Categories
ଆଞ୍ଚଳିକ

କରୋନା ମୁକ୍ତ ହେବା ପାଇଁ ବଣିକୁନ୍ଦରେ ନୂତନ ଶିବଲିଙ୍ଗ ପ୍ରତିଷ୍ଠା

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ବଗଡା ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବଣିକୁନ୍ଦ ମଠରେ ଏକ ନୂତନ ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଛି । କରୋନା ମହାମାରୀ କାୟା ବିସ୍ତାର କରିଥିଲା ବେଳେ କରୋନାରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ମାନେ ମିସି 10 ଦିନରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା କରାଇଛନ୍ତି । ଜଗନ୍ନାଥପୁର, ଢିଅସାହି , ହରିଜନପଡାର ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ସମସ୍ତ ନୀତି ନିୟମକୁ ପାଳନ କରାଯାଇ ତିନିଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସେହିପରି ପୂଜାର୍ଚ୍ଚନା ସମୟରେ ସାମାଜିକ ଦୂରତ୍ବର ମଧ୍ୟ ପାଳନ କରାଯାଇଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାଞ୍ଚ ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟlଇନରେ ରଖିଲେ ତହସିଲଦାର

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ନିକଟରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକଙ୍କୁ ମାର୍ଶାଘାଇ ତହସିଲଦାର ଉଦ୍ଧାର କରିଛନ୍ତି। ଉଦ୍ଧାର ଶ୍ରମିକ ମାନେ ପାରାଦ୍ୱୀପରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁର ବୋଲି ଜଣାପଡିଛି। ଉଦ୍ଧାର କରିବା ପରେ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ଆଜି ସକାଳୁ ପାରାଦ୍ବୀପରୁ ସାଇକେଲରେ ମେଦିନାପୁର ଅଞ୍ଚଳକୁ ବାହାରି ଥିବା ବେଳେ ମାର୍ଶାଘାଇ ଥାନା ଅଞ୍ଚଳର ହଜାରୀ ଛକ ନିକଟରେ ପହଞ୍ଚିଥିଲେ। ଏହି ଶ୍ରମିକ ମାନେ ସାଇକେଲରେ କିଛି ଜିନିଷ ବାନ୍ଧି ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସନ୍ଦେହ କରି ମାର୍ଶାଘାଇ ଥାନା ଓ ମାର୍ଶାଘାଇ ତହସିଲଦାରଙ୍କୁ ଖବର ଦେଇଥିଲେ। ଖବରପାଇ ତହସିଲଦାର ଓ ମାର୍ଶାଘାଇ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ସେଠାରୁ ଅଟକାଇ ହିନ୍ଦୁଳିଆ ପଞ୍ଚାୟତର ମାଣତୀର ଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ନେଇ ଥିଲେ । କରୋନା ଭୟାବହତାରୁ ରକ୍ଷା ମିଳିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ସିଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜଗସିଂହପୁର ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ କାମ କରୁଥିବା ମେଦିନାପୁର ଅଞ୍ଚଳର ଶ୍ରମିକ କିପରି ଜଗସିଂହପୁର ଜିଲ୍ଲା ପାରିହୋଇ କେନ୍ଦ୍ରାପଡାରେ ପହଞ୍ଚିଲେ ସେଥିନେଇ ପ୍ରଶ୍ନ ଉଠିଛି।

Categories
ବିଶେଷ ଖବର

କେନ୍ଦ୍ରାପଡାରେ ନାଗରିକ ଆଇନ ଓ ଜାତୀୟ ନାଗରିକ ରେକର୍ଡ ଆଳରେ ଓଡ଼ିଶାକୁ ଅଶାନ୍ତ କରିବାର ଉଦ୍ୟମ ହୋଇଆସୁଛି, ତେଣୁ ରାଜ୍ୟ ସରକାର ସତର୍କ ରହିବା ଉଚିତ

