Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏ ଛାତ୍ର ଆନ୍ଦୋଳନର ସବୁ ଶ୍ରେୟ ଆପଣଙ୍କର ପ୍ରଧାନମନ୍ତ୍ରୀ ମହାଶୟ, ସାରା ଦେଶକୁ ଅସ୍ତବ୍ୟସ୍ତ କରିବାର ସାମର୍ଥ୍ୟ କେବଳ ଆପଣଙ୍କର ହିଁ ରହିଛି!!
ବିଶେଷ ଖବର

ଏ ଛାତ୍ର ଆନ୍ଦୋଳନର ସବୁ ଶ୍ରେୟ ଆପଣଙ୍କର ପ୍ରଧାନମନ୍ତ୍ରୀ ମହାଶୟ, ସାରା ଦେଶକୁ ଅସ୍ତବ୍ୟସ୍ତ କରିବାର ସାମର୍ଥ୍ୟ କେବଳ ଆପଣଙ୍କର ହିଁ ରହିଛି!!

December 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆସାମରେ ଏବେ ଇଣ୍ଟରନେଟ ସେବା ନାହିଁ, ତେଣୁ ସେଠିକାର ଖବର ସହଜରେ ଆସୁନାହିଁ। ଏପଟେ ଆଲିଗଡରେ ମଧ୍ୟ ଇଣ୍ଟରନେଟ କାଟି ଦିଆ ଯାଇଛି। ଦେଶର ସବୁ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷର ନିଆଁ ଜଳୁଛି। ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଜୁଲମର ପ୍ରତିବାଦରେ ଦେଶର ସବୁ ବିଶ୍ଵ ବିଦ୍ୟାଳୟ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବମ୍ବେ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଭାଷାରେ- ଯଦି ଦିଲ୍ଲୀରେ ଛାତ୍ରଙ୍କ ଉପରେ ଆକ୍ରମଣ ହୁଏ ତାହେଲେ ମୁମ୍ବାଇ ର ଛାତ୍ରମାନେ ତାର ଜବାବ ଦେବେ। ଯଦି ମୁମ୍ବାଇ ଛାତ୍ରଙ୍କୁ ଚପାଇଦେବ, ତାହେଲେ ତାର ଉତ୍ତର କେରଳ କି କୋଲକତାର ଛାତ୍ର ଦେବେ“ । ସହଜ ଏବଂ ସ୍ଵାଭାବିକ ଭାବରେ ଆରମ୍ଭ ହୋଇଥିବା ଏହି ଛାତ୍ର ଅସନ୍ତୋଷକୁ ପ୍ରଥମେ ଦେଶଦ୍ରୋହୀ ବୋଲି କହିବାର ଚେଷ୍ଟା ବିଜେପି ତରଫରୁ କରାଯାଇଥିଲା। ପୂର୍ବରୁ ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେମିତି ମିଛ ଭିଡିଓ ଦେଖାଇ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଅଣା ଯାଇଥିଲା, ଜାମିଆ ରେ ମଧ୍ୟ ସେହି ଉଦ୍ୟମ ହୋଇଥିଲା। ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଓ ବିଜେପିର ଇଉପିଏ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ମିଛ ଭିଡିଓ ମାଧ୍ୟମରେ ଛାତ୍ରଙ୍କୁ ବଦନାମ କରିବାର ଉଦ୍ୟମ କରିଥିଲେ। ତେବେ ଏହି ଷଡଯନ୍ତ୍ରକୁ ଦେଶର କେତେକ ଦାୟିତ୍ଵବାନ ଗଣମାଧ୍ୟମ ତୁରନ୍ତ ପଦାରେ ପକାଇ ଦେଇଥିଲେ। ଏତେ ବଡ ଛାତ୍ର ଆନ୍ଦୋଳନ ଓ ଏହାର ବ୍ୟାପକତା ଦେଖି, ଏହାକୁ ଦେଶଦ୍ରୋହୀ ବୋଲି କହିବାର ସାହସ ଆଉ ବିଜେପିର ହେଲାନାହିଁ। ହଠାତ ଗତକାଲି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଆନ୍ଦୋଳନକୁ କଂଗ୍ରେସ ଓ ବିରୋଧୀଙ୍କ ସମର୍ଥନ ରହିଛି ବୋଲି କହିବା ଆରମ୍ଭ କଲେ।

