Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ଜେଟିରେ ବିଦ୍ୟୁତ ଆଘାତରେ ବାଳକର ମୃତ୍ୟୁକୁ ନେଇ ଉତ୍ତେଜନା
ଆଞ୍ଚଳିକ

ଚିଲିକା ଜେଟିରେ ବିଦ୍ୟୁତ ଆଘାତରେ ବାଳକର ମୃତ୍ୟୁକୁ ନେଇ ଉତ୍ତେଜନା

December 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଚିଲିକା,୧୫/୧୨ : ଚିଲିକାରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଆଘାତରେ ଜଣେ ବାଳକର ମୃତ୍ୟୁ ହୋଇଛି। ବଡକୂଳସ୍ଥିତ ଜେଟିରେ ଏହି ଅଘଟଣ ଘଟିଛି। ବଡକୂଳ ଗ୍ରାମର ପ୍ରଫୁଲ୍ଲ ବାରିକଙ୍କ ୧୫ ବର୍ଷୀୟ ପୁଅ ଆନନ୍ଦ ବାରିକ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍‌ ଆଘାତରେ ଗୁରୁତର ଆନନ୍ଦଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ପ୍ରଫୁଲ୍ଲଙ୍କର ବଡକୂଳ ଜେଟି ପାନ୍ଥନିବାସରେ ଏକ ଦୋକାନ ରହିଥିବା ବେଳେ ଶନିବାର ଦିନ ପିତାଙ୍କ ସହାୟତା ପାଇଁ ପହଞ୍ଚିଥିଲେ ଆନନ୍ଦ। ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ହୋଇଥିବା ବେଳେ ଅପରାହ୍ନ ୬ଟାରେ ପୁନର୍ବାର ଚାଲୁ ହୋଇଥିଲା। ସନ୍ଧ୍ୟା ସମୟରେ ଆନନ୍ଦ ଜେଟିର ରେଲିଂକୁ ଧରିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଚିଲିକା ପରିଭ୍ରମଣରେ ଦୈନିକ ସହସ୍ରାଧିକ ପର୍ଯ୍ୟଟକଙ୍କ ଆସୁଛନ୍ତି। ବାଲୁଗାଁ ସମେତ ବଡକୂଳ ପାନ୍ଥନିବାସ ନିକଟରେ ଥିବା ଜେଟିରୁ ପର୍ଯ୍ୟଟକମାନେ ବୋଟ୍‌ ସାହାଯ୍ୟରେ ଚିଲିକା ଭିତରକୁ ଯାଇ ଜଳକ୍ରୀଡ଼ାର ମଜା ନେଇଥା’ନ୍ତି।  ଶନିବାର ଦିନ ଛୁଟି ଦିନ  ଥିବାରୁ ପାନ୍ଥନିବାସରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିଲା । ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିଲା। ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ଗହଳି କମିବା ପରେ ଜେଟି ନିକଟରେ ଆନନ୍ଦ ଚଲାବୁଲା କରୁଥିଲେ। ପାନ୍ଥନିବାସ ଓ ଘରୋଇ ମୋଟର ବୋଟ ଜେଟି ନିକଟରେ ଲାଗିଥିବା ଷ୍ଟିଲ୍‌ ରେଲିଂରେ କୌଣସି କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା । ଆନନ୍ଦ ବୁଲୁଥିବା ବେଳେ ରେଲିଂକୁ ଧରିବାରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଆନନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡକୂଳରେ ଉତ୍ତେଜନା ପ୍ରକାଶ ପାଇଛି।

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜେଟିର ୫୦୦ମିଟର ପର୍ଯ୍ୟନ୍ତ ଷ୍ଟିଲ ରେଲିଂ ବ୍ୟବସ୍ଥା କରାଯାଇଥିବା ବେଳେ ନାବାଳକର ମୃତ୍ୟୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଡ଼କୂଳ ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନର ଏପରି ଦାୟିତ୍ବହୀନତା ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଏପରି ଅଘଟଣ ପାଇଁ ସ୍ଥାନୀୟ ବାସିନ୍ଦା ମୃତକଙ୍କ ପରିବାରକୁ ସହାୟତା ରାଶି ଦେବା ଲାଗି ଦାବି କରିଛନ୍ତି ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.