୃପୁରୁଷଙ୍କୁ ସନ୍ତୁଷ୍ଠ କରାଇଥାନ୍ତି। ଭୁବନେଶ୍ବରର ବିନ୍ଦୁ ସାଗର କୂଳରେ ଭକ୍ତମାନେ ଧାଡି ବାନ୍ଧି ଶ୍ରାଦ୍ଧ ଦେଉଥିବାର ପରିଲକ୍ଷିତ ହୋଇଛି। ଅନ୍ୟପଟେ ପୁରୀରେ ମଧ୍ୟ ବେଶ୍ ଭିଡ ପରିଲକ୍ଷିତ ହୋଇଛି। ସେଠାରେ ମଧ୍ୟ ଭକ୍ତମାନେ ପିତୃପୁରୁଷଙ୍କ ସନ୍ତୁଷ୍ଠି ପାଇଁ ବାଇଶି ପାହାଚରେ ଶ୍ରାଦ୍ଧ ଦେଇଛନ୍ତି।