ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ ୨ ରାଜ୍ୟ ଗସ୍ତ କରିବେ । ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଟ୍ରିବ୍ୟୁନାଲରେ ନିଷ୍ପତି ନିଆଯାଇଛି ବୋଲି ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି । ଆଜି ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ । ଏହା ସହ ଆଜି ମହାନଦୀ ଜଳ ବିବାଦକୁ ନେଇ ହୋଇଥିବା ଶୁଣାଣୀରେ ଉଭୟ ରାଜ୍ୟ ବୈଷୟିକ ଟିମ ୨ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଛତିଶଗଡ଼ରେ ପ୍ରକଳ୍ପର ସମୀକ୍ଷା ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୨ ଯାଏ ଯିବେ ଓଡ଼ିଶା ଟିମ୍ର ଛତିଶଗଡ଼ ଗସ୍ତ କରିବ । ନଭେମ୍ବର ୧୭ରୁ ୧୯ ଯାଏ ଓଡ଼ିଶାରେ ସମୀକ୍ଷା କରିବ ଛତିଶଗଡ଼ ଟିମ୍ । ଉଭୟ ରାଜ୍ୟ ପରସ୍ପରର ପ୍ରକଳ୍ପ ଦେଖିବା ପରେ ପ୍ରସ୍ତୁତ ହେବ ଯୁଗ୍ମ ରିପୋର୍ଟ । ଏହା ସରିବା ପରେ ଚୂଡ଼ାନ୍ତ ରାୟ ଦିଆଯିବ । ତେଣୁ ଆସନ୍ତା ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।