ମୁମ୍ବାଇ, ୩/୧୨: ତବୁ ଓ ଇଶାନ୍ ଖଟ୍ଟରଙ୍କ ଇଣ୍ଟରନ୍ୟାସନାଲ୍ ଟିଭି ସିରିଜ୍ ‘ ଏ ସ୍ବିଟେବଲ୍ ବୟ’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । ଏହି ପୋଷ୍ଟରରେ ତବୁ ଓ ଈଶାନ୍ ଖଟ୍ଟର ଦୁହେଁ ଏକ ପ୍ରଗାଢ ପ୍ରେମପୂର୍ଣ୍ଣ ଭାବଭଙ୍ଗୀରେ ନଜର ଆସିଛନ୍ତି। ଏଥିରେ ତବୁ ବେଶ୍ ଆକର୍ଷଣୀୟା ଲାଗୁଛନ୍ତି । ନିଜଠାରୁ ୨୪ ବର୍ଷ ସାନ ଆକ୍ଟର ସହିତ ରୋମାନ୍ସ କରିବାର ନଜର ଆସିବେ ତବୁ। ବିକ୍ରମ୍ ସେଠୀଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଏ ସ୍ବିଟେବଲ୍ ବୟ’ ଉପରେ ଆଧାରିତ ଏହି ସିରିଜ୍ଟି ଛ’ଟି ଭାଗରେ ନିର୍ମାଣ ହେବ । ଏହି ସିରିଜ୍ଟି ୨୦୨୦ରେ ରିଲିଜ୍ ହେବାକୁ ଥିବାବେଳେ ଚ୍ୟାନେଲ୍ ବିବିସି ଓ୍ବାନ୍ରେ ଏହା ପ୍ରସାରିତ ହେବ । ଏହି ସିରିଜ୍କୁ ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶିକା ମୀରା ନାୟାର୍ । ଏହି ସିରିଜ୍ରେ ଈଶାନ୍ର ଜଣେ ରାଜନୈତିକ ବ୍ୟକ୍ତିଙ୍କ ପୁତ୍ର ଭୂମିକାରେ ନଜର ଆସୁଥିବାବେଳେ ତବୁ ସଇଦା ବାଈ ନାମକ ଜଣେ ଗଣିକା ରୂପରେ ନଜର ଆସିବେ । ଏହି ସିରିଜି୍ରେ ରସିକା ଦୁଗ୍ଗଲ ମଧ୍ୟ ନଜର ଆସିବେ । ରସିକା ଏହା ପୂର୍ବରୁ ମିର୍ଜାପୁର, ଡେଲି କ୍ରାଇମ୍, ମେଡ ଇନ୍ ହେଭେନ୍ ପ୍ରମୁଖ ସିରିଜ୍ରେ କାମ କରି ସାରିଛନ୍ତି । (ଏଜେନ୍ସି)