ଯଦି ସତରେ ଏତେ ବଡ ଛାତ୍ର ଆନ୍ଦୋଳନକୁ ସଂଗଠିତ କରିବାର କ୍ଷମତା କଂଗ୍ରେସର ଥାଆନ୍ତା, ତାହେଲେ ତାକୁ କଂଗ୍ରେସର ସାମର୍ଥ୍ୟ ବୋଲି ଆମେ ଭାବନ୍ତୁ। ଆଜିର ତାରିଖରେ କଂଗ୍ରେସ ସବୁଠୁ ଦୁର୍ବଳ ଓ ଅସଂଗଠିତ। ରାଷ୍ଟ୍ରୀୟ ସ୍ତରରେ କୌଣସି ରାଜନୈତିକ ଦଳ ନାହାନ୍ତି, ଯେଉଁମାନେ ଛାତ୍ର ଓ ଯୁବକଙ୍କୁ ସରକାର ବିରୋଧରେ ସଂଗଠିତ କରିପାରିବେ। ଆଜି ସରକାର ବିରୋଧରେ ଏ ଯେଉଁ ବ୍ୟାପକ ଛାତ୍ର ଓ ଯୁବ ଅସନ୍ତୋଷ ଦେଖାଦେଇଛି, ଏହାର ଶ୍ରେୟ କେବଳ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ବ୍ୟତୀତ ଆଉ କେହି ନେଇ ପାରିବେ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜିଦ ଯୋଗୁଁ ନାଗରିକତା ସଂଶୋଧନ ଆଇନକୁ ନେଇ ଏତେ ବଡ ପରିବେଶ ସୃଷ୍ଟି ହେଲା। ଅର୍ଥନୈତିକ ମାନ୍ଦାବସ୍ଥା ଓ  ବ୍ୟାପକ ଭାବରେ ଉତ୍ତର ପ୍ରଦେଶରେ ଘଟି ଚାଲିଥିବା ନାରୀ ନିର୍ୟାତନା ତଥା ଧର୍ଷଣ ବିରୋଧରେ ସୃଷ୍ଟି ହେଉଥିବା ଜନ ଅସନ୍ତୋଷକୁ ଚପାଇ ଦେବାକୁ ନାଗରିକ ସଂଶୋଧନ ଆଇନକୁ ଏକ ଅସ୍ତ୍ର ଭାବରେ ବିଜେପି ସରକାର ବ୍ୟବହାର କରିବାକୁ ଚାହିଁଥିଲେ। ଦୁର୍ଭାଗ୍ୟକ୍ରମେ ସେ ଅସ୍ତ୍ର ଆଜି ବୁମେରାଂ ପାଲଟି ବିଜେପିକୁ ଗୋଡାଉଛି।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭଲଭାବରେ ଜାଣିଥିଲେ ଯେ ଉତ୍ତରପୂର୍ବ ରାଜ୍ୟ ଓ ଦକ୍ଷିଣ ଭାରତରେ ଏହି ଆଇନକୁ ନେଇ ବ୍ୟାପକ ବିରୋଧ ହେବ। ଏହି ଆଇନରେ ଶ୍ରୀଲଙ୍କାରେ ନିର୍ୟାତିତ ହେଉଥିବା ତାମିଲ ହିନ୍ଦୁ ଓ ମିଆଁମାରର ହିନ୍ଦୁ ରୋହିଙ୍ଗିୟା ( ଭକ୍ତମାନେ ବୁଝିବା ଦରକାର ରୋହିଙ୍ଗିୟା କେବଳ ମୁସଲମାନ ନୁହନ୍ତି) ଙ୍କୁ ସାମିଲ କରା ଯାଇନଥିବାରୁ ଏହା ବିପକ୍ଷରେ ଦକ୍ଷିଣ ଭାରତରେ ମଧ୍ୟ ତୀବ୍ର ଅସନ୍ତୋଷ ରହିଛି। ଉତ୍ତରପୂର୍ବ ରାଜ୍ୟ ଗୁଡିକ ନିଜର ଅସ୍ମିତା ଓ ସାଂସ୍କୃତିକ ପରିଚୟକୁ ନେଇ ଚିନ୍ତିତ ଥିବାବେଳେ ଏହି ଆଇନର ପ୍ରଭାବରେ ଯେ ଏକ ଭୟଙ୍କରସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି ହେବାକୁ ଯାଉଛି, ତାକୁ ନେଇ ପ୍ରତ୍ୟେକ ନାଗରିକ ଚିନ୍ତିତ ହେବା ସ୍ଵାଭାବିକ। ତେଣୁ ଏହି ଆଇନକୁ ନେଇ ବିଜେପି ଯେଉଁ ଉତ୍ତେଜନା ସୃଷ୍ଟି କରିବାକୁ ଚାହିଁଥିଲା, ତାହା ବିଜେପି ବିରୋଧରେ ହିଁ ଅସନ୍ତୋଷର କାରଣ ହେଲା।

