Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  
ବିଶେଷ ଖବର

ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  

October 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  
  • କେଦାର ମିଶ୍ର

ଅର୍ଥନୀତି ପଢିଥିବା ଲୋକେ  ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଆଧାରରେ ଆସନ୍ତା ୨୧ ରେ ହେବାକୁ ଥିବା ଉପ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗର ରଣନୀତି ଭିତରେ ବିଶେଷ କିଛି ଫରକ ନଥିବା ବେଳେ ଏହି ଉପ ନିର୍ବାଚନରେ ବିଜେପି ଅନେକଟା ଶିଥିଳ ହୋଇ ପଡିଛି। ବୋଧହୁଏ ଗତ ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ହତାଶ ହୋଇଛି ନିଶ୍ଚୟ!! ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସ୍ଥାନୀୟ ନେତାଙ୍କ ଉପରେ ଭରସା ନରଖି ବିଜୁ ଜନତା ଦଳରୁ ବହିଷ୍କୃତ  ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦରେ ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ଓ ବରିଷ୍ଠ ବିଜେପି ନେତା ଗୌରହରି ମିଶ୍ର ଦଳ ଛାଡିଥିଲେ। ଯାହାର ପରିଣାମ ବିଜେପିକୁ ଭୋଗିବାକୁ ପଡିଲା।

ଏବେ ଉପ ନିର୍ବାଚନ ହେବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି ଅଛି। ସେହି ସମୟର ରାଜନୈତିକ ବାସ୍ତବତା ଅନୁଯାୟୀ, ବିଜେପୁରରେ ବିଜେପି ଲାଗି ଯେଉଁମାନେ ସହଯୋଗୀ ସାବ୍ୟସ୍ତ ହୋଇଥାନ୍ତେ ସେଥିରୁ ଅଧିକାଂଶ ବିଜେଡି ଶିବିରରେ ବହୁ ଆଗରୁ ମିଶି ସାରିଛନ୍ତି। ବାସ୍ତବରେ ଯେଉଁମାନେ ଏକଦା ବିଜେପୁରରେ ବିଜେପିର ମଙ୍ଗ ସମ୍ଭାଳୁଥିଲେ, ସେମାନେ ମଧ୍ୟ ଏବେ ବିଜେଡିରେ ମିଶି ସାରିଛନ୍ତି। ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେପୁର ମଇଦାନରେ ବିଜେଡି ନିଜକୁ ଅଧିକ ଶକ୍ତିଶାଳୀ କରିଛି। ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ଏବେ ବିଜେଡି ଶିବିରର କାମ କରୁଛନ୍ତି। ତେଣୁ ବିଜେପି ସେଠି ଚାହିଁଲେ ମଧ୍ୟ ଭଲ ଲଢେଇ ଦେଇ ପାରିବ ନାହିଁ।

ଆପାତତଃ ବିଜେପୁର ଉପ ନିର୍ବାଚନରେ ଜୟ ପରାଜୟ ଆଉ ପ୍ରଶ୍ନ ହୋଇ ରହିନାହିଁ। ପ୍ରଶ୍ନ ହେଉଛି ବିଜେଡି କେତେ ଅଧିକ ଭୋଟ ବ୍ୟବଧାନରେ ଜିତିବ। ଗତ ଦୁଇଟି ନିର୍ବାଚନ ତୁଳନାରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କର ଭୋଟ ବ୍ୟବଧାନ ବଢିବ ନା କମିବ, ଏବେ ତାହା ହିଁ ସବୁଠୁ ବଡ ଚର୍ଚ୍ଚା। କେହି କହୁନାହାନ୍ତି ଯେ, ବିଜେପୁରରେ କଡା ମୁକାବିଲା ହେବ ବା ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ସେଠି ଜିତି ଯାଇପାରନ୍ତି।

ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ ବୋଲି ଏକ ପ୍ରକାର ଦୃଢ ଧାରଣା ତିଆରି ହେବା ପଛରେ ବିଜେଡ଼ିର ନିଜସ୍ଵ ସଂଗଠନ ଅପେକ୍ଷା ବିଜେପିର ଅସ୍ତ୍ରତ୍ୟାଗ, ଏକ ବଡ କାରଣ। ବିଜେପି ସେଠାରେ ନାମକୁ ମାତ୍ର ନିର୍ବାଚନ ଲଢିଲା ପରି ମନେ ହେଉଛି। ବିଜେପିର ପ୍ରଚାରରେ ସେମିତି କିଛି ଆନ୍ତରିକତା ନାହିଁ। ଅବଶ୍ୟ ପାଟକୁରାରେ ମଧ୍ୟ ବିଜେପି ଜାଣିଶୁଣି ନିଜକୁ ପ୍ରଚାର ବିମୁଖ କରି ରଖିଥିଲା। ଗୋଟିଏ ରାଜ୍ୟସଭା ଆସନ ବଦଳରେ ବିଜେଡ଼ିକୁ ଦୁଇଟି ବିଧାନସଭା ଆସନ ଛାଡି ଦେବାକୁ ବିଜେପି ଏକ ରକମ ବାଧ୍ୟ।

ଏବେ ଯାହା ଶୁଣା ଯାଉଛି, ଆଗାମୀ ଦିନରେ ଆଉ ଗୋଟିଏ କିମ୍ବା ଦୁଇଟି ରାଜ୍ୟସଭା ଆସନ ବିଜେପିକୁ ଦେବାରେ ବିଜେଡି କାର୍ପଣ୍ୟ କରିବ ନାହିଁ। ତାହାରି ପ୍ରତିବଦଳରେ ଓଡିଶା ରାଜନୀତିରେ ବିଜେପି ନିଜକୁ ନିୟନ୍ତ୍ରିତ କରି ରଖିବାକୁ ବାଧ୍ୟ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଶତାଧିକ ସାହିତ୍ୟକ, ଲେଖକ, କବି ଓ ମୁରବୀ ସାମିଲ

October 12, 2025

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025

ନିଜ ପ୍ରାର୍ଥୀ ବିଜେପି ପଳାଇଯିବା ପରେ ଅଡୁଆରେ ବିଜେଡି, ନୂଆ ଚେହେରା ଖୋଜିବାକୁ ନୂଆପଡା ଗଲେ ଏକ ଟିମ୍

October 12, 2025

ଚୂଡ଼ାନ୍ତ ହେଲା ବିହାରର ଏନଡିଏରେ ଆସନ ବଣ୍ଟନ ନିଷ୍ପତ୍ତି: ଜାଣନ୍ତୁ କିଏ କେତେ ଆସନରେ ଲଢ଼ିବ?

October 12, 2025
Latest News

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025

Jio Agentic AI: ଛୋଟ ଦୋକାନୀଙ୍କୁ ସହାୟକ ହେବ ‘ଜିଓ ଏଜେଣ୍ଟିକ ଏଆଇ ଆସିଷ୍ଟାଣ୍ଟ’, ଜାଣନ୍ତୁ ଏହା କଣ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.