Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ରାପଡାରେ ନାଗରିକ ଆଇନ ଓ ଜାତୀୟ ନାଗରିକ ରେକର୍ଡ ଆଳରେ ଓଡ଼ିଶାକୁ ଅଶାନ୍ତ କରିବାର ଉଦ୍ୟମ ହୋଇଆସୁଛି, ତେଣୁ ରାଜ୍ୟ ସରକାର ସତର୍କ ରହିବା ଉଚିତ
ବିଶେଷ ଖବର

କେନ୍ଦ୍ରାପଡାରେ ନାଗରିକ ଆଇନ ଓ ଜାତୀୟ ନାଗରିକ ରେକର୍ଡ ଆଳରେ ଓଡ଼ିଶାକୁ ଅଶାନ୍ତ କରିବାର ଉଦ୍ୟମ ହୋଇଆସୁଛି, ତେଣୁ ରାଜ୍ୟ ସରକାର ସତର୍କ ରହିବା ଉଚିତ

December 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନାଗରିକ ଆଇନର ସଂଶୋଧନ ଓ ଏହାର ପରବର୍ତ୍ତୀ ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତି ସମୟରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ପରେ ଓଡିଶା ଏବଂ ପଶ୍ଚିମ ବଙ୍ଗ ଏହା ଦ୍ଵାରା ଅଧିକ ପ୍ରଭାବିତ ହେବେ। ଓଡିଶାର କେନ୍ଦ୍ରାପଡା ଜିଲାରେ ଆସାମ ପରି ଏକ ସ୍ଵତନ୍ତ୍ର ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତ କରିବାର ପ୍ରକ୍ରିୟା ଅନେକ ଆଗରୁ ଚାଲିଛି। ଏ ସଙ୍କ୍ରାନ୍ତରେ ଉଚ୍ଚ ନ୍ୟାୟାଳୟର ଆମିକସ କୁରିଙ୍କ ପ୍ରସ୍ତାବ ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ଆସାମ ଭଳି ପରିସ୍ଥିତି କେନ୍ଦ୍ରାପଡାରେ ସୃଷ୍ଟି ହୋଇଛି ବୋଲି ବିଜେପି ଓ ତାର ପ୍ରଭାବଶାଳୀ ପ୍ରଚାରତନ୍ତ୍ର କହି ବୁଲୁଛନ୍ତି। କେନ୍ଦ୍ରାପଡାରେ ଲକ୍ଷାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଏଠୁ ବିଦା ହେବା ଦରକାର ବୋଲି ପ୍ରଚାର ଚାଲି ଆସୁଛି। ଯଦିଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦେଇଥିବା ତଥ୍ୟରେ ଏହା ମାତ୍ର ୨୦୦୦ ଭିତରେ ସୀମିତ ବୋଲି କୁହାଯାଉଛି, ହେଲେ ରାଜନୈତିକ ସ୍ତରରେ ଏହା ପୂରା କେନ୍ଦ୍ରାପଡାର ଲୋକସଂଖ୍ୟା ରୁ ଅଧିକ ବୋଲି ଗୁଜବ ରଟନା କରା ହେଉଛି।

ଏହି ଗୁଜବ ରଟନା ପ୍ରକ୍ରିୟାକୁ ରାଜ୍ୟ ସରକାର ଅଣଦେଖା କରିବା ଉଚିତ ହେବନାହିଁ।୨୦୧୧ ଜନଗଣନା ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ହେଉଛି ୧୪.୪ ଲକ୍ଷ ଓ ତହିଁରୁ ଅଧା ବେଆଇନ ଅନୁପ୍ରବେଶକାରୀ ବୋଲି ଏକ ସଂବେଦନଶୀଳ ସୂତ୍ର କହୁଛି ଓ ଏହାକୁ ନେଇ କେନ୍ଦ୍ରାପଡାର ପୂର୍ବତନ ଲୋକସଭା  ସଦସ୍ୟ ବୈଜୟନ୍ତ ପଣ୍ଡା ଅତ୍ୟନ୍ତ ଉଦବିଗ୍ନ ଥିବା ଜଣାପଡୁଛି। “ଓଡିଶାରେ ଅତି କମରେ ୭-୮ ଲକ୍ଷ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ଓ ସେମାନଙ୍କ ଭିତରୁ ଅଧିକାଂଶ କେବଳ କେନ୍ଦ୍ରାପଡା ଜିଲାରେ ଅଛନ୍ତି-“ କେଇମାସ ତଳେ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଓଡିଶା ହାଇକୋର୍ଟଙ୍କୁ ଅନୁପ୍ରବେଶକାରୀ ମାମଲାରେ ସହାୟତା କରୁଥିବା ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ। ସେ କେନ୍ଦ୍ରାପଡାରେ ନେସନାଲ ରେଜିଷ୍ଟ୍ରାର ଅଫ ସିଟିଜନସିପ ପ୍ରସ୍ତୁତି ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ। ଆମିକସ କ୍ୟୁରୀଙ୍କ ପ୍ରସ୍ତାବକୁ  ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କୁ ପଠାଇ ଦେଇଛନ୍ତି।