ଏହି ଅସନ୍ତୋଷ ଓ ହିଂସ୍ର ଆନ୍ଦୋଳନ ଲାଗି କଂଗ୍ରେସ ଦାୟୀ ବୋଲି ବିଜେପିର ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ନିଜ ନେତୃତ୍ବକୁ ନେଇ ଆଜି ସଙ୍କଟରେ। ସରକାର ବିରୋଧରେ ଛୋଟିଆ ରାଲି ବା ସଭାଟିଏ କରିବାକୁ କଂଗ୍ରେସ ସମର୍ଥ ହୋଇ ପାରୁନାହିଁ। ସେଥିରେ ଏତେ ବଡ ଆନ୍ଦୋଳନ କଂଗ୍ରେସର ପ୍ରରୋଚନାରେ ଚାଲୁଛି ବୋଲି କହି ପ୍ରଧାନମନ୍ତ୍ରୀ କଂଗ୍ରେସର ଓଜନକୁ  ବେଶ ବଢାଇ ଦେଇଛନ୍ତି। ବିନା ଉଦ୍ୟମରେ ଏହି ଆଂଦୋଳନର ରାଜନୈତିକ ଶ୍ରେୟ କଂଗ୍ରେସ ଓ ବିରୋଧୀଙ୍କ ହାତକୁ ଯାଉଛି। ସେଥିଲାଗି କଂଗ୍ରେସ ଓ ବିରୋଧୀ ନେତାମାନେ ବିଜେପିକୁ ଧନ୍ୟବାଦ ଦେବା ଉଚିତ।

ଛାତ୍ରମାନେ ଯେତେବେଳେ ପୋଲିସ ଜୁଲମର ଶିକାର ହେଉଥିଲେ ସେତେବେଳେ କୌଣସି ରାଜନୈତିକ ଦଳ ସେମାନଙ୍କ ସମର୍ଥନରେ ବାହାରି ନାହାନ୍ତି। ଆଜି ଯେତେବେଳେ ସାରା ଦେଶର ଛାତ୍ର ଏକାଠି ହୋଇ ସରକାର ବିରୋଧରେ ଓ ସମ୍ବିଧାନର ଆଦର୍ଶ ବିରୋଧୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦୃଢତାର ସହ ପ୍ରତିବାଦ କରୁଛନ୍ତି, ସେତେବେଳେ ରାଜନୈତିକ ଦଳ ଗୁଡିକ ଏହାକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି।

ବିଜେପି ସରକାର ଏହି ଆନ୍ଦୋଳନକୁ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି ଯେତେ କହିଲେ ମଧ୍ୟ ଏହା ଯେ ଆଜି ସବୁଠୁ ବଡ ସରକାର ବିରୋଧୀ ଆଂଦୋଳନର ରୂପ ନେଇଛି, ତାକୁ ମାନିବାକୁ ବାଧ୍ୟ। ଏହି ଆନ୍ଦୋଳନକୁ ଯଦି ଶୀଘ୍ର ପ୍ରଶମିତ କରା  ନଯାଏ ତାହେଲେ ଦେଶର ଅର୍ଥନୀତି ଯେଉଁ ସ୍ଥିତିରେ ଅଛି, ତାହା ଆହୁରି ଭୟଙ୍କର ଅବସ୍ଥାକୁ ଚାଲିଯିବ। ସାମାଜିକ ଶାନ୍ତି ନ ରହିଲେ ଅର୍ଥନୈତିକ ପ୍ରଗତି ସମ୍ଭବ ନୁହେଁ, ଏକଥା ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଯଥାଶୀଘ୍ର ବୁଝିଯିବା ଉଚିତ। ଧାର୍ମିକ ବିଭାଜନ ମାଧ୍ୟମରେ ଭୋଟ ହାତେଇବାର ରାଜନୀତି ହୁଏତ ଥରେ କି ଦୁଇ ଥର ସଫଳ ହୋଇପାରେ, ହେଲେ ଏହା ଚିରସ୍ଥାୟୀ ନୁହେଁ।

ତେଣୁ ଆମର କହିବାର କଥା ହେଉଛି, ପ୍ରଧାନମନ୍ତ୍ରୀ ମହାଶୟ! ସରକାର ବିରୋଧୀ ଏ ବିରାଟ ଛାତ୍ର ଆନ୍ଦୋଳନ ପାଇଁ ଆପଣ ହିଁ ଏକମାତ୍ର ଦାୟୀ। ଏଥିରେ କଂଗ୍ରେସକୁ ଶ୍ରେୟ ଦେଇ ଆପଣଙ୍କୁ କିଛି ମିଳିବାର ନାହିଁ।

Modi primeminister Protest student
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026
Latest News

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ନୂଆ ସମବାୟ ନୀତି-2026 କୁ କ୍ୟାବିନେଟ୍ ଅନୁମୋଦନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.