ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି।
‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ସମସ୍ତ ସହାୟତା ପାଇଁ ଆଶ୍ୱାସନା ଦେଇଛି।
ଏନଡିଆରଏଫ ଏବଂ ଏସଡିଆରଏଫ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି। ଏହାର ପ୍ରଭାବ ଏବଂ ଆବଶ୍ୟକ ସହାୟତା ଆକଳନ କରିବା ପାଇଁ ଖୁବ୍ ଶୀଘ୍ର ଆଇ.ଏମ୍.ସି.ଟି. ଗୁଡ଼ିକୁ ପଠାଯିବ। ଭାରତ ସରକାର ଦୃଢ଼ ପ୍ରତିବଦ୍ଧତାର ସହ ଲୋକଙ୍କ ନିକଟରେ ଠିଆ ହୋଇଛନ୍ତି ।


