ମୁମ୍ବାଇ, ୩/୧୨: ଭାରତୀୟ କ୍ରିକେଟିୟର୍ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍ ପରେ ମହିଳା କିକ୍ରେଟ୍ର ଅଧିନାୟକ ମିତାଲି ରାଜ୍ଙ୍କ ଜୀବନୀକୁ ନେଇ ବହୁ ସମୟ ଧରି ଚର୍ଚ୍ଚା ଲାଗି ରହିଥିଲା । ଏବେ ଏହି ଖବର ଉପରେ ମୋହର ଲାଗିଯାଇଛି । ମିତାଲି ରାଜ୍ଙ୍କ ଜୀବନୀକୁ ନେଇ ଫିଲ୍ମ ହେବା ନେଇ ଗ୍ରୀନ୍ ସିଗନାଲ୍ ମିଳିସାରିଛି । ଏ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ମିତାଲି ରାଜ୍ଙ୍କ ଜନ୍ମଦିବସ ଅବସରରେ ଏହା ଘୋଷଣା କରାଯାଇଛି । ତାପସୀ କିଛି ଫେଟା ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ମିତାଲିଙ୍କ ଜୀବନୀ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମଟିର ନାମ ‘ସାବାସ୍ ମିଠୁ’ ରହିଛି । ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ରାହୁଲ୍ ଢୋଲକିଆ ।