ଏତେ ସଂଖ୍ୟକ ଅନୁପ୍ରବେଶକାରୀ ସତରେ କେନ୍ଦ୍ରାପଡାରେ ଅଛନ୍ତି କି? ଭିତରକନିକା ଓ ଚିଲିକାରେ ଯେତେସବୁ ବେଆଇନ ଚିଙ୍ଗୁଡି ଘେରି ରହିଛି ସବୁଗୁଡିକ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି କି? ଆମିକସ କ୍ୟୁରୀ କେଉଁ ତଥ୍ୟ ଆଧାରରେ ୭-୮ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି? ୨୮,ମାର୍ଚ୍ଚ, ୨୦୧୭ରେ ଦି ଇକୋନମିକ ଟାଇମ୍ସ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲୋକସଭାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓଡିଶାରେ ମାତ୍ର ୩୭୦୦ ବେଆଇନ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଛୋଟ ମୋଟ ଚୋରୀ ବା ବେଆଇନ ମାଛଧରା କାମରେ ନିୟୋଜିତ ଅଛନ୍ତି ବୋଲି କହିଥିଲେ। ୩୭୦୦ ସଂଖ୍ୟାଟି ହଠାତ ୭-୮ ଲକ୍ଷ ହୋଇଗଲା କେମିତି? ହଠାତ ଓଡିଶାରେ ଓ ବିଶେଷକରି କେନ୍ଦ୍ରାପଡା ଜିଲାରେ ବର୍ଷକ ଭିତରେ ୨୦୦୦% ଅନୁପ୍ରବେଶକାରୀ ବଢିଗଲେ କେମିତି? ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ କ୍ୟୁରୀ ଯେହେତୁ ଏକଥା କହୁଛନ୍ତି, ତେଣୁ ଏହାର ବୈଧାନିକ ଆଧାର ନିଶ୍ଚୟ ରହିଥିବ।ତେବେ ଆମ ଜାଣିବାରେ ରାଜ୍ୟ ସରକାର ସବୁବେଳେ ଏହି ସଂଖ୍ୟାକୁ ୩-୪ ହଜାର ବୋଲି କହି ଆସିଛନ୍ତି।

କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯେତେବେଳ ଯାଏ ସେଠାରୁ ଜିତୁଥିଲେ ସେଯାଏ ତାଙ୍କ ପାଇଁ ବାଂଲାଦେଶୀ ଶରଣାର୍ଥୀ ବା ଅନୁପ୍ରବେଶକାରୀ ସମସ୍ୟା ନଥିଲେ। ଏବେ କେନ୍ଦ୍ରାପଡାରେ ଆସାମ ମଡେଲ ଲାଗୁ କରିବା କଥା ବୈଜୟନ୍ତ ଓ ତାଙ୍କ ଶିବିର କହୁଛନ୍ତି। ଆଜିର ସଂବେଦନଶୀଳ ପରିସ୍ଥିତିରେ କେନ୍ଦ୍ରାପଡା କଥା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଜେପି ନିଜର ଯୁକ୍ତି ସପକ୍ଷରେ କେନ୍ଦ୍ରାପଡାକୁ ଉଦାହରଣ ଭାବରେ ରଖିବ ଓ ଏହାର ପ୍ରଚାର ପ୍ରସାର କରିଚାଲିବ। ବୈଜୟନ୍ତଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ଗୁଡିକ ଏହାକୁ ମାତ୍ରାଧିକ ଗୁରୁତ୍ଵ ଦେଇ ବିଭ୍ରାନ୍ତି ସୃଷ୍ଟି କରିବେ। ତାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ତ?

ଏବେ ନାଗରିକ ସଂଶୋଧନ ଆଇନକୁ ନେଇ ଦେଶର ପ୍ରାୟ ରାଜ୍ୟ ଅଶାନ୍ତ ରହିଥିବା ବେଳେ ଓଡିଶା ଆପାତତଃ ଶାନ୍ତ ରହିଛି। ବିଜେଡି ସଂସଦରେ ଏହି ବିଲକୁ ସମର୍ଥନ କଲାପରେ ସଙ୍ଖ୍ୟାଲଘୁଙ୍କ ମନରେ ଯେଉଁ ସନ୍ଦେହ ରହିଥିଲା ତାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ନାଗରିକ ରେକର୍ଡ କୁ ବିଜେଡି ସମର୍ଥନ କରିବ ନାହିଁ ବୋଲି କହିଛନ୍ତି। ତେବେ ବିଜେପି ଏହାକୁ ନେଇ ବିଜେଡ଼ିକୁ ଅଡୁଆରେ ପକାଇବାର ପ୍ରକ୍ରିୟା ଆରମ୍ଭ କରିଛି। ଆଗାମୀ ଦିନରେ କେନ୍ଦ୍ରାପଡାକୁ କେନ୍ଦ୍ରରେ ରଖି ବିଜେପି ଓଡିଶାରେ ସଂଖ୍ୟାଲଘୁ ବିରୋଧୀ ପ୍ରଚାରକୁ ଅଧିକ ସକ୍ରିୟ କରିବ। ସେତେବେଳେ ବିଜେଡି ସରକାର ଏହାର ମୁକାବିଲା କେମିତି କରିବେ, ସେ କଥା ସମୟ କହିବ। ହେଲେ ଏଥିପାଇଁ ସରକାର ମୂଳରୁ ସତର୍କ ରହିବା ଉଚିତ ହେବ।

 

 

kendrapara NRC
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

October 20, 2025

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ

October 20, 2025

“୫୦୦ ବର୍ଷର ଅପମାନ ଏବଂ ସଂଘର୍ଷ ପରେ ବିଶ୍ୱାସର ବିଜୟ”: ଦୀପୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ

October 19, 2025
Latest News

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025

୧୪୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ଆରଜେଡି, ତେଜ ପ୍ରତାପ ଯାଦବଙ୍କ ବିରୋଧରେ ଦେଲା ପ୍ରାର୍ଥୀ

October 20, 2025

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.