କେଦାର ମିଶ୍ର

ନାଗରିକ ଆଇନର ସଂଶୋଧନ ଓ ଏହାର ପରବର୍ତ୍ତୀ ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତି ସମୟରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ପରେ ଓଡିଶା ଏବଂ ପଶ୍ଚିମ ବଙ୍ଗ ଏହା ଦ୍ଵାରା ଅଧିକ ପ୍ରଭାବିତ ହେବେ। ଓଡିଶାର କେନ୍ଦ୍ରାପଡା ଜିଲାରେ ଆସାମ ପରି ଏକ ସ୍ଵତନ୍ତ୍ର ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତ କରିବାର ପ୍ରକ୍ରିୟା ଅନେକ ଆଗରୁ ଚାଲିଛି। ଏ ସଙ୍କ୍ରାନ୍ତରେ ଉଚ୍ଚ ନ୍ୟାୟାଳୟର ଆମିକସ କୁରିଙ୍କ ପ୍ରସ୍ତାବ ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ଆସାମ ଭଳି ପରିସ୍ଥିତି କେନ୍ଦ୍ରାପଡାରେ ସୃଷ୍ଟି ହୋଇଛି ବୋଲି ବିଜେପି ଓ ତାର ପ୍ରଭାବଶାଳୀ ପ୍ରଚାରତନ୍ତ୍ର କହି ବୁଲୁଛନ୍ତି। କେନ୍ଦ୍ରାପଡାରେ ଲକ୍ଷାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଏଠୁ ବିଦା ହେବା ଦରକାର ବୋଲି ପ୍ରଚାର ଚାଲି ଆସୁଛି। ଯଦିଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦେଇଥିବା ତଥ୍ୟରେ ଏହା ମାତ୍ର ୨୦୦୦ ଭିତରେ ସୀମିତ ବୋଲି କୁହାଯାଉଛି, ହେଲେ ରାଜନୈତିକ ସ୍ତରରେ ଏହା ପୂରା କେନ୍ଦ୍ରାପଡାର ଲୋକସଂଖ୍ୟା ରୁ ଅଧିକ ବୋଲି ଗୁଜବ ରଟନା କରା ହେଉଛି।

ଏହି ଗୁଜବ ରଟନା ପ୍ରକ୍ରିୟାକୁ ରାଜ୍ୟ ସରକାର ଅଣଦେଖା କରିବା ଉଚିତ ହେବନାହିଁ।୨୦୧୧ ଜନଗଣନା ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ହେଉଛି ୧୪.୪ ଲକ୍ଷ ଓ ତହିଁରୁ ଅଧା ବେଆଇନ ଅନୁପ୍ରବେଶକାରୀ ବୋଲି ଏକ ସଂବେଦନଶୀଳ ସୂତ୍ର କହୁଛି ଓ ଏହାକୁ ନେଇ କେନ୍ଦ୍ରାପଡାର ପୂର୍ବତନ ଲୋକସଭା  ସଦସ୍ୟ ବୈଜୟନ୍ତ ପଣ୍ଡା ଅତ୍ୟନ୍ତ ଉଦବିଗ୍ନ ଥିବା ଜଣାପଡୁଛି। “ଓଡିଶାରେ ଅତି କମରେ ୭-୮ ଲକ୍ଷ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ଓ ସେମାନଙ୍କ ଭିତରୁ ଅଧିକାଂଶ କେବଳ କେନ୍ଦ୍ରାପଡା ଜିଲାରେ ଅଛନ୍ତି-“ କେଇମାସ ତଳେ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଓଡିଶା ହାଇକୋର୍ଟଙ୍କୁ ଅନୁପ୍ରବେଶକାରୀ ମାମଲାରେ ସହାୟତା କରୁଥିବା ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ। ସେ କେନ୍ଦ୍ରାପଡାରେ ନେସନାଲ ରେଜିଷ୍ଟ୍ରାର ଅଫ ସିଟିଜନସିପ ପ୍ରସ୍ତୁତି ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ। ଆମିକସ କ୍ୟୁରୀଙ୍କ ପ୍ରସ୍ତାବକୁ  ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କୁ ପଠାଇ ଦେଇଛନ୍ତି।

ଏତେ ସଂଖ୍ୟକ ଅନୁପ୍ରବେଶକାରୀ ସତରେ କେନ୍ଦ୍ରାପଡାରେ ଅଛନ୍ତି କି? ଭିତରକନିକା ଓ ଚିଲିକାରେ ଯେତେସବୁ ବେଆଇନ ଚିଙ୍ଗୁଡି ଘେରି ରହିଛି ସବୁଗୁଡିକ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି କି? ଆମିକସ କ୍ୟୁରୀ କେଉଁ ତଥ୍ୟ ଆଧାରରେ ୭-୮ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି? ୨୮,ମାର୍ଚ୍ଚ, ୨୦୧୭ରେ ଦି ଇକୋନମିକ ଟାଇମ୍ସ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲୋକସଭାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓଡିଶାରେ ମାତ୍ର ୩୭୦୦ ବେଆଇନ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଛୋଟ ମୋଟ ଚୋରୀ ବା ବେଆଇନ ମାଛଧରା କାମରେ ନିୟୋଜିତ ଅଛନ୍ତି ବୋଲି କହିଥିଲେ। ୩୭୦୦ ସଂଖ୍ୟାଟି ହଠାତ ୭-୮ ଲକ୍ଷ ହୋଇଗଲା କେମିତି? ହଠାତ ଓଡିଶାରେ ଓ ବିଶେଷକରି କେନ୍ଦ୍ରାପଡା ଜିଲାରେ ବର୍ଷକ ଭିତରେ ୨୦୦୦% ଅନୁପ୍ରବେଶକାରୀ ବଢିଗଲେ କେମିତି? ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ କ୍ୟୁରୀ ଯେହେତୁ ଏକଥା କହୁଛନ୍ତି, ତେଣୁ ଏହାର ବୈଧାନିକ ଆଧାର ନିଶ୍ଚୟ ରହିଥିବ।ତେବେ ଆମ ଜାଣିବାରେ ରାଜ୍ୟ ସରକାର ସବୁବେଳେ ଏହି ସଂଖ୍ୟାକୁ ୩-୪ ହଜାର ବୋଲି କହି ଆସିଛନ୍ତି।

କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯେତେବେଳ ଯାଏ ସେଠାରୁ ଜିତୁଥିଲେ ସେଯାଏ ତାଙ୍କ ପାଇଁ ବାଂଲାଦେଶୀ ଶରଣାର୍ଥୀ ବା ଅନୁପ୍ରବେଶକାରୀ ସମସ୍ୟା ନଥିଲେ। ଏବେ କେନ୍ଦ୍ରାପଡାରେ ଆସାମ ମଡେଲ ଲାଗୁ କରିବା କଥା ବୈଜୟନ୍ତ ଓ ତାଙ୍କ ଶିବିର କହୁଛନ୍ତି। ଆଜିର ସଂବେଦନଶୀଳ ପରିସ୍ଥିତିରେ କେନ୍ଦ୍ରାପଡା କଥା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଜେପି ନିଜର ଯୁକ୍ତି ସପକ୍ଷରେ କେନ୍ଦ୍ରାପଡାକୁ ଉଦାହରଣ ଭାବରେ ରଖିବ ଓ ଏହାର ପ୍ରଚାର ପ୍ରସାର କରିଚାଲିବ। ବୈଜୟନ୍ତଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ଗୁଡିକ ଏହାକୁ ମାତ୍ରାଧିକ ଗୁରୁତ୍ଵ ଦେଇ ବିଭ୍ରାନ୍ତି ସୃଷ୍ଟି କରିବେ। ତାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ତ?

ଏବେ ନାଗରିକ ସଂଶୋଧନ ଆଇନକୁ ନେଇ ଦେଶର ପ୍ରାୟ ରାଜ୍ୟ ଅଶାନ୍ତ ରହିଥିବା ବେଳେ ଓଡିଶା ଆପାତତଃ ଶାନ୍ତ ରହିଛି। ବିଜେଡି ସଂସଦରେ ଏହି ବିଲକୁ ସମର୍ଥନ କଲାପରେ ସଙ୍ଖ୍ୟାଲଘୁଙ୍କ ମନରେ ଯେଉଁ ସନ୍ଦେହ ରହିଥିଲା ତାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ନାଗରିକ ରେକର୍ଡ କୁ ବିଜେଡି ସମର୍ଥନ କରିବ ନାହିଁ ବୋଲି କହିଛନ୍ତି। ତେବେ ବିଜେପି ଏହାକୁ ନେଇ ବିଜେଡ଼ିକୁ ଅଡୁଆରେ ପକାଇବାର ପ୍ରକ୍ରିୟା ଆରମ୍ଭ କରିଛି। ଆଗାମୀ ଦିନରେ କେନ୍ଦ୍ରାପଡାକୁ କେନ୍ଦ୍ରରେ ରଖି ବିଜେପି ଓଡିଶାରେ ସଂଖ୍ୟାଲଘୁ ବିରୋଧୀ ପ୍ରଚାରକୁ ଅଧିକ ସକ୍ରିୟ କରିବ। ସେତେବେଳେ ବିଜେଡି ସରକାର ଏହାର ମୁକାବିଲା କେମିତି କରିବେ, ସେ କଥା ସମୟ କହିବ। ହେଲେ ଏଥିପାଇଁ ସରକାର ମୂଳରୁ ସତର୍କ ରହିବା ଉଚିତ ହେବ।

 

 

Categories
ଆଞ୍ଚଳିକ

ଲଙ୍କାଗୁଣ୍ଡ ପକାଇ ୨ଲକ୍ଷ ୮୭ ହଜାର ଲୁଟ

ପଟ୍ଟାମୁଣ୍ଡାଇ, ୨୪/୧୧(ସମୀକ୍ଷା ବ୍ୟୁରୋ) ଲଙ୍କାଗୁଣ୍ଡ ପକାଇ ୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଲୁଟ ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ମଦ ଦୋକାନରୁ ଟଙ୍କା ଧରି ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଲଙ୍କାଗୁଣ୍ଡ ପକାଇ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ବ୍ୟକ୍ତି ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।