Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ମହାନଦୀକୁ ଶୁଖିଲା ହେବାକୁ ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବ୍ୟବସାୟ

ମହାନଦୀକୁ ଶୁଖିଲା ହେବାକୁ ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

May 16, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର:  ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି  ଆରମ୍ଭ ହୋଇଛି। ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଢ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମହାନଦୀ ସୁରକ୍ଷା  ଅଭିଯାନ ଆରମ୍ଭ କରି କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା, ସେ ଆମର ମା। ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ। ଏହା କେବଳ ବିଜେଡିର ଅଭିଯାନ ନୁହେଁ, ଏହା ସମଗ୍ର ଓଡ଼ିଶାବାସୀଙ୍କ ଅଭିଯାନ ବୋଲି କହି ମୁଖ୍ୟମନ୍ତ୍ରୀ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଆଜି  ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ  ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର  ସମାଲୋଚନା କରିବାସ ସହିତ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲିି କହିଛନ୍ତି। ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଯଦି ଓଡ଼ିଶାର ବିଜେପି ନେତାଙ୍କର ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ କାଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଖୋଲା ଆହ୍ଵାନ ଦେଇଛନ୍ତି।

ଏହି ସମାବେଶରେ ସାଂସଦ ସୌମରଞ୍ଜନ ପଟ୍ଟନାୟକ ଭାଷଣ ଦେଇ  କହିଥିଲେ ଯେ ମହାନଦୀର ଉପରମୁଣ୍ଡରେ  ଅଛି ବୋଲିି ଛତିଶଗଡ଼ ଏହାକୁ କବଜା କରି ଓଡ଼ିଶାକୁ ତାର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ କରିବାକୁ ଚାହୁଁଛି। ମାତ୍ର ଓଡ଼ିଶାବାସୀ ଛତିଶଗଡ଼ର ଏପରି କାର୍ଯ୍ୟକୁ  କେବେ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ   ମନ୍ତ୍ରୀ ସୂର୍ଯ୍ୟ ନାରାୟାଣ ପାତ୍ର, ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା,  ପୂର୍ବତନ ବିଧାୟକ ଅନୂୁପ ସାହା ପ୍ରମୂଖ  ନିଜ ନିଜର ବକ୍ତବ୍ୟ ରଖିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ଆପଣଙ୍କୁ କେବଳ ଭଏସ୍ ପ୍ଲାନ୍ ଆବଶ୍ୟକ କି?: ଜାଣନ୍ତୁ ସର୍ବୋତ୍ତମ ଯୋଜନା

July 9, 2026

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

July 9, 2026
Latest News

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ମଦ୍ୟପ ଯୁବକର ଫାଉଡ଼ା ମାଡରେ ବୃଦ୍ଧଙ୍କ ମୃତ୍ୟୁ

July 9, 2026

ରେଳଯାତ୍ରୀଙ୍କ ଚୋରି ଅଳଙ୍କାର ଉଦ୍ଧାର: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

July 9, 2026

ଆପଣଙ୍କୁ କେବଳ ଭଏସ୍ ପ୍ଲାନ୍ ଆବଶ୍ୟକ କି?: ଜାଣନ୍ତୁ ସର୍ବୋତ୍ତମ ଯୋଜନା

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.