ନୂଆଦିଲ୍ଲୀ, ୮/୧୨ : ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର ୯ ତାରିଖରେ ୭୩ ବର୍ଷରେ ପାଦ ଦେବେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି । ତେବେ ଆସନ୍ତାକାଲି ଜନ୍ମଦିନକୁ ସେ ପାଳନ କରିବାକୁ ମନା କରିଛନ୍ତି । ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୁଃଖିତ ଅଛନ୍ତି। ଏହି କାରଣରୁ ସେ ଚଳିତ ବର୍ଷ ତାଙ୍କର ଜନ୍ମଦିନ ପାଳନ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଦେଶରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଉନ୍ନାଓ ଦୁଷ୍କର୍ମ-ହତ୍ୟା ଘଟଣାରେ ଲୋକମାନେ ମର୍ମାହାତ ହୋଇଥିବା ସମୟରେ ସୋନିଆ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଛନ୍ତି। (ଏଜେନ୍ସି)