Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  
ବିଶେଷ ଖବର

ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  

October 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  
  • କେଦାର ମିଶ୍ର

ଅର୍ଥନୀତି ପଢିଥିବା ଲୋକେ  ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଆଧାରରେ ଆସନ୍ତା ୨୧ ରେ ହେବାକୁ ଥିବା ଉପ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗର ରଣନୀତି ଭିତରେ ବିଶେଷ କିଛି ଫରକ ନଥିବା ବେଳେ ଏହି ଉପ ନିର୍ବାଚନରେ ବିଜେପି ଅନେକଟା ଶିଥିଳ ହୋଇ ପଡିଛି। ବୋଧହୁଏ ଗତ ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ହତାଶ ହୋଇଛି ନିଶ୍ଚୟ!! ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସ୍ଥାନୀୟ ନେତାଙ୍କ ଉପରେ ଭରସା ନରଖି ବିଜୁ ଜନତା ଦଳରୁ ବହିଷ୍କୃତ  ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦରେ ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ଓ ବରିଷ୍ଠ ବିଜେପି ନେତା ଗୌରହରି ମିଶ୍ର ଦଳ ଛାଡିଥିଲେ। ଯାହାର ପରିଣାମ ବିଜେପିକୁ ଭୋଗିବାକୁ ପଡିଲା।

ଏବେ ଉପ ନିର୍ବାଚନ ହେବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି ଅଛି। ସେହି ସମୟର ରାଜନୈତିକ ବାସ୍ତବତା ଅନୁଯାୟୀ, ବିଜେପୁରରେ ବିଜେପି ଲାଗି ଯେଉଁମାନେ ସହଯୋଗୀ ସାବ୍ୟସ୍ତ ହୋଇଥାନ୍ତେ ସେଥିରୁ ଅଧିକାଂଶ ବିଜେଡି ଶିବିରରେ ବହୁ ଆଗରୁ ମିଶି ସାରିଛନ୍ତି। ବାସ୍ତବରେ ଯେଉଁମାନେ ଏକଦା ବିଜେପୁରରେ ବିଜେପିର ମଙ୍ଗ ସମ୍ଭାଳୁଥିଲେ, ସେମାନେ ମଧ୍ୟ ଏବେ ବିଜେଡିରେ ମିଶି ସାରିଛନ୍ତି। ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେପୁର ମଇଦାନରେ ବିଜେଡି ନିଜକୁ ଅଧିକ ଶକ୍ତିଶାଳୀ କରିଛି। ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ଏବେ ବିଜେଡି ଶିବିରର କାମ କରୁଛନ୍ତି। ତେଣୁ ବିଜେପି ସେଠି ଚାହିଁଲେ ମଧ୍ୟ ଭଲ ଲଢେଇ ଦେଇ ପାରିବ ନାହିଁ।

ଆପାତତଃ ବିଜେପୁର ଉପ ନିର୍ବାଚନରେ ଜୟ ପରାଜୟ ଆଉ ପ୍ରଶ୍ନ ହୋଇ ରହିନାହିଁ। ପ୍ରଶ୍ନ ହେଉଛି ବିଜେଡି କେତେ ଅଧିକ ଭୋଟ ବ୍ୟବଧାନରେ ଜିତିବ। ଗତ ଦୁଇଟି ନିର୍ବାଚନ ତୁଳନାରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କର ଭୋଟ ବ୍ୟବଧାନ ବଢିବ ନା କମିବ, ଏବେ ତାହା ହିଁ ସବୁଠୁ ବଡ ଚର୍ଚ୍ଚା। କେହି କହୁନାହାନ୍ତି ଯେ, ବିଜେପୁରରେ କଡା ମୁକାବିଲା ହେବ ବା ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ସେଠି ଜିତି ଯାଇପାରନ୍ତି।

ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ ବୋଲି ଏକ ପ୍ରକାର ଦୃଢ ଧାରଣା ତିଆରି ହେବା ପଛରେ ବିଜେଡ଼ିର ନିଜସ୍ଵ ସଂଗଠନ ଅପେକ୍ଷା ବିଜେପିର ଅସ୍ତ୍ରତ୍ୟାଗ, ଏକ ବଡ କାରଣ। ବିଜେପି ସେଠାରେ ନାମକୁ ମାତ୍ର ନିର୍ବାଚନ ଲଢିଲା ପରି ମନେ ହେଉଛି। ବିଜେପିର ପ୍ରଚାରରେ ସେମିତି କିଛି ଆନ୍ତରିକତା ନାହିଁ। ଅବଶ୍ୟ ପାଟକୁରାରେ ମଧ୍ୟ ବିଜେପି ଜାଣିଶୁଣି ନିଜକୁ ପ୍ରଚାର ବିମୁଖ କରି ରଖିଥିଲା। ଗୋଟିଏ ରାଜ୍ୟସଭା ଆସନ ବଦଳରେ ବିଜେଡ଼ିକୁ ଦୁଇଟି ବିଧାନସଭା ଆସନ ଛାଡି ଦେବାକୁ ବିଜେପି ଏକ ରକମ ବାଧ୍ୟ।

ଏବେ ଯାହା ଶୁଣା ଯାଉଛି, ଆଗାମୀ ଦିନରେ ଆଉ ଗୋଟିଏ କିମ୍ବା ଦୁଇଟି ରାଜ୍ୟସଭା ଆସନ ବିଜେପିକୁ ଦେବାରେ ବିଜେଡି କାର୍ପଣ୍ୟ କରିବ ନାହିଁ। ତାହାରି ପ୍ରତିବଦଳରେ ଓଡିଶା ରାଜନୀତିରେ ବିଜେପି ନିଜକୁ ନିୟନ୍ତ୍ରିତ କରି ରଖିବାକୁ ବାଧ୍ୟ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.