ପ୍ରାଗ୍, 10/12 : ଚେକ୍ ରିପବ୍ଲିକ୍ ହସ୍ପିଟାଲରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ 6 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ସକାଳ 7ଟା ସମୟରେ କିଛି ଅଜଣା ଆତତାୟୀ ପୂର୍ବ ଚେକ୍ ରିପବ୍ଲିକ୍ର ଏହି ହସ୍ପିଟାଲ ମଧ୍ୟରେ ପ୍ରବେଶ କରି ଅତର୍କିତ ଗୁଳିଚାଳନା କରିଥିଲେ । ପ୍ରାଗ୍ରୁ 350 କିମି ଦୂର ଅଷ୍ଟ୍ରାଭା ମେଡିକାଲ କଲେଜରେ ଏହି ଗୁଳିକାଣ୍ଡ ଘଟିଥିଲା । ପୋଲିସ୍ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆକ୍ରମଣକୁ ଅସ୍ବୀକାର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍ ବାବିସ୍ ଆକ୍ରମଣ ହୋଇଥିବା ନେଇ ସୂଚନା ଦେଇଥିଲେ । ଚେକ୍ ରିପବ୍ଲିକ୍ ପୋଲିସ୍ ପକ୍ଷରୁ ଆକ୍ରମଣକାରୀଙ୍କ ଫଟୋ ଏବଂ ଭିଡିଓ ଜାରି କରାଯାଇଛି । (ଏଜେନ୍ସୀ)