Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଏଟିଏମ୍‌ ଟଙ୍କା ଉଠାଣରେ ଲାଗିବନି ଜିଏସ୍‌ଟି :ଶୀଘ୍ର ସ୍ପଷ୍ଟ କରିବ ରାଜସ୍ୱ ବିଭାଗ
ବ୍ୟବସାୟ

ଏଟିଏମ୍‌ ଟଙ୍କା ଉଠାଣରେ ଲାଗିବନି ଜିଏସ୍‌ଟି :ଶୀଘ୍ର ସ୍ପଷ୍ଟ କରିବ ରାଜସ୍ୱ ବିଭାଗ

May 16, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚେକ୍‌ ବହି ପ୍ରଦାନ ଏବଂ ଏଟିଏମ୍‌ରୁ ଟଙ୍କା ଉଠାଣ ଭଳି କେତେକ ମାଗଣା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ଲାଗୁ ହେବାର ସମ୍ଭାବନା ନାହିଁ। ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମାଗଣା ସେବା ଉପରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ ରାଜସ୍ୱ ବିଭାଗର ମତାମତ ଲୋଡ଼ିଛି। ତେବେ ମାଗଣାରେ ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଜିଏସ୍‌ଟି ଲାଗୁ କରାଯିବ ନାହିଁ ବୋଲି ଆର୍ଥିକ ସେବା ବ୍ୟାପାର ବିଭାଗକୁ ରାଜସ୍ୱ ବିଭାଗ ନିକଟ ଭବିଷ୍ୟତରେ କହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମାଗଣା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଟିକସ ପଇଠ କରାଯାଉ ନଥିବାରୁ ଏ ନେଇ ବ୍ୟାଙ୍କ ଗୁଡ଼ିକୁ ଟିକସ ପଇଠ ଲାଗି ଟିକସ ବିଭାଗ ପକ୍ଷରୁ ନୋଟିସ୍‌ ପହଞ୍ଚୁଛି। ତେଣୁ ଏ ପ୍ରକାର ସେବା ଉପରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ କରିବା ନିମନ୍ତେ ଆର୍ଥିକ ସେବା ବ୍ୟାପାର ବିଭାଗ ପକ୍ଷରୁ ରାଜସ୍ୱ ବିଭାଗର ମତାମତ ଲୋଡ଼ାଯାଇଥିଲା। ତେବେ ଆର୍ଥିକ ସେବା ବ୍ୟାପାର ବିଭାଗର ମତ ହେଲା ଚେକ୍‌ ବହି ପ୍ରଦାନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଟିକସମୁକ୍ତ ରଖାଯାଇଛି। ଏଗୁଡ଼ିକ ବାଣିଜ୍ୟିକ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଏହି ବିଭାଗ ଦାବି କରିଛି।
କିନ୍ତୁ ଟିକସ ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ୨୦୧୨ରୁ ୨୦୧୭ ମସିହା ପାଇଁ ସର୍ଭିସ ଟ୍ୟାକ୍ସ ନୋଟିସ୍‌ ପ୍ରଦାନ କରାଯାଇଛି। ଟିକସ ଅଧିକାରୀଙ୍କ ମତ ହେଲା ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ କୌଣସି ମାଗଣା ସେବା ପ୍ରଦାନ କରୁନାହାନ୍ତି। ସେମାନଙ୍କଠାରୁ ସର୍ବନିମ୍ନ ବାଲାନ୍ସ ରଖିବାକୁ କହି ଗ୍ରାହକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ତେବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଜମାରାଶି ରଖିବା ପାଇଁ ଭିନ୍ନ ଭିନ୍ନ ସୀମା ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଗତବର୍ଷ ଜୁଲାଇ ପହିଲାରୁ ଜିଏସ୍‌ଟି କାର୍ଯ୍ୟକାରୀ କରାଯାଇଛି। ଜିଏସ୍‌ଟି ଲାଗୁ ହେବା ଫଳରେ ଏହି ଟିକସରେ କେନ୍ଦ୍ରୀୟ ଉତ୍ପାଦ ସମେତ ସେବା ଟିକସ ଆଦିକୁ ମିଶାଇ ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026
Latest News